ETV Bharat / bharat

ମଝି ରାସ୍ତାରେ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ - ଆନ୍ଧ୍ରର ପ୍ରକାଶମ ଜିଲ୍ଲା

ସିଲିଣ୍ତର ବୋଝେଇ ଟ୍ରକରେ ବିସ୍ଫୋରଣ । ଆନ୍ଧ୍ରର ପ୍ରକାଶମ୍ ଜିଲ୍ଲାର ଅନନ୍ତପୁର-ଗୁଣ୍ଟୁର ଜାତୀୟ ରାଜପଥ(Anantapur-Guntur national highway )ର ଦାଦଓ୍ବାଡା ଗାଁ(Daddawada village) ନିକଟରେ ଏ ଅଘଟଣ ଘଟିଛି। ଅଧିକ ପଢନ୍ତୁ

ସିଲିଣ୍ତର ବୋଝେଇ ଟ୍ରକରେ ବିସ୍ଫୋରଣ, କେହି ମୃତାହତ ହୋଇ ନଥିବା ସୂଚନା

author img

By

Published : Sep 2, 2022, 1:06 PM IST

ଅମରାବତୀ: ସିଲିଣ୍ତର ବୋଝେଇ ଟ୍ରକରେ ବିସ୍ଫୋରଣ । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆନ୍ଧ୍ର ପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଅନନ୍ତପୁର ଗୁଣ୍ଟୁର ଜାତୀୟ ରାଜପଥ(Anantapur-Guntur national highway )ର ଦାଦଓ୍ବାଡା ଗାଁ(Daddawada village) ନିକଟରେ ଏ ଅଘଟଣ ଘଟିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ସୂଚନା ମିଳିଛି ।

ଏହାବି ପଢନ୍ତୁ: Cylinder Blast In Andhra: ଗ୍ୟାସ ସିଲିଣ୍ତର ଫାଟି ଭୁଶୁଡିଲା ଛାତ, ଚାଲିଗଲା 4 ଜୀବନ

ସୂଚନା ଅନୁସାରେ, ଗ୍ୟାସ ବୋଝେଇ ଟ୍ରକଟି କୁର୍ଣ୍ଣୁଲରୁ ଉଲ୍ଲାଭାପାଡୁ(Ulavapadu) ଅଭିମୁଖେ ଯାଉଥିଲା । ଏହି ସମୟରେ ଗାଡିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଡ୍ରାଇଭର ମୋହନରାଜ ଏହା ଜାଣି ପାରି ଗାଡିଟିକୁ ଜାତୀୟ ରାଜପଥର ଟିକେ ଦୂରରେ ଛାଡି ଦେଇ କିଛି ଦୂରକୁ ଚାଲିଆସିଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୋଲିସ । ବିସ୍ଫୋରଣ ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦାଦଓ୍ବାଡା ଗାଁ ନିକଟରେ ରହିଥିବା ୩୦ଟି ପରିବାରକୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲା । ଏହାସହ ରାଜପଥରେ ଯିବାକୁ ଥିବା ସମସ୍ତ ଗାଡି ଗୁଡିକୁ ମଧ୍ୟ ଅଟକା ଯାଇଥିଲା । ଏ ସ୍ପେଶାଲ ଅପରେସନର କିଛି ସମୟ ପରେ ଟ୍ରକରେ ଥିବା ପାଖାପାଖି ୧୦୦ଟି ସିଲିଣ୍ତର ବିସ୍ଫୋରଣ ହୋଇଥିଲା । ଏ ବିସ୍ଫୋରଣରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ କେହି ମୃତ୍ୟୁବରଣ କରି ନଥିବା ସୂଚନା ମିଳିଛି । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.