ETV Bharat / bharat

Rajasthan Karauli update: ଇଣ୍ଟରନେଟ୍ ବନ୍ଦ, ଆଜି ବି କର୍ଫ୍ୟୁ ଜାରି - ଉତ୍ତେଜନା ପରେ କୌରଲିରେ ଶୂନଶାନ ସଡ଼କ

କୌରଲି ଅଞ୍ଚଳରେ ହିନ୍ଦୁ ନବବର୍ଷ ପାଳନବେଳେ ପଥର ମାଡ଼ ହୋଇଥିଲା । ଫଳରେ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ଅଧିକ ପଢ଼ନ୍ତୁ

ହିନ୍ଦୁ ନବବର୍ଷ ବେଳେ ସଂଘର୍ଶ, କୌରଲିରେ କର୍ଫ୍ୟୁ ଜାରି

author img

By

Published : Apr 3, 2022, 9:40 PM IST

ଜୟପୁର: କୌରଲି ଅଞ୍ଚଳରେ ହିନ୍ଦୁ ନବବର୍ଷ ପାଳନ ବେଳେ ପଥର ମାଡ଼ ହୋଇଥିଲା । ଫଳରେ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ନବବର୍ଷ ପାଳନ ପାଇଁ ଏହି ସ୍ଥାନ ଉତ୍ସବ ମୁଖର ହୋଇ ରହିଥିଲା । ତେବେ ଅଚାନକ ଏଠାରେ ପଥରମାଡ଼ ଆରମ୍ଭ ହୋଇ ଯାଇଥିଲା । ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ପୋଲିସ କର୍ଫ୍ୟୁ ଘୋଷଣା କରିଥିଲା ।

ହିନ୍ଦୁ ନବବର୍ଷ ବେଳେ ସଂଘର୍ଶ, କୌରଲିରେ କର୍ଫ୍ୟୁ ଜାରି
ହିନ୍ଦୁ ନବବର୍ଷ ବେଳେ ସଂଘର୍ଶ, କୌରଲିରେ କର୍ଫ୍ୟୁ ଜାରି

ରବିବାର ସହରରେ ପ୍ରବଳ ପୋଲିସ ବାହିନୀ ମୁତୟନ ରହିଥିଲେ । ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ସେପଟେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ଅଭିଯୋଗରେ ପୋଲିସ ବର୍ତ୍ତମାନ ୩୦ ଜଣଙ୍କୁ ଗିରଫ କରିଛି । କେଉଁ କାରଣରୁ ଏଠାରେ ପଥର ମାଡ଼ ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ପାରିନାହିଁ ପୋଲିସ ।

ଗତ ଶନିବାର ଏଭଳି କାଣ୍ଡ ପରେ ଏଠାରେ ଥିବା ହଟୱାରା ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ସ୍ଥାନୀୟ ଲୋକ ଜରୁରୀ ସାମଗ୍ରୀ ମଧ୍ୟ ପାଇ ପାରୁନାହାନ୍ତି । କେତେ ସମୟ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗି ରହିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ଶାନ୍ତି ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ସହ ଶାନ୍ତି କମିଟିର ବୈଠକ ହୋଇଛି । ଯେଉଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା କୁହାଯାଉଛି, ସେହି ଦୁଇ ଗୋଷ୍ଠୀର ପ୍ରତିନିଧି ବୈଠକରେ ଯୋଗ ଦେଇଛନ୍ତି । ଖୁବଶୀଘ୍ର ସହରରୁ କର୍ଫ୍ୟୁ ହଟିବ ବୋଲି କହିଛି ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.