ETV Bharat / bharat

ଜାପାନରେ 7.2 ତୀବ୍ରତାର ଭୂକମ୍ପ, ମୃତାହତଙ୍କ ମିଳିନି ସୂଚନା - ଜାପାନରେ ଭୂକମ୍ପ

ଜାପାନର ଟୋକିଓ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଜାପାନରେ 7.2 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ,କୌଣସି କ୍ଷୟକ୍ଷତିର ସୂଚନା ନାହିଁ

author img

By

Published : Mar 20, 2021, 5:37 PM IST

ଟୋକିଓ: ଜାପାନର ଟୋକିଓ ସହରରେ 7.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଜାପାନର ଇସିନୋମାଖି ସହରର 34 କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣା ପଡିଛି । ଜାପାନର ସ୍ଥାନୀୟ ସମୟ ଅପରାହ୍ନ 6.9 ରେ ପ୍ରାୟ 20 ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ମ୍ୟାଗ୍ନିଚ୍ୟୁଡ ବୋଲି କହିଛି ଜାପାନ ପାଣିପାଗ ବିଭାଗ । ଏହା ପ୍ରଭାବରେ ସହରର ଅନେକ କୋଠା ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ନାହିଁ ।

ତେବେ ଏହାର ପ୍ରଭାବରେ ସୁନାମୀ ଆଶଙ୍କା କରାଯାଇଛି । ଜାପାନର ଉତ୍ତର ପୂର୍ବ ଉପକୂଳରେ ସୁନାମୀ ଆସିବା ନେଇ ଆଶଙ୍କା କାରଣରୁ ସତର୍କତା ଜାରି କରିଥିଲା ଜାପାନ ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହି ଆଶଙ୍କା ଟଳିବାରୁ ସୁନାମୀ ସତର୍କତାକୁ ପ୍ରତ୍ୟାହାର କରିନେଇଛି ସ୍ଥାନୀୟ ପ୍ରଶାସନ । ଜାପାନର ଅନ୍ୟ ଏକ ପାଣିପାଗ ସଂସ୍ଥା ଦର୍ଶାଇଛି ଯେ ଏହି ଭୁକମ୍ପର ଉତ୍ପତିସ୍ଥଳ 2011 ରେ ହୋଇଥିବା ଭୂକମ୍ପ ଉତ୍ପତିସ୍ଥଳର ନିକଟବର୍ତ୍ତୀ । ତେବେ ବର୍ତ୍ତମାନ ସୁଦ୍ଧା ଜାପାନ ପାଇଁ କୌଣସି ଜଟିଳ ସ୍ଥିତି ନଥିବା ଜଣାପଡିଛି । ତେବେ ଏଥିରେ ଟୋକିଓ ସହରରେ କେହି ମୃତାହତ ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.