ETV Bharat / bharat

ସମସ୍ୟାରେ ପେଶି ହେଉଛି ଡୁମକା, ଗାଁରେ ବିବାହ କରିବାକୁ ପଡୋଶୀ ଜିଲ୍ଲା ଲୋକେ ଅମଙ୍ଗ - ଜାମା ବିଧାନସଭା ନିର୍ବାଚନ ମଣ୍ଡଳୀ

ସମସ୍ୟା ଘେରରେ ଝାଡଖଣ୍ଡର ଡୁମକା ବ୍ଲକର ଲକଡ ଜୋରିଆ ଗ୍ରାମ । ଗ୍ରାମରେ ନା ଅଛି ରାସ୍ତା, ନା ଅଛି ପାନୀୟ ଜଳର ସୁବିଧା, ଏମିତିକି ବାସ ଗୃହ ଯୋଜନାରୁ ବଞ୍ଚିତ ଗ୍ରାମବାସୀ । ଜନପ୍ରତିନିଧିଙ୍କ ନଜର ଆଢୁଆଳରେ ରହିଛି ଏହି ଗ୍ରାମ । ବିକାଶ ପାଲଟିଛି ସାତ ସପନ । ଅଧିକ ପଢନ୍ତୁ

ସରକାରଙ୍କ ନଜର ଆଢୁଆଳରେ ଲକଡ ଜୋରିଆ ଗ୍ରାମ, ସମସ୍ୟା ଯୋଗୁଁ ହେଉ ନାହିଁ ବିବାହ

author img

By

Published : Jul 28, 2022, 12:03 PM IST

ରାଞ୍ଚି: ଅବହେଳିତ ଅବସ୍ଥାରେ ଝାଡଖଣ୍ଡର ଡୁମକା ବ୍ଲକର ଲକଡ ଜୋରିଆ ଗ୍ରାମ । ଏଠାରେ ସରକାରୀ ଯୋଜନା ଯେମିତି ସାତ ସପନ । ଗରିବ ଓ ଅସହାୟଙ୍କ ପାଇଁ ଅନେକ ସରକାର ଅନେକ ଯୋଜନା କରିଥିବା ବେଳେ ଏଠାକାର ଅବସ୍ଥା ଦେଖିଲେ ଲାଗୁଛି ଯେମିତି ଏଠାରେ ବିକାଶର ପାଦ ପଡିନାହିଁ । ନା ମିଳୁଛି ବାସଗୃହ ନା ଲୋକେ ପାଉଛନ୍ତି ସ୍ବଚ୍ଛ ପାଣି, ଚାଲିବାକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଏହା ଏକ ଆଦିବାସି ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ୨୦୦ ଶହ ପରିବାରର ୧୨ଶହ ଲୋକ ବସବାସ କରନ୍ତି । କିନ୍ତୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସମସ୍ତେ । ଡୁମକା ବ୍ଲକରେ ଅନେକ ଟାଣୁଆ ନେତା ରହିଥିଲେ ମଧ୍ୟ ସମସ୍ୟା ଦୂର ନହେବାରୁ ଗ୍ରାମରେ ବିବାହ କରିବାକୁ ଅମଙ୍ଗ ଅନ୍ୟଗ୍ରାମର ଲୋକେ ।

ସରକାରଙ୍କ ନଜର ଆଢୁଆଳରେ ଲକଡ ଜୋରିଆ ଗ୍ରାମ, ସମସ୍ୟା ଯୋଗୁଁ ହେଉ ନାହିଁ ବିବାହ
ସରକାରଙ୍କ ନଜର ଆଢୁଆଳରେ ଲକଡ ଜୋରିଆ ଗ୍ରାମ, ସମସ୍ୟା ଯୋଗୁଁ ହେଉ ନାହିଁ ବିବାହ

ଲକଡ ଜୋରିଆ ଏକ ସାଧାରଣ ଗ୍ରାମ ନୁହେଁ

ଏହି ଗ୍ରାମ ଜାମା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଯେଉଁଠାରେ ବିଧାୟକ ରହିଛନ୍ତି ସୀତା ସୋରେନ । ଯିଏକି JMM ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ । ଯିଏକି ଲଗାତାର ଏଠାରୁ ୩ତର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଲାଗୁଛି ଯେମିତି ବିଧାୟିକାଙ୍କ ନଜର ଆଢୁଆଳରେ ରହିଯାଇଛି ଏହି ଗ୍ରାମ । ଯଦି ପୂର୍ବ ଇତିହାସକୁ ଦେଖିବା ତେବେ ଶିବୁ ସୋରେନଙ୍କ ପୁଅ ଦୁର୍ଗା ସୋରେନ ଦୁଇଥର ନିର୍ବାଚନରେ ​​ଜିତିଥିଲେ । ଯଦି ଦଳ ବିଷୟରେ କଥା ହେବା, ତେବେ ବର୍ତ୍ତମାନ ଡୁମକା ଲୋକସଭାର ସାଂସଦ ରହିଥିବା ସୁନୀଲ ଲୋରେନ ମଧ୍ୟ ଜାମା ବ୍ଲକରୁ ଆସିଛନ୍ତି । ଯଦି ଦେଖାଯାଏ ଏହି ଅଞ୍ଚଳରେ ବହୁ ବଡବଡ ଜନପ୍ରତିନିଧି ରହିଛନ୍ତି । କିନ୍ତୁ ଏହା ଗ୍ରାମ ଉପରେ କେହି ନଜର ଦେଉନଥିବାରୁ ଏହି ସରକାରୀ ଅଧିକାରୀଙ୍କ ପାଦ ପଡିନାହିଁ ଗ୍ରାମରେ ।

