ETV Bharat / bharat

କୋଭିଡ ଟିକା ନେବା ପରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ - ଡାକ୍ତରୀ ଛାତ୍ର ମୃତ

କୋଭିଡ ଟିକା ନେବା ପରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହାଇଦ୍ରାବାଦର ହୋଇଥିବାବେଳେ ପୁଡୁଚେରୀର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିଲେ ପାଠ । ଅଧିକ ପଢନ୍ତୁ...

କୋଭିଡ ଟିକା ନେବା ପରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Oct 3, 2021, 10:25 PM IST

ପୁଡୁଚେରୀ: କୋଭିଡ ଟିକା ନେବା ପରେ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ପୁଡୁଚେରୀରୁ । ପୁଡୁଚେରୀର ଏକ ଘରୋଇ ମେଡିକାଲ କଲେଜରେ ଅଧ୍ୟୟନ କରୁଥିବା ହାଇଦ୍ରାବାଦର ଜଣେ ଡାକ୍ତର ଛାତ୍ର କୋଭିଡ ଟିକା ଦିଆଯିବା ପରେ ସେ ଅସୁସ୍ଥ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦ ନିବାସୀ ଗୁଦି ମେଡଲା ଚିରଞ୍ଜୀବୀଙ୍କ ପୁତ୍ର ଗୁଦି ମେଡଲା ସଙ୍କଳ୍ପ ପଣ୍ଡିଚେରୀର ଲକ୍ଷ୍ମୀନାରାୟଣନ ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷ ଛାତ୍ରଥିଲେ। ସଙ୍କଳ୍ପ କଲେଜ ହଷ୍ଟେଲରେ ରହୁଥିବାବେଳେ ଚଳିତମାସ 1 ତାରିଖରେ ସଙ୍କଳ୍ପ ପୁଡୁଚେରୀ କୁଡାପକ୍କମ୍ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକା ନେଇଥିଲେ। ଗତକାଲି (ଶନିବାର) ତାଙ୍କର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ସହ ସେ ଖାଦ୍ୟ ଗ୍ରହଣ କରିବା ବନ୍ଦ କରିଦେଇଥିଲେ । ପରେ ତାଙ୍କ ବନ୍ଧୁମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.