ETV Bharat / bharat

ହାଇଦ୍ରାବାଦରେ ଖୋଲିଲା ମାର୍ଗଦର୍ଶୀର ନୂଆ ଶାଖା, ଉଦଘାଟନ କରି ଏମଡି ଶୈଳଜା କହିଲେ ଜୀବନରେ ଆର୍ଥିକ ସ୍ଥିରାବସ୍ଥା ଦେବ ସଂସ୍ଥା

author img

By ETV Bharat Odisha Team

Published : Dec 15, 2023, 10:25 PM IST

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଖୋଲିଲା ପ୍ରତିଷ୍ଠିତ ଚିଟଫଣ୍ଡ କମ୍ପାନୀ ମାର୍ଗଦର୍ଶୀର ନୂଆ ଶାଖା । ଉଦଘାଟନ ବେଳେ ଯୁବପିଢିଙ୍କୁ ଟଙ୍କା ଜମା କରିବାକୁ କହିଲେ ଏମଡି ଶୈଳଜା କିରନ । ଅଧିକ ପଢନ୍ତୁ

Margadarshi Chit Funds
Margadarshi Chit Funds

ହାଇଦ୍ରାବାଦ: ଯୁବପିଢି ଯଦି ମାର୍ଗଦର୍ଶୀରେ ଟଙ୍କା ଜମା କରନ୍ତି, ତେବେ ଭବିଷ୍ୟତରେ ସେମାନେ ନିଜର ସମସ୍ତ ଆଶା ପୂରଣ କରିପାରିବେ । ଆଜି (ଶୁକ୍ରବାର) ପ୍ରତିଷ୍ଠିତ ଚିଟଫଣ୍ଡ କମ୍ପାନୀ 'ମାର୍ଗଦର୍ଶୀ'ର ନୂଆ ଶାଖା ହାଇଦ୍ରାବାଦରେ ଉଦଘାଟନ ସମୟରେ ଏହା କହିଛନ୍ତି କମ୍ପାନୀର ଏମଡି ଶୈଳଜା କିରନ । ରାଜଧାନୀ ହାଇଦ୍ରାବାଦର ଉପଲ ପିରଜାଡିଗୁଡ଼ାଠାରେ ମାର୍ଗଦର୍ଶୀ ନିଜର ୧୧୧ତମ ଶାଖାର ଉଦଘାଟନ କରିଛି ।

ଉଦଘାଟନ ସମୟରେ ଏମଡି ଶୈଳଜା କିରନର ଗୋଟିଏ କଥା ସ୍ପଷ୍ଟ କରିଥିଲେ ଯେ ଯଦି କେହି ନିଜ ଜୀବନରେ ଆର୍ଥିକ ସ୍ଥିରାବସ୍ଥା ଚାହୁଁଛନ୍ତି, ତେବେ ଏହା ତାଙ୍କୁ ମାର୍ଗଦର୍ଶୀ ଯୋଗାଇ ପାରିବ । ମାର୍ଗଦର୍ଶୀରେ ଟଙ୍କା ଜମା କଲେ ଏହା ସେମାନଙ୍କ ଆର୍ଥିକ ସ୍ଥିତିକୁ ବିକଶିତ କରିବାରେ ସହାୟକ ହେବ । ଉଦଘାଟନୀ ସମାରୋହରେ ଯୋଗଦେଇ ଏମଡି ଶୈଳଜା ଶାଖାର ନୂଆ କାର୍ଯ୍ୟାଳୟରେ ପ୍ରଥମେ ଦୀପ ପ୍ରଜ୍ଜ୍ବଳନ କରିଥିଲେ । ବୈଦିକ ରୀତିନୀତି ମନ୍ତ୍ରଧ୍ବନି ସହିତ ଏକ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଉଦଘାଟନ ପରେ ଏମଡି ଶୈଳଜା କହିଥିଲେ, "ମାର୍ଗଦର୍ଶୀ ଏହାର ସବସ୍କ୍ରାଇବରଙ୍କୁ ଗୁଣାବତ୍ତା ଓ ଭରସାଯୋଗ୍ୟ ସେବା ଯୋଗାଇବା ନିଶ୍ଚିତ କରିଥାଏ । ଏବେ କମ୍ପାନୀ ସଫଳତାର ସହିତ ଚାଲୁଥିବା ବେଳେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଜନସେବାରେ ଏହା ନିୟୋଜିତ ହେବ ।"

ଏହି ସମୟରେ ଇନାଡୁ ଏମଡି ସିଏଚ କିରନ ଓ ଇଟିଭି ଭାରତ ଏମଡି ସିଏଚ ବ୍ରିହତିଙ୍କ ସମେତ ମାର୍ଗଦର୍ଶୀ କମ୍ପାନୀର ନିର୍ଦ୍ଦେଶକ ଏସ ଭେଙ୍କଟସ୍ବାମୀ, ଉପସଭାପତି ପି ରାଜାଜି, ମୁଖ୍ୟ ମ୍ୟାନେଜର ସିଭିଏମ ଶର୍ମା, ବ୍ରାଞ୍ଚ ମ୍ୟାନେଜର ଏସ ତିରୁପତି, କର୍ମଚାରୀ ଓ ଏଜେଣ୍ଟମାନେ ଉପସ୍ଥିତ ଥିଲେ ।

ମାର୍ଗଦର୍ଶୀ ସମ୍ପର୍କରେ:- ୧୯୬୨ ମସିହା ଅକ୍ଟୋବରରେ ମାତ୍ର ୨ଟି କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଚିଟଫଣ୍ଡ କମ୍ପାନୀ 'ମାର୍ଗଦର୍ଶୀ' ଇତି ମଧ୍ୟରେ ବହୁ ସଫଳତା ହାସଲ କରିଛି । ଏବେ କମ୍ପାନୀରେ ୫ ହଜାର କର୍ମଚାରୀ କାମ କରୁଥିବା ବେଳେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ଏହାର ୧୧୦ଟି ଶାଖା ରହିଛି । ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେଉଥିବାରୁ କମ୍ପାନୀ ଏକ ଉତ୍ତମ ଭାବମୂର୍ତ୍ତି ବଜାୟ ରଖିଛି । ଏହି କମ୍ପାନୀକୁ ରାମୋଜି ଗ୍ରୁପ ଚେୟାରମ୍ୟାନ ସିଏଚ ରାମୋଜି ରାଓ ସ୍ଥାପିତ କରିଥିବା ବେଳେ ଗତ ୬ ଦଶନ୍ଧି ଧରି ୬୦ ଲକ୍ଷ ଗ୍ରାହକ ଏହା ସହିତ ଜଡ଼ିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.