ETV Bharat / bharat

କାଶୀରେ ମରିସସ ପ୍ରଧାନମନ୍ତ୍ରୀ, ଦଶାଶ୍ବମେଧ ଘାଟରେ କରିବେ ପିତାଙ୍କ ଅସ୍ଥି ବିସର୍ଜନ

author img

By

Published : Apr 21, 2022, 12:02 PM IST

ଗତକାଲି ୩ ଦିନିଆ କାଶୀ ଗସ୍ତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ଆଜି ସକାଳ ୮ଟା ୩୦ରେ ଦଶାଶ୍ବମେଧ ଘାଟରେ ନିଜ ପରିବାର ସହ ନିଜ ପିତା ତଥା ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ ଜଗନ୍ନାଥଙ୍କ ଅସ୍ଥି ବିସର୍ଜନ କରିବାର କାର୍ଯ୍ୟକ୍ରମ ଥିଲା । ଅଧିକ ପଢନ୍ତୁ

ତିନିଦିନିଆ କାଶୀ ଗସ୍ତରେ ମରିସସ ପ୍ରଧାନମନ୍ତ୍ରୀ, ଦଶାଶ୍ବମେଧ ଘାଟରେ ପିତାଙ୍କର କରିବେ ଅସ୍ଥି ବିସର୍ଜନ

ବାରାଣାସୀ: ଏପ୍ରିଲ 17 ତାରିଖରୁ ୮ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ଏପ୍ରିଲ 19ରେ ଜାମନଗରରେ ଅନୁଷ୍ଠିତ WHO- ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ (Global Centre for Traditional Medicine) ଉତ୍ସବରେ ସେ ଯୋଗ ଦେବା ସହ ଗାନ୍ଧୀନଗରରେ ଗ୍ଲୋବାଲ ଆୟୁଷ ନିବେଶ ଏବଂ ଅଭିନବ ସମ୍ମିଳନୀରେ (Global Ayush Investment and Innovation Summit) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରବିନ୍ଦ କୁମାର ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଗତକାଲି ୩ ଦିନିଆ କାଶୀ ଗସ୍ତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ତାଙ୍କୁ ସ୍ବାଗତ ଜଣାଇବା ନିମନ୍ତେ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ ବାରଣାସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୮ଟା ୩୦ରେ ଦଶାଶ୍ବମେଧ ଘାଟରେ ନିଜ ପରିବାର ସହ ନିଜ ପିତା ତଥା ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ ଜଗନ୍ନାଖଙ୍କ ଅସ୍ଥି ବିସର୍ଜନ କରିବାର କାର୍ଯ୍ୟକ୍ରମ ଥିଲା । କାଶୀରେ ମରିସସ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଜେପି ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲା ।

ଏହା ପରେ ଶୁକ୍ରବାର ସକାଳ ୯.୩୦ରୁ୧୦ଟା ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ୧୦ଟା ରୁ ୧୦.୩୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଜ ହୋଟଲରେ ଅନୁଷ୍ଠତ ହେବାକୁ ଥିବା ବୈଠକରେ ଯୋଗଦେବେ । ପୂର୍ବରୁ ମରିସସ ପ୍ରଧାନମନ୍ତ୍ରୀ ୩ ବର୍ଷ ପୂର୍ବେ ୨୦୧୯ ରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାପାଇଁ ବାରଣାସୀ ଗସ୍ତ କରିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.