ETV Bharat / bharat

ଭୋଟ ଦେଲେ ମାୟାବତୀ, କହିଲେ ସପା ଉପରେ ଖୁସି ନାହାନ୍ତି ମୁସଲିମ

author img

By

Published : Feb 23, 2022, 11:11 AM IST

ଆଜି ଉତ୍ତରପ୍ରଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । BSP ସୁପ୍ରିମୋ ମାୟାବତୀ ଲକ୍ଷ୍ନୌରେ ଥିବା ମ୍ୟୁନିସିପାଲିଟି ନର୍ସରୀ ସ୍କୁଲରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

UP Fight: ଭୋଟ ଦେଲେ BSP ସୁପ୍ରିମୋ ମାୟାବତୀ
UP Fight: ଭୋଟ ଦେଲେ BSP ସୁପ୍ରିମୋ ମାୟାବତୀ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ୫୯ ଆସନରେ ମତଦାନ କରୁଛନ୍ତି ୯ଟି ଜିଲ୍ଲାର ମତଦାତା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏନେଇ ସକାଳୁ ସକାଳୁ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ଏହି କ୍ରମରେ BSP ସୁପ୍ରିମୋ ମାୟାବତୀ ଲକ୍ଷ୍ନୌରେ ଥିବା ମ୍ୟୁନିସିପାଲିଟି ନର୍ସରୀ ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ମତଦାନ ପରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମାୟାବତୀ । କହିଛନ୍ତି କି, ମୁସଲମାନମାନେ ସମାଜବାଦୀ ପାର୍ଟି ଉପରେ ଖୁସି ନୁହଁନ୍ତି । ଲୋକମାନେ ସେମାନଙ୍କୁ ଭୋଟ ଦେବେ ନାହିଁ ଏବଂ ମୁସଲମାନମାନଙ୍କ ମତରେ ସମାଜବାଦୀ ପାର୍ଟିକୁ ଭୋଟ ଦେବାର ଅର୍ଥ ହେଉଛି ଗୁଣ୍ଡା ରାଜ ବା ମାଫିଆ ରାଜ । ଭୋଟଦାନ ପୂର୍ବରୁ ହିଁ ଉତ୍ତରପ୍ରଦେଶର ଜନସାଧାରଣ ସମାଜବାଦୀ ପାର୍ଟିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସୂଚନା ଥାଉକି, ୟୁପି କ୍ୟାବିନେଟ ମନ୍ତ୍ରୀ ବ୍ରଜେଶ ପାଠକ ମତଦାନ ଆରମ୍ଭ ହୋଇଥିବାରୁ କାଳୀ ବରୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବ୍ରଜେଶ ପାଠକ ଲକ୍ଷ୍ନୌ କଣ୍ଟୋନମେଣ୍ଟ ସିଟ୍‌ରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ସପା ପ୍ରାର୍ଥୀ ତଥା ଦୁଇଥର ମେୟର ଥିବା ସୁରେନ୍ଦ୍ର ସିଂହଙ୍କ ସହ ମୁକାବିଲା କରୁଛନ୍ତି । ୫୯ ଆସନ ପାଇଁ ଭୋଟଗ୍ରହଣ ଥିବାବେଳେ ନିର୍ବାଚନୀ ଦୌଡରେ ଅଛନ୍ତି ବିଭିନ୍ନ ଦଳର ମୋଟ ୬୨୪ ପ୍ରାର୍ଥୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.