ETV Bharat / bharat

Presidential Polls: NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ

author img

By

Published : Jun 25, 2022, 11:21 AM IST

Updated : Jun 25, 2022, 12:51 PM IST

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ବହୁଜନ ସମାଜବାଦୀ ପାର୍ଟି(BSP) ମୁଖ୍ୟ ମାୟାବତୀ । ଅଧିକ ପଢନ୍ତୁ

Presidential Polls: ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କଲା BSP

ଲକ୍ଷ୍ନୌ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ବହୁଜନ ସମାଜବାଦୀ ପାର୍ଟି(BSP) ମୁଖ୍ୟ ମାୟାବତୀ । ପୂର୍ବରୁ ବିହାରରେ ସରକାରରେ ଥିବା ନୀତିଶ କୁମାରଙ୍କ JDU ଓ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ YSR କଂଗ୍ରେସ ମଧ୍ୟ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ନିର୍ବାଚନା ପାଇଁ ସମର୍ଥନ ଘୋଷଣା କରିସାରିଛନ୍ତି । ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାରରେ ଏଲଜେପିଆର, ହମ, ଏନଡିଏର ପ୍ରାର୍ଥୀ ଚୟନକୁ ପ୍ରଶଂସା କରି ସମର୍ଥନ କରିଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇ ମାୟାବତୀ କହିଛନ୍ତି ଯେ, "BSP ସର୍ବଦା ଆଦିବାସୀଙ୍କୁ ସମର୍ଥନ କରିଆସିଛି । ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ଆମ ଦଳ ସମର୍ଥନ କରୁଛୁ । ଦ୍ବିତୀୟ ମହିଳା ଭାବେ ସେ ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ​​ଆଦିବାସୀ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ କହିଛନ୍ତି ମାୟାବତୀ । NDA ବା BJPକୁ ଏହା ସମର୍ଥନ ନୁହେଁ କି UPA ବିରୋଧରେ ନୁହଁ ବରଂ ଜଣେ ଦକ୍ଷ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଆମ ଦଳ ଏହି ନିଷ୍ପତ୍ତି ନେଇଛି ।"

ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ NDA ସହଯୋଗୀ ଦଳର ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

Last Updated : Jun 25, 2022, 12:51 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.