ETV Bharat / bharat

ନିଯୁକ୍ତି ଅଭାବ, ଆଶାକର୍ମୀ ପାଇଁ ଉଚ୍ଚ ଶିକ୍ଷିତାଙ୍କ ଆବେଦନ

author img

By

Published : Sep 26, 2022, 1:27 PM IST

ହିମାଚଳପ୍ରଦେଶର ହମିରପୁର ଜିଲ୍ଲାରେ ନିଯୁକ୍ତି ଅଭାବ ଯୋଗୁଁ ଉଚ୍ଚ ଶିକ୍ଷିତା ଆଶାକର୍ମୀ ପୋଷ୍ଟ ପାଇଁ ଆବେଦନ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନିଯୁକ୍ତି ଅଭାବ, ଆଶାକର୍ମୀ ପାଇଁ ଉଚ୍ଚ ଶିକ୍ଷିତାଙ୍କ ଆବେଦନ
ନିଯୁକ୍ତି ଅଭାବ, ଆଶାକର୍ମୀ ପାଇଁ ଉଚ୍ଚ ଶିକ୍ଷିତାଙ୍କ ଆବେଦନ

ଶିମଲା: ନିଯୁକ୍ତି ଅଭାବର ବିକଳ ଚିତ୍ର ହିମାଚଳ ପ୍ରଦେଶ ହମିରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଉଚ୍ଚ ଶିକ୍ଷିତ ତଥା ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ଆଶାକର୍ମୀ ପାଇଁ ଆବେଦନ କରୁଛନ୍ତି (Highly educated applying for low-paying jobs) । MA, MSc ଓ BEd କରିଥିବା ଛାତ୍ରଛାତ୍ରୀ ବେରୋଜଗାର ଥିବାରୁ ଆଶାକର୍ମୀ ଚାକିରି ପାଇଁ ଆବେଦନ କରିଛନ୍ତି । ଏହି ଘଟଣା ଏବେ ରାଜ୍ୟ ସମେତ ହମିପରୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହମିରପୁର ଜିଲ୍ଲାରେ ଯେତେବେଳେ ଆଶାକର୍ମୀଙ୍କ ନିଯୁକ୍ତି ଦିଆଯାଇଥିଲା ସେତେବେଳେ ଏହା ସାମନାକୁ ଆସିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୭୧ଟି ଆଶାକର୍ମୀ ପୋଷ୍ଟକୁ ନିଯୁକ୍ତି ଦିଆଯାଇଛି । ଏହି ପୋଷ୍ଟରେ ନିଯୁକ୍ତି ପାଇଥିବା ପ୍ରାୟ ୮୦ ପ୍ରତିଶତ ଲୋକେ ପିଜି ପାଠ୍ୟକ୍ରମ ଶେଷ କରିଛନ୍ତି । ଏହି ପୋଷ୍ଟ ପାଇଁ ଅତି କମରେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ଯୋଗ୍ୟତା ରହିଥିବା ବେଳେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ଅଭାବରୁ ଛାତ୍ରଛାତ୍ରୀ ଏହି ଦାୟିତ୍ବ ତୁଲାଇବାକୁ ବାଧ୍ୟ ହୋଇଛନ୍ତି ।

ଏହା ବି ପଢନ୍ତୁ- ୨୦୨୪ ଲୋକସଭା ନିର୍ବାଚନ ପାଇଁ ସଜବାଜ, ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନୀତିଶ ଓ ଲାଲୁ

ତେବେ ଗ୍ରାମାଞ୍ଚଳରେ ଆଶାକର୍ମୀର ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ ଓ ସହରାଞ୍ଚଳରେ ଦଶମ ପାସ ହୋଇଥିବା ରଖାଯାଇଛି । ଏହି ପୋଷ୍ଟ ପାଇଁ ଜିଲ୍ଲାରେ ପ୍ରାୟ ୩୫୦ ଜଣ ଆବେଦନ କରିଛନ୍ତି । MA, BEd ଓ MBA କରିଥିବା ଅନେକ ଛାତ୍ରୀ ମଧ୍ୟ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ । ହମିରପୁର CMO ଆର.କେ ଅଗ୍ନିହୋତ୍ରି ଏ ନେଇ କହିଛନ୍ତି ଯେ ଆଶାକର୍ମୀ ଚାକିରି ପାଇଁ ଅନେକ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ।

ତେବେ ଜିଲ୍ଲାର ଅନେକ ବ୍ଲକରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଅନେକ ଉଚ୍ଚଶିକ୍ଷିତା ଏହି ପୋଷ୍ଟ ପାଇଁ ଆବେଦନ କରିଛନ୍ତି । MA, BEd, MSc ଓ MBA ଡିଗ୍ରୀ ହାସଲଦାରୀ ଏହି ପୋଷ୍ଟ ପାଇଁ ଆବେଦନ କରିଛନ୍ତି । ଯେଉଁମାନେ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ତାଙ୍କୁ ଏହି ପୋଷ୍ଟ ଲାଗି ଅତିରିକ୍ତ ମାର୍କ ମିଳୁଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.