ହାଇଦ୍ରାବାଦ: ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ । ଶନିବାର ଜାହିରାବାଦ ଅଞ୍ଚଳରେ ବେହୋସ୍ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ମହିଳାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଜାହିରାବାଦ ପୋଲିସ ଥାନା ଜିମାରେ ଦେଇଥିଲେ । ମହିଳା ଜଣକ ସମ୍ପୂର୍ଣ୍ଣ ନଶାସକ୍ତ ଅବସ୍ଥାରେ ରହିଥିଲେ । ଏହି ଘଟଣାକୁ ନେଇ ପୋଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ ବେଳେ ଯେଉଁ ତଥ୍ୟ ପଦାକୁ ଆସିଥିଲା ତାହା ପୋଲିସ୍କୁ ଚିନ୍ତାରେ ପକାଇ ଦେଇଥିଲା । ମହିଳାଙ୍କୁ ଏକ ଅଟୋରେ କିଛି ଦୁର୍ବୃତ୍ତ ଅପହରଣ କରି ନେଇ ଆସିଥିଲେ । ଏହାପରେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ ପୂର୍ବରୁ ମହିଳାଙ୍କୁ ନିଶା ଦିଆଯାଇଥିଲା ନା ଦୁଷ୍କର୍ମ ପରେ ମହିଳାଙ୍କୁ ନିଶା ଦିଆଯାଇଛି ତାହାର ତଦନ୍ତ କରୁଛି ପୋଲିସ ।
ମହଳା ଜଣକ ତିରୁମାନାଗିରି ଲାଲ୍ବଜାର ଅଞ୍ଚଳ ବାସିନ୍ଦା ବୋଲି ଜଣା ପଡ଼ିଛି । ମହିଳାଙ୍କ ଦୁଇଜଣ ସନ୍ତାନ ରହିଥିବାବେଳେ ସ୍ବାମୀଠାରୁ ସେ ଅଲଗା ରହୁଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ପୀଡ଼ିତାଙ୍କୁ ସଖୀ ସେଣ୍ଟରେ ଭର୍ତ୍ତି କରାଯାଇଛି । ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ତଦନ୍ତ ବାବଦରେ ଅଧିକ ତଥ୍ୟ ଦେଉନାହିଁ । ଏହି ଘଟଣାକୁ ନେଇ ଜାହିରାବାଦ ଡିଏସ୍ପିଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।