ETV Bharat / bharat

ମଥୁରା ପକ୍ସୋ କୋର୍ଟଙ୍କ ଐତିହାସିକ ରାୟ, 15 ଦିନରେ ଦୋଷୀକୁ ମୃତ୍ୟୁ ଦଣ୍ଡ

author img

By

Published : May 29, 2023, 10:11 PM IST

ଅପରାଧର 15 ଦିନ ପରେ ଦୋଷୀକୁ ମିଳିଲା ଫାଶୀ ଦଣ୍ଡ । ମଥୁରା ପକ୍ସୋ କୋର୍ଟ ସୋମବାର ଏହିରାୟ ଶୁଣାଇ ଇତିହାସ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା ପକ୍ସୋ କୋର୍ଟ ସୋମବାର ଐତିହାସିକ ରାୟ ଶୁଣାଇଛନ୍ତି । ମାମଲା ଶୁଣାଣି ଆରମ୍ଭର ମାତ୍ର 15 ଦିନରେ (ଟ୍ରାଏଲ ଆରମ୍ଭର 15ଟି କୋର୍ଟ କାର୍ଯ୍ୟ ଦିବସ ) ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇ ଇତିହାସ ରଚିଛନ୍ତି । ମାମଲାକୁ ନେଇ ପୋଲିସର ତତ୍ପରତା ଓ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଜଣକ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏଣୁ ଘଟଣାକୁ 15 ଦିନ ବିତିଥିଲେ ସୁଦ୍ଧା ଅଭିଯୁକ୍ତ ବିରୋଧରେ ସମସ୍ତ ପ୍ରମାଣ ଥିବାରୁ କୋର୍ଟ ଏହି ରାୟ ଶୁଣାଇଛନ୍ତି । ତେବେ ଦୋଷୀ ଜଣକ 9ବର୍ଷର ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା ।

8 ଏପ୍ରିଲରୁ ନିଖୋଜ ଥିଲା ଶିଶୁ:- ସଦର ବଜାର ପୋଲିସ ଷ୍ଟେସନର ଅରଙ୍ଗାବାଦ ଅଞ୍ଚଳର ଜଣେ 9ବର୍ଷର ନାବାଳିକା ଗତ ଏପ୍ରିଲ 8ରୁ ଘରୁ ନିଖୋଜ ହୋଇଯାଇଥିଲା । ଶିଶୁର ପିତା ଏପ୍ରିଲ 9ରେ ସଦର ବଜାର ପୋଲିସ ଷ୍ଟେସନରେ ଏକ ନିଖୋଜ ମାମଲା ଦାଏର କରିଥିଲେ ଏବଂ ସୈଫ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିବା ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏହା ପରେ ନାବାଳିକାକୁ ଖୋଜିବା ପାଇଁ ପୋଲିସ ଉକ୍ତ ଉକ୍ତ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା । ଏହା ସହିତ ଏକ ସ୍ବତନ୍ତ୍ର ଦଳ ଗଠନ କରିବା ପରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରାଯାଇଥିଲା । ସେପଟେ ପୋଲିସ ଔରଙ୍ଗାବାଦ ଅଞ୍ଚଳରେ ଥିବା ସୈଫକୁ ପଚରାଉଚରା ଆରମ୍ଭ କରାଯାଇଥିଲା । ପଚରା ଉଚରା ସମୟରେ ପୋଲିସକୁ ସବୁ ସତ କହିଥିଲା ସୈଫ। ଏହାପରେ ନାବାଳିକାର ମୃତଦେହକୁ ଔରଙ୍ଗାବାଦ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା ।

ତଣ୍ଟି ଚିପି କରିଥିଲା ହତ୍ୟା:- ଗିରଫ ହୋଇଥିବା ଅଭିଯୁକ୍ତ ସୈଫ କହିଥିଲା ୟେ ନାବାଳିକାକୁ ଦୁଷ୍କର୍ମ କରିବା ପରେ କାଳେ ସେ ତା ନାଁ ନେବ ଏଣୁ ତାକୁ ହତ୍ୟା କରିବା ଲାଗି ଯୋଜନା କରିଥିଲା। ଏଥିଲାଗି ସେ ଲୁହା ସ୍ପ୍ରିଙ୍ଗ ସାହାଯ୍ୟରେ ନାବାଳିକାକୁ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟାକାରୀ ସୈଫ ବିରୋଧରେ ପୋଲିସ 363, 302, 201, 377 ଏବଂ POCSO ଆକ୍ଟର ଧାରା-6 ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ସୈଫ କେଡିଏ କଲୋନୀର ମୂଳ ବାସିନ୍ଦା ହୋଇଥିବା ବେଳେ ଜାଜମଉ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିଲା।

ଏହା ବି ପଢନ୍ତୁ- Delhi Murder: 21 ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା, ନୃଶଂସ ପ୍ରେମିକ ଗିରଫ

15ଦିନରେ ଫାଶୀ ଦଣ୍ଡ:- ପୋଲିସର କହିବା ଅନୁସାରେ ସୈଫ ପଡୋଶୀ ଘରର 9 ବର୍ଷର ନାବାଳିକା ସହିତ ଦୁଷ୍କର୍ମ କରିଥିଲା। ଏହାପରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା। ପୋଲିସ ଏପ୍ରିଲ 28 ତାରିଖରେ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପ୍ରାୟ 14 ଜଣ ସାକ୍ଷୀ ରହିଥିଲେ। ଏହାପରେ ଗତ 26 ତାରିଖରେ ଅଭିଯୁକ୍ତ ବିରୋଧରେ ଲାଗିଥିବା ସମସ୍ତ ଅଭିୟୋଗ ତଥ୍ୟ ଆଧାରରେ ସତ ପ୍ରମାଣିତ ହୋଇଥିଲା। ଏହାପରେ ଆଜି (ସୋମବାର) ମଥୁରା ପକ୍ସୋ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.