ETV Bharat / bharat

କାରିପୁର ବିମାନ ବନ୍ଦରରୁ ଜବତ ହେଲା ୬ କେଜି ଓଜନର ସୁନା, ୪ ଗିରଫ - kerala police

କେରଳର କାରିପୁର ବିମାନ ବନ୍ଦରରୁ ଜବତ ହେଲା ପ୍ରାୟ ୬ କେଜି ଓଜନର ସୁନା । ୪ ଯାତ୍ରୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

କାରିପୁର ବିମାନ ବନ୍ଦରରୁ ଜବତ ହେଲା ୬ କେଜି ଓଜନର ସୁନା , ୪ ଗିରଫ

author img

By

Published : Aug 15, 2021, 10:48 PM IST

ଥିରୁଅନନ୍ତପୁରମ: କେରଳର କାରିପୁର ବିମାନ ବନ୍ଦରରୁ ଜବତ ହେଲା ପ୍ରାୟ ୬ କେଜି ଓଜନର ସୁନା । ଜବତ ସୁନାର ମୁଲ୍ୟ ୨.୪ କୋଟି ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଏହି ପରିମାଣର ସୁନା ୪ ଜଣ ଯାତ୍ରୀଙ୍କ ଠାରୁ ଜବତ କରିଛି ବିମାନ ବନ୍ଦର କଷ୍ଟମ ବିଭାଗ । ଏହି ଯାତ୍ରୀମାନେ ଏୟାର ଇଣ୍ଡିଆ ବିମାନ IX354 ରେ ସାର୍ଜାରୁ କେରଳ ଆସୁଥିଲେ । ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ କୋଜିକୋଡର ବାସିନ୍ଦା ଥିବାବେଳ ଅନ୍ୟଜଣେ ସ୍ଥାନୀୟ କାସରଗଡାର ବାସିନ୍ଦା ବୋଲି ସୂଚନା ଦେଇଛି ପୋଲିସ । ଅନ୍ୟ ଦୁଇ ଜଣ ମାଲାପୁରମର ବାସିନ୍ଦା ବୋଲି ଜଣାପଡିଛି ।

କାରିପୁର ବିମାନ ବନ୍ଦରରୁ ଜବତ ହେଲା ୬ କେଜି ଓଜନର ସୁନା , ୪ ଗିରଫ

ପୋଲିସ ଓ କଷ୍ଟମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମାଲାପୁରମର ସ୍ଥାନୀୟ ଦୁଇ ଯାତ୍ରୀଙ୍କ ନିକଟରୁ ଯଥାକ୍ରମେ ସର୍ବାଧିକ ୩.୩୬ କେଜି ଓ ୮୫୪ ଗ୍ରାମ ଓଜନର ସୁନା ଜବତ ହୋଇଥିଲା । ସେହିପରି କୋଜିକୋଡ ବାସିନ୍ଦାଙ୍କ ଠାରୁ ୫୦୧ ଗ୍ରାମ ଓ ଅନ୍ୟ ଜଣେ ଯାତ୍ରୀ ତଥା କାସାରଗୋଡା ନିବାସୀ ଯାତ୍ରୀ ନିକଟରୁ ୧ କେଜି ୬୯ ଗ୍ରାମ ସୁନା ଜବତ କରାଯାଇଛି ।

ବିପୁଳ ପରିମାଣର ସୁନା ଜବତ ହେବା ପରେ ସମସ୍ତ ୪ ଯାତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାରେ ଏକ ବଡ ଧରଣର ସୁନା ତସ୍କର ଗ୍ୟାଙ୍ଗ କାର୍ଯ୍ୟ କରୁଥିବା ସନ୍ଦେହ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.