ETV Bharat / bharat

ଭଲ ଖବର: ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଦେଶରେ ଶିମିଳିପାଳ ଅଭୟାରଣ୍ୟ ଦ୍ଵିତୀୟ

author img

By

Published : Jul 24, 2021, 1:40 PM IST

ସାରା ଦେଶରେ ଶିମିଳିପାଳ ଅଭୟାରଣ୍ୟକୁ ଆଉ ଏକ ବଡ ସଫଳତା । ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ (ଏନଟିସିଏ) କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଭାରତବର୍ଷରରେ ଶିମିଳିପାଳ ଅଭୟାରଣ୍ୟ ଦ୍ବିତୀୟ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

similipal tiger reserve ranked 2nd in ntca

ନୂଆଦିଲ୍ଲୀ/ବାରିପଦା: ସାରା ଦେଶରେ ଶିମିଳିପାଳ ଅଭୟାରଣ୍ୟକୁ ଆଉ ଏକ ବଡ ସଫଳତା । ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ (ଏନଟିସିଏ) କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଭାରତବର୍ଷରରେ ଶିମିଳିପାଳ ଅଭୟାରଣ୍ୟ ଦ୍ବିତୀୟ ସ୍ଥାନରେ ରହିଛି।

ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସାରା ଦେଶରେ ଶିମିଳିପାଳ ଅଭୟାରଣ୍ୟ ଦ୍ଵିତୀୟ

ଦୁଇ ହଜାର (୨୭୫୦) ସାତ ଶହ ପଚାଶ ବର୍ଗ କିଲୋମିଟର ବିଶିଷ୍ଟ ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସାରା ଦେଶରେ ଦ୍ବିତୀୟ ସ୍ଥାନରେ ପାଇବା ରାଜ୍ୟ ତଥା ଅଭୟାରଣ୍ୟ ପାଇଁ ବଡ ଉପଲବ୍ଧି । ପ୍ରକୃତି ପରିବେଶର ଗନ୍ତାଘର ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟ ପ୍ରାଣୀ ସମ୍ପଦ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଦୁର୍ଲଭ ଜୈବ ବିବିଧତା ପାଇଁ ସାରା ବିଶ୍ବରେ ପରିଚିତ । ଏପରି କି ଏହି ଅଭୟାରଣ୍ୟ ସମଗ୍ର ଏସିଆ ମହାଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ସୁରକ୍ଷା ସମ୍ପର୍କରେ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ (ଏନଟିସିଏ) ଏହି ସୂଚକାଙ୍କ ଜାରି କରିଛନ୍ତି।

NTCA ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ‘M- ଷ୍ଟ୍ରାଇଭ’ ଆପ ଜରିଆରେ ଦେଶର ୩୭ ଟି ବ୍ୟାଘ୍ର ଅଭୟାରଣ୍ୟରେ ପାଟ୍ରୋଲିଂ ବ୍ୟବସ୍ଥାର ନିରୀକ୍ଷଣ କରାଯାଇଥିଲା । ଏଥିରୁ ମିଳିଥିବା ସୂଚନାକୁ ଆଧାର କରି ଦେଶରେ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାରେ ଶିମିଳିପାଳ ଅଭୟାରଣ୍ୟ ଦେଶରେ ଦ୍ବିତୀୟ ସ୍ଥାନରେ ରହିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଏମ ଯୋଗ ଜୟାନନ୍ଦ କହିଛନ୍ତି ।

ଏହି ଆପ ଜରିଆରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କେତେ କିଲୋମିଟର ଅଭୟାରଣ୍ୟ ଭିତରେ ପେଟ୍ରୋଲିଂ କରାଯାଇଛି ତାହାର ମାପ ହୋଇଥାଏ। ସେହିପରି ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଜୈବ ବିବିଧତାକୁ ନେଇ ମଧ୍ୟ ନୀରିକ୍ଷଣ ହୋଇଥିଲା । ତେବେ ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ 4 ଶହ ସୁରକ୍ଷା ସହଯୋଗୀ ଓ ୨ ଶହ ଫରେଷ୍ଟ ଗାର୍ଡଙ୍କ ଭୂମିକା ଏହି ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି।

ବ୍ୟୁରୋ ଇନପୁଟ ସହ ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.