ETV Bharat / bharat

ତେଲେଙ୍ଗାନା ସରକାରଙ୍କ ‘Medicines from the sky’: ଅପହଞ୍ଚ ସ୍ଥାନରେ ଔଷଧ ବିତରଣ କରିବ ଡ୍ରୋନ

author img

By

Published : Sep 11, 2021, 9:30 PM IST

ଡ୍ରୋନ ମାଧ୍ୟମରେ ବିତରଣ ହେବ ଔଷଧ । ତେଲେଙ୍ଗାନା ସରକାରଙ୍କ ନୂଆ ପରୀକ୍ଷା ମୂଳକ ପ୍ରକଳ୍ପ ‘Medicines from the sky‘। ଅତିଥି ଭାବେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ...

ତେଲେଙ୍ଗାନା ସରକାରଙ୍କ ‘Medicines from the sky’: ଡ୍ରୋନ ବିତରଣ କରିବ ଔଷଧ

ହାଇଦ୍ରାବାଦ: ଡ୍ରୋନ ମାଧ୍ୟମରେ ବିତରଣ ହେବ ଔଷଧ । ଏନେଇ ଏକ ବୃହତ୍ତ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ତେଲେଙ୍ଗାନା ସରକାର । ପରୀକ୍ଷା ମୂଳକଭାବେ ବିକରାବାଦ ଜିଲ୍ଲାରୁ ଏହି ‘Medicine from the sky’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ତେଲେଙ୍ଗାନା ସରକାର । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ବିକାରବାଦ ଜିଲ୍ଲାରେ ଏହି ପ୍ରକଳ୍ପକୁ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ତେଲେଙ୍ଗାନା ସରକାର । ଏହି ଅବସରରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ.ଟି.ଆର ଏବଂ ତେଲେଙ୍ଗାନା ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ରଦେବୀ ମଧ୍ୟ ଉପସ୍ଥିତ ଥିଲେ।

ଡ୍ରୋନ୍ ଦ୍ବାରା ପରିବହନ ସୁବିଧା ଅପହଞ୍ଚ ତତା ଦୁର୍ଗମ ଅଞ୍ଚଳରେ ଔଷଧ ପରିବହନ ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ଔଷଧ ଏବଂ ଟିକା ଶୀଘ୍ର ବିତରଣ ପାଇଁ ଏହି ପ୍ରକଳ୍ପ ଖୁବ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିପାରିବା ନେଇ ଆଶା ରଖିଛନ୍ତି ସରକାର ।

ଏହି ପ୍ରକଳ୍ପ ସମ୍ପର୍କରେ ମିଳିଥିବା ବୈଷୟିକ ସୂଚନା ଅନୁସାରେ, ଏହି ଡ୍ରୋନ୍ ପ୍ରାୟ 40 କିଲୋମିଟର ଯାତ୍ରା କରିଥାଏ। ଗୋଟିଏ ଡ୍ରୋନ୍ 15 ପ୍ରକାରର ଔଷଧ ଏବଂ ଟିକା ବୋହି ନେଇ ବିତରଣ କରିପାରିବାର କ୍ଷମତା ରଖିଛି । ଔଷଧଗୁଡିକ ଗୁଣବତ୍ତାକୁ ପ୍ରଭାବିତ ନ କରି ଡ୍ରୋନ୍ ଗୁଡିକ ଭିନ୍ନଭିନ୍ନ ୪ ବକ୍ସରେ ବିଭିନ୍ନ ପ୍ରକାର ଔଷଧକୁ ସଫଳତାର ସହ ବିତରଣ କରିପାରିବାର ବ୍ୟବସ୍ଥା କରାଯାଇଛି । ଏହି ଡ୍ରୋନ ଭୂପୃଷ୍ଠରୁ ପ୍ରାୟ 500-700 ମିଟର ଉଚ୍ଚରେ ଉଡାଣ ଭରି ପାରିବାର କ୍ଷମତା ମଧ୍ୟ ରଖିଥାଏ । କେବଳ ଔଷଧ ବିତରଣ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର କରାଯାଇପାରିବ ବୋଲି ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମନ୍ତ୍ରୀ କେଟିଆର କହିଛନ୍ତି ଯେ ତେଲେଙ୍ଗାନା ବିଭିନ୍ନ କାର୍ଯ୍ୟକ୍ରମରେ ଅଧିକ ଡ୍ରୋନ୍ ବ୍ୟବହାର କରିବ ଏବଂ ପରୀକ୍ଷଣ ଚାଲିଛି । ମୁଖ୍ୟମନ୍ତ୍ରୀ କେସିଆର ବିଭିନ୍ନ କ୍ଷେତ୍ରରେ ବୈଷୟିକ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ମହିଳା ସୁରକ୍ଷା ପାଇଁ ମଧ୍ୟ ଡ୍ରୋନ୍ ବ୍ୟବହାର କରୁଛନ୍ତି। ବେଗମପେଟ୍ ବିମାନବନ୍ଦରକୁ ଏରୋସ୍ପେସ୍ ଟ୍ରେନିଂ ସେଣ୍ଟରରେ ପରିଣତ କରାଯିବା ନେଇ ମଧ୍ୟ ତେଲେଙ୍ଗାନା ସରକାର ଯୋଜନା ହାତକୁ ନେଇଥିବା ମଧ୍ୟ ଆଇଟି ମନ୍ତ୍ରୀ କେଟିଆର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.