ରାୟପୁର: ଛତିଶଗଡରେ ପୁଣି ମାଓ ହମଲା । ଏଥର କିନ୍ତୁ ପାଟ୍ରୋଲିଂ ପାର୍ଟି ଉପରେ ନୁହେଁ ବରଂ ବିଏସଏଫ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ଲାଲବାହୀନି । କାନକର ଜିଲ୍ଲାର ଏକ ବିଏସଏଫ କ୍ୟାମ୍ପରେ ନକ୍ସଲ ମାନେ ଅତର୍କିତ ଗୁଳିମାଡ କରିଥିଲେ ।
ଏହାର ପ୍ରତିଜବାବ ମଧ୍ୟ ଦେଇଛି ବିଏସଏଫ। 15-20 ମିନିଟ୍ ପାଇଁ ଉଭୟ ପକ୍ଷରୁ ଗୁଳି ଚାଲିଥିବାବେଳେ କିଛି ସମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଏଥିରେ କୌଣସି ମୃତାହତଙ୍କ ସୂଚନା ମିଳି ନଥିବାବେଳେ ସ୍ଥାନୀୟ ଅଞ୍ଚଳରେ କୁମ୍ବିଂ କଡାକଡି କରିଛି ସୁରକ୍ଷା ବଳ । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି ସୁନ୍ଦର ରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