ETV Bharat / bharat

ସମୁଦ୍ର ପ୍ରଦୂଷଣ: ତୈଳୀୟ ପଦାର୍ଥ ହଟାଇବା ପାଇଁ ସ୍ବତନ୍ତ୍ର ତୁଳା ତିଆରି କଲା IIT Guwahati

ସମୁଦ୍ର ପ୍ରଦୂଷଣକୁ ରୋକିବା ଲକ୍ଷ୍ୟ । ଆସାମର IIT ଗୌହାଟି ନିର୍ମାଣ କଲା ମେଡିକାଲ କଟନ୍‌ । ଯାହାକି ପାଣିରୁ ହଟାଇବ ଦୂଷିତ ତୈଳୀୟ ପଦାର୍ଥ । ଅଧିକ ପଢନ୍ତୁ...

author img

By

Published : Sep 21, 2021, 4:32 PM IST

ସମୁଦ୍ର ପ୍ରଦୂଷଣ: ତୈଳୀୟ ପଦାର୍ଥ ହଟାଇବା ପାଇଁ ସ୍ବତନ୍ତ୍ର ତୁଳା ତିଆରି କଲା IIT Guwahati
ସମୁଦ୍ର ପ୍ରଦୂଷଣ: ତୈଳୀୟ ପଦାର୍ଥ ହଟାଇବା ପାଇଁ ସ୍ବତନ୍ତ୍ର ତୁଳା ତିଆରି କଲା IIT Guwahati

ଦିସପୁର: ବିଗତ କିଛି ବର୍ଷ ଧରି ସମୁଦ୍ର ପାଣି ଦୂଷିତ ହେବାରେ ଲାଗିଛି । ଫଳରେ ସମୁଦ୍ର ପାଣିରେ ଦୂଷିତ ତୈଳୀୟ ପଦାର୍ଥ ଭାସୁଥିବା ମଧ୍ୟ ଦେଖିବାକୁ ମିଳିଛି । ସମୁଦ୍ର ପାଣିକୁ ଦୂଷିତ ରଖୁଥିବା ଏହି ତୈଳୀୟ ପଦାର୍ଥକୁ ହଟାଇବା ଲାଗି IIT ଗୌହାଟି ଏକ ହାଇଡ୍ରୋଫୋବିକ କଟନ ବା ତୁଳା ଜାତୀୟ ପଦାର୍ଥକୁ ତିଆରି କରିଛି । ଏହି ପଦାର୍ଥଟି ପାଣିରୁ ତୈଳୀୟ ପଦାର୍ଥଗୁଡିକୁ ଶୋଷଣ କରି ପାଣିକୁ ସ୍ବଚ୍ଛ ରଖିବ । ଫଳରେ ଦୂର ହୋଇପାରିବ ପରିବେଶ ସଙ୍କଟ ।

ଏହି ପଦାର୍ଥରେ ମେଟାଲ-ଅରଗାନିକ ଫ୍ରେମୱାର୍କ(MOF) ରହିଛି । ଯାହାଦ୍ବାରା ସମୁଦ୍ରର ବିଭିନ୍ନ ପଦାର୍ଥରୁ ଆପେ ଆପେ ତୈଳ ଅଲଗା ହୋଇ ଏହି ପଦାର୍ଥରେ ରହିବ । ପ୍ରାୟ ୯୫ରୁ ୯୮ ପ୍ରତିଶତ ଦୂଷିତ ତୈଳକୁ ଏହା ଶୋଷଣ କରିପାରିବ । ରାସାୟନିକ ପଦାର୍ଥକୁ ମଧ୍ୟ ସମୁଦ୍ର ପାଣିରୁ କମ କରିବାରେ ଏହି ପଦାର୍ଥଟି ନେବ ବଡ଼ ଭୂମିକା । ଏହି ପଦାର୍ଥଟି ଏକ ସ୍ପଞ୍ଜ ପରି କାର୍ଯ୍ୟ କରିବ ବୋଲି ଆଇଆଇଟି ଗୌହାଟି ପକ୍ଷରୁ କୁହାଯାଇଛି । ଏହି ପଦାର୍ଥଟି ୧୦ ଥର ପୁନଃ ବ୍ୟବହାର ମଧ୍ୟ କରାଯାଇପାରିବ ।

ପେଟ୍ରୋଲିୟମ ଇଣ୍ଡଷ୍ଟ୍ରି ଗୁଡି଼କରୁ ତେଲ ଲିକ ହେବାଠୁ ଆରମ୍ଭ କରି ତୈଳ ପରିବହନ ସମୟରେ କିଛି ତୈଳ କ୍ଷୟ ହୋଇଥାଏ । ଏଗୁଡିକ ନଦୀ, ହ୍ରଦ ସହିତ ସମୁଦ୍ର ପାଣିରେ ମଧ୍ୟ ମିଶିଥାଏ । ଏହାସହିତ ବିଭିନ୍ନ ଶିଳ୍ପାନୁଷ୍ଠାନରୁ ନିର୍ଗତ ପଦାର୍ଥରେ ମଧ୍ୟ ତୈଳର ପରିମାଣ ରହିଥାଏ । ଏଗୁଡ଼ିକ ମଧ୍ୟ ପାଣିରେ ମିଶିବା ଫଳରେ ସମୁଦ୍ର ପାଣି ଆଦି ଦୂଷିତ ହେବାରେ ଲାଗିଛି । ଯାହାକି ସମୁଦ୍ରରେ ରହୁଥିବା ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ତେବେ ଏଗୁଡିକୁ ଦୂର କରିବା ପାଇଁ IIT ପକ୍ଷରୁ ଏହି ପଦାର୍ଥର ନିର୍ମାଣ କରାଯାଇଛି ।

ପାଣି ଉପରେ ଭାସୁଥିବା ବିଭିନ୍ନ ଦୂଷିତ ପଦାର୍ଥକୁ ହଟାଇବା ପାଇଁ ଲାଗି IIT ପକ୍ଷରୁ ଚେଷ୍ଟା କରାଯାଉଥିଲା । ଏହାପରେ ଏଭଳି ଏକ ମେଡିକାଲ କଟନ୍‌କୁ ତିଆରି କରାଯାଇଛି ବୋଲି IIT ଗୌହାଟିର ରସାୟନ ବିଜ୍ଞାନର ସହକାରୀ ପ୍ରଫେସର ଶ୍ୟାମ ପି.ବିଶ୍ବାସ କହିଛନ୍ତି । ଏହି ମେଡିକାଲ କଟନ୍‌ ତିଆରି କରିବା ପାଇଁ ମୋଟର ଅଏଲ, କିରୋସିନି ଓ ଗ୍ୟାସୋଲିନ ଆଦି ପଦାର୍ଥ ଉପରେ ଗବେଷଣା କରାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.