ETV Bharat / bharat

କାଶ୍ମୀର ଗୁଲମର୍ଗରେ ହିମସ୍ଖଳନ, ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

author img

By

Published : Feb 1, 2023, 3:35 PM IST

Updated : Feb 1, 2023, 6:36 PM IST

କାଶ୍ମୀରର ଗୁଲମର୍ଗରେ ହିମସ୍ଖଳନରେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଏବେବି ଫସିଥିବା ଏକାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ। ଅଧିକ ପଢନ୍ତୁ

କାଶ୍ମୀରର ଗୁଲମର୍ଗରେ ଭୂସ୍ଖଳନ, ରେସକ୍ୟୁ ଅପରେସନ ଜାରି

ହାଇଦ୍ରାବାଦ: ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗରେ ହିମସ୍ଖଳନ ଘଟିଛି । ଏଥିରେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ଏକାଧିକ ପର୍ଯ୍ୟଟକ ଫସି ରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଗୁଲମର୍ଗର ପ୍ରସିଦ୍ଧ ସ୍କି ରିସୋର୍ଟରେ ଆଜି ଅପରାହ୍ନରେ ଏହି ହିମସ୍ଖଳନ ଘଟିଛି । ଫସି ରହିଥିବା ପର୍ଯ୍ୟଟକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି ।

  • #WATCH | J&K: Avalanche hit the Afarwat peak at famous ski resort in Gulmarg. Rescue operation launched by Baramulla Police along with other agencies. Reports of some skiers being trapped are being corroborated, Baramulla Police say. pic.twitter.com/zsFBfBL0od

    — ANI (@ANI) February 1, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ଏହି ହିମସ୍ଖଳନ ଘଟିଛି । ଅନେକ ପର୍ଯ୍ୟଟକ ପରିଭ୍ରମଣ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେମାନଙ୍କ ମଧ୍ୟରୁ କିଛି ଜଣ ନିଖୋଜ ରହିଛନ୍ତି । ଗୁଲମର୍ଗରେ କେତେ ପର୍ଯ୍ୟଟକ ଥିଲେ ଓ ବର୍ତ୍ତମାନ ସୁଦ୍ଧା କେତେ ଫସିଛନ୍ତି ସେ କୋଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ । ଏକାଧିକ ରେସ୍କ୍ୟ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଏକାଧିକ ନିଖୋଜ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି ।

ପ୍ରବଳ ତୁଷାରପାତ ଫଳରେ ବରଫର ମୋଟା ସ୍ତର ଜମା ହୋଇ ରହିଥିଲା । ଭୂସ୍କଳନ ଫଳରେ ଏହି ବରଫ ଅତଡା ଧସିଥିଲା । ଶୀତ ଦିନେ ଏଠାରେ ତୁଷାରପାତର ମଜା ନେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ ଦେଖବାକୁ ମିଳେ । ଆଜିର ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ପର୍ଯ୍ୟଟନ ଅପରେସନକୁ ବାତିଲ କରାଯାଇଛି । ପର୍ଯ୍ୟଟକଙ୍କୁ ଉକ୍ତ ସ୍ଥାନକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରିଛି ସ୍ଥାନୀୟ ପ୍ରଶାସନ । ଏବେ ମଧ୍ୟ ଘଟଣାସ୍ଥଳରେ ବରଫ ତଳେ କିଛି ପର୍ଯ୍ୟଟକ ପୋତି ହୋଇ ରହିଥିବା ସନ୍ଦେହରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି ଏକାଧିକ ଉଦ୍ଧାରକାରୀ ଟିମ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2023, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.