ଲକଡ ଜୋରିଆ ଗ୍ରାମକୁ ନାହିଁ ରାସ୍ତା

ଏହି ଗ୍ରାମକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଖାଲ ଖମାରରେ ଭରି ହୋଇଛି ପୁରା ରାସ୍ତା । ଏଠାରେ ଗାଡି ଯିବାତ ଦୂରରେ କଥା ଚାଲିବାକୁ ମଧ୍ୟ ଅନେକ ସମୟରେ ଭୟ ଲାଗେ । ଯଦି ଗ୍ରାମରେ କେତେବେଳେ କାହାର ଦେହ ଖରାପ ହୁଏ ତେବେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରେ ନାହିଁ । ଫଳରେ ଅନେକ ସମୟରେ ଖଟିଆରେ ବୁହା ହୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅସୁସ୍ଥ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଏ ।

ପାଣି ସମସ୍ୟା

ଗ୍ରାମରେ ଉତ୍କଟ ରୂପ ନେଇଛି ପାନୀୟ ଜଳ ସମସ୍ୟା । ଦିର୍ଘ ୨ବର୍ଷ ହେଲା ଏଠାରେ ପାଣି ଟାଙ୍କି ଲଗାଇବାକୁ କାମ ଆରମ୍ଭ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ପାଣି ବୁନ୍ଦେ ପାଇନାହାନ୍ତି ସ୍ଥାନୀୟ ଲୋକେ । କିନ୍ତୁ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ନାହିଁ । ଗ୍ରାମରେ ମାତ୍ର ଚାରିଟି ନଳକୂପ ଥିବାରୁ ସେଥିରୁ ଅନେକ ସମୟରେ କମ ପାଣି ବାହାରୁଛି ଯାହା ସମୁଦ୍ରକୁ ଶଙ୍ଖେ ପରି ମନେ ହେଉଛି । ଏନେଇ ଗ୍ରାମବାସୀ କହିଛନ୍ତି ଯେ, ''ଯେତେବେଳେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଆମେ ବହୁତ ଖୁସି ହୋଇଥିଲୁ ଯେ ବର୍ତ୍ତମାନ ଜଳ ସମସ୍ୟାର ସମାଧାନ ହେବ, କିନ୍ତୁ ତାହା ମଧ୍ୟ ସମ୍ପର୍ଣ୍ଣ ହୋଇପାରିଲା ନାହିଁ ।

ବାସଗୃହ ଯୋଜନାରୁ ବଞ୍ଚିତ ଗ୍ରାମବାସୀ

ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ପର୍ଯ୍ୟନ୍ତ କାହାକୁ ବି ଘର ମିଳିନଥିବା କହିଛନ୍ତି ଗ୍ରାମବାସୀ । ଏଥିରେ ବିଦ୍ୟୁତ ସେବା ମଧ୍ୟ ଅପହଞ୍ଚ ରହିଛି ଏହି ଗ୍ରାମରେ । ଫଳରେ ପାଠ ପଢିବା ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଛାତ୍ରଛାତ୍ରୀ ।

ଗ୍ରାମରେ ବିବାହ କରିବାକୁ ଅମଙ୍ଗ ଅନ୍ୟ ଗ୍ରାମର ଲୋକେ

ଗ୍ରାମରେ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସେବା ଭଳି ଅନେକ ସମସ୍ୟା ରହୁଥିବା ବେଳେ ଏହି ଗ୍ରାମରେ ବିବାହ କରିବାକୁ ମଧ୍ୟ ଅନ୍ୟଗ୍ରାମର ଲୋକେ ମଧ୍ୟ ଇଚ୍ଛା କରନ୍ତି ନାହିଁ । କାହିଁକିନା ଏତେ ସମସ୍ୟା ମଧ୍ୟରେ ଏଠାକୁ କେହି ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।

ପ୍ରଶାସନିକ ଅଧିକାରୀଙ୍କ ମତ

ଗ୍ରାମରେ ସମସ୍ୟା ବିଷୟରେ ଡୁମୁକା ଡେପୁଟି କମିଶନର ଓ ଏବଂ ଡେପୁଟି ଡେଭଲପମେଣ୍ଟ କମିଶନରଙ୍କୁ ପଚାରିବାରୁ କ୍ୟାମେରା ସମ୍ମୁଖରେ ସେ କିଛି ଉତ୍ତର ଦେଇନଥିଲେ । ପରେ ଡେପୁଟି ଡେଭଲପମେଣ୍ଟ କମିଶନର ଜାମା ବ୍ଲକର ବିଡିଓଙ୍କୁ ଗାଁକୁ ଯାଇ ରାସ୍ତା ସମସ୍ୟା, ଜଳ ସମସ୍ୟା ବିଷୟରେ ଅବଗତ କରାଇବାକୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.