ଲକ୍ଷ୍ନୌ: ଦେଶରେ ବଢୁଛି କୋରୋନା ସଂକ୍ରମଣ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ସେ କୋରୋନା ଯୁଦ୍ଧରେ ସମସ୍ତ ରାଜନୈତିକ ଦଳକୁ କେନ୍ଦ୍ର ସହ ହାତ ମିଶାଇବାକୁ ଆହ୍ବାନ ଦେଇଛନ୍ତି ।
ମାୟାବତୀ କହିଛନ୍ତି ଯେ ଏହି ମହାମାରୀ ସମୟରେ ସବୁ ଦଳ ରାଜନୀତି ଠାରୁ ଉର୍ଦ୍ଧ୍ବରେ କେନ୍ଦ୍ର ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଉଚିତ୍ । ସେ ଟ୍ବିଟ କରି କହିଛନ୍ତି ସମସ୍ତ ଦଳ କେନ୍ଦ୍ର ସରକାରଙ୍କ ନିକଟରେ କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା କରିବାକୁ ଦାବି କରିବା ଉଚିତ । ଏଥିସହ ସେମାନେ ମାଗଣାରେ ଟିକା ପାଇବା ଉଚିତ । ଯଦି କେନ୍ଦ୍ର ସରକାର ଏହା ନକରନ୍ତି ତେବେ ରାଜ୍ୟ ଗୁଡିକ ଏହାର ମୂଲ୍ୟ ବହନ କରିବ ।