ETV Bharat / bharat

ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ତ୍ରୁଟି, ରାତି ଅଧରେ ଘରେ ପଶିଲେ ଅଜଣା ବ୍ୟକ୍ତି - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ରାତି ଅଧରେ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଅଜ୍ଞାତ ବ୍ୟକ୍ତି । ଅଧିକ ପଢନ୍ତୁ

ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ତ୍ରୁଟି, ରାତି ଅଧରେ ଘରେ ପଶିଲେ ଅଜଣା ବ୍ୟକ୍ତି

author img

By

Published : Jul 3, 2022, 7:06 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି(Massive security breach at Mamata Banerjee's residence) । କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀ ଆବାସରେ ରାତି ଅଧରେ ଜଣେ ଅଜ୍ଞାତ ବ୍ୟକ୍ତି ପଶିଛନ୍ତି । ଶନିବାର ରାତି ପ୍ରାୟ ୧ଟା ସମୟରେ ବ୍ୟକ୍ତି ଜଣକ ପଶିଥିବାର ସୂଚନା ମିଳିଛି । ପୋଲିସ କହିବାନୁଯାୟୀ, ଉକ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଘରର କାନ୍ଥ ଉପରେ ଚଢିଥିଲେ ଏବଂ ରାତି ସାରା ସେଠାରେ ବସି ରହିଥିଲେ । ଆଜି(ରବିବାର) ସକାଳୁ ସିକ୍ୟୁରିଟି ଗାର୍ଡ ତାଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

ଏହି ଘଟଣାରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚୁରା କରୁଛି । ହେଲେ ସବୁଠୁ ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଘର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି । ମମତା ବାନାର୍ଜୀଙ୍କୁ Z+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଛି । ଏପରି ସ୍ଥିତିରେ କିପରି ଏକ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ବର୍ତ୍ତମାନ ସମୟରେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି । କିଛି ଦିନ ପୂର୍ବରୁ ମମତା ବାନାର୍ଜୀଙ୍କ ଘର ନିକଟରେ ଏକ ଡବଲ ମର୍ଡର ହୋଇଥିଲା । ସେହି ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.