ETV Bharat / bharat

ପଶୁପ୍ରେମ ଆଗରେ ୧୦କୋଟି ହେଲା ତୁଚ୍ଛ, 'କେଶରିୟା'କୁ ବିକିବାକୁ ମନା କଲେ ମାଲିକ

author img

By ETV Bharat Odisha Team

Published : Nov 21, 2023, 10:28 PM IST

ରାଜସ୍ଥାନରେ ଆୟୋଜିତ ପୁଷ୍କର ମେଳାରେ ଏକ ଘୋଡ଼ାକୁ କିଣିବା ଲାଗି ୧୦ କୋଟି ଅଫର କଲେ ବିଦେଶୀ ପର୍ଯ୍ୟଟକ । ବିକିବାକୁ ମନା କଲେ ମାଲିକ । ଅଧିକ ପଢ଼ନ୍ତୁ

Marwari breed horse Kesariya
Marwari breed horse Kesariya

ଗାନ୍ଧୀନଗର: ରାଜା ରାଜୁଡା ସମୟରେ ଘୋଡ଼ା ବେଶ ଲୋକପ୍ରିୟ ଥିଲା । ରାଜାଙ୍କ ଦରବାରରେ ଘୋଡାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଏବେ କ୍ୱଚିତ ଘୋଡ଼ାକୁ ଘରେ ପାଳିବା ଦେଖିବାକୁ ମିଳେ । ତେବେ ଆଜି ବି ଏପରି ଅଶ୍ବପ୍ରେମୀ ରହିଛନ୍ତି ଯିଏକି କୋଟି କୋଟି ଟଙ୍କାକୁ ତୁଚ୍ଛ କରିଛନ୍ତି । ଏମିତି ଜଣେ ମାଲିକ ହେଉଛନ୍ତୁ ଗୁଜୁରାଟର ଚରଣଜିତ ସିଂ । ତାଙ୍କ ଘୋଡା 'କେଶରିୟା'କୁ କିଣିବା ଲାଗି ଜଣେ ବିଦେଶୀ ୧୦ କୋଟି ଟଙ୍କା ଏଫର କରିଥିଲେ ସୁଦ୍ଧା ଏହାକୁ ସେ ତୁଚ୍ଛ କରିଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

ପ୍ରତି ବର୍ଷ ରାଜସ୍ଥାନରେ 'ପଶୁ ପ୍ରଦର୍ଶନୀ' ଅନୁଷ୍ଠିତ ହୋଇଥାଏ । ତେବେ ସମସ୍ତ ପଶୁମାନଙ୍କ ମଧ୍ୟରେ 'କେଶରିୟା' ଘୋଡ଼ାକୁ ଖୋଜା ପଡ଼େ । ଏହି ଘୋଡ଼ା ଏବେ ଏତେ ଲୋକପ୍ରିୟତା ଅର୍ଜନ କରିଛି ଯେ ଯାହାକୁ ଦେଖିବା ଲାଗି ବିଦେଶୀମାନେ ମଧ୍ୟ ଭିଡ଼ ଜମାନ୍ତି । ରାଜସ୍ଥାନର ଏହି ପୁଷ୍କର ମେଳାରେ ଘୋଡ଼ା, ଗାଈ, ବଳଦ ଓ ଓଟମାନଙ୍କର ମଧ୍ୟ ପ୍ରଦର୍ଶନୀ କରାଯାଏ । ତେବେ ଏହି ମେଳାରେ କିଛି ପଶୁଙ୍କୁ ବିକିବା ଲାଗି ପ୍ରଦର୍ଶନ କରାଯାଉଥିବା ବେଳେ ଆଉ କିଛି ପଶୁଙ୍କୁ କେବଳ ମାଲିକମାନେ ପ୍ରଦର୍ଶନୀ ପାଇଁ ରଖିଥାଆନ୍ତି । ଏହି ପଶୁମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ରହିଥାଏ କେଶରିୟା ଘୋଡ଼ା ।

ଏହା ବି ପଢନ୍ତୁ- ଅନାବିଳ ପଶୁ ପ୍ରେମ: କୁକୁର ମୃତ୍ୟୁରେ ଶୁଦ୍ଧିକ୍ରିୟା, ବ୍ରାହ୍ମଣ ଭୋଜନର ଆୟୋଜନ କଲା ପରିବାର

ରାଜସ୍ଥାନର ଏହି ପୁଷ୍କର ମେଳାରେ ପଶୁ ବ୍ୟାପାର କରାଯାଏ । ଏହାକୁ ଦେଖିବା ଲାଗି ଫ୍ରାନ୍ସ, ଆମେରିକା, ଲଣ୍ଡନ ସମେତ ଅନେକ ବିଦେଶ ପର୍ଯ୍ୟଟକ ଆସିଥାନ୍ତି । ଏହି ମେଳାରେ ଘୋଡ଼ା ଉପରେ ବସିଥାଆନ୍ତି ପର୍ଯ୍ୟଟକ । ତେବେ ଏହି ମେଳାରେ କେଶରିୟା ଘୋଡ଼ାକୁ ଦେଖି ଜଣେ ବିଦେଶୀ ପର୍ଯ୍ୟଟକ ଆକର୍ଷିତ ହୋଇପଡ଼ିଥିଲେ । ତାକୁ କିଣିବା ଲାଗି ସେ ମାଲିକଙ୍କୁ ୧୦ କୋଟି ଟଙ୍କା ଅଫର୍‌ କରିଥିଲେ । ହେଲେ ଚରଣଜିତ୍‌ଙ୍କ ପଶୁପ୍ରେମ ଆଗରେ ତୁଚ୍ଛ ହୋଇଯାଇଥିଲା ଏହି ବିପୁଳ ମାତ୍ରାର ଅର୍ଥ । ସେ ସିଧା ସିଧା କେଶରିୟାକୁ ବିକିବା ଲାଗି ମନା କରି ଦେଇଥିଲେ ।

'କେଶରିୟା'ର ସ୍ବତନ୍ତ୍ରତା:- କେଶରିୟା ଘୋଡ଼ା ମାରୱାଡି ପ୍ରଜାତିର । ଏହି ପ୍ରଜାତିର ଘୋଡ଼ାଙ୍କୁ ଅଧିକାଂଶ ମାରୱାଡ ଅଞ୍ଚଳରେ ଦେଖିବାକୁ ମିଳେ । ରାଜା ରାଜୁଡା ସମୟରେ ଏହି ପ୍ରଜାତିର ଘୋଡାଙ୍କୁ ଅଧିକାଂଶ ଯୁଦ୍ଧ କ୍ଷେତ୍ରରେ ଦେଖିବାକୁ ମିଳେ । ଏହି ପ୍ରଜାତିର ଘୋଡ଼ାଙ୍କ ସ୍ବତନ୍ତ୍ରତା ହେଉଛି ଏମାନେ ଅନ୍ୟ ପ୍ରଜାତି ଅପେକ୍ଷା ଦ୍ରୁତ ଗତିରେ ଦୌଡ଼ିଥାନ୍ତି । ଏହା ସହିତ ମରୁଭୂମି ଅଞ୍ଚଳରେ ଦୌଡିବାର ଏମାନଙ୍କ ଦକ୍ଷତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.