ETV Bharat / bharat

ପ୍ରସ୍ତୁତ କରୁଥିଲେ ଦେଶ ବିରୋଧୀ କଣ୍ଟେଣ୍ଟ, ୧୦ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

author img

By

Published : Sep 26, 2022, 10:24 PM IST

ସୂଚନା ଓ ପ୍ରଶାରଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌(ten Youtube channels banned) । ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସ୍ବରଚିତ ବିଷୟବସ୍ତୁକ ମାଧ୍ୟମରେ ଦେଶ ମଧ୍ୟରେ ଭେଦଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ଅଧିକ ପଢ଼ନ୍ତୁ

ten Youtube channels banned for hatred content against govt and India
ପ୍ରସ୍ତୁତ କରୁଥିଲେ ଦେଶ ବିରୋଧୀ କଣ୍ଟେଣ୍ଟ୍‌ , ୧୦ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌

ନୁଆଦିଲ୍ଲୀ: ସୂଚନା ଓ ପ୍ରଶାରଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରାଯାଇଛି(ten Youtube channels banned) । ଏହି ସବୁ ୟୁଟ୍ୟୁବ୍‌ ଚ୍ୟାନେ୍‌ଲ ଭ୍ରମାତ୍ମକ ତଥ୍ୟ ଦେଇ ଭାରତର ମିତ୍ର ଦେଶ ସହ ସମ୍ବନ୍ଧ ଖରାପ କରିବାକୁ ପ୍ରୟାସ କରୁଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସବୁ ଚ୍ୟାନେଲ୍‌ ଉପରେ ପ୍ରତିବନ୍ଧ ଲଗାଯାଇଛି । ଏହାକୁ ନେଇ ହମିରପୁର ଗସ୍ତ ବେଳେ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ।

ଏହି ସବୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସ୍ବରଚିତ ବିଷୟବସ୍ତୁକ ମାଧ୍ୟମରେ ଦେଶରେ ମଧ୍ୟରେ ଭେଦଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ବିଶେଷ କରି ମିତ୍ର ଦେଶଗୁଡ଼ିକ ସହ ସମ୍ବନ୍ଧ କଲା ଭଳି ତଥ୍ୟ ପ୍ରଦାନ କରୁଥିଲେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ । ଖାଲି ସେତିକି ନୁହେଁ ଏହି ସବୁ ଚ୍ୟାନେଲ ମାଧ୍ୟମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିଲା । ଏହି ସବୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପଲୋଡ୍‌ ହୋଇଥିବା ୪୫ଟି ଭିଡିଓକୁ ବ୍ଲକ୍‌ କରାଯାଇଛି ।

ଏହାକୁ ନେଇ ସୂଚନା ଓ ପ୍ରଶାରଣ ମନ୍ତ୍ରଣାଳୟ ଅଧିକାରୀ କହିଛନ୍ତି, "ଗତ ସେପ୍ଟେମ୍ବର ୨୩ ତାରିଖରେ information Technology ନିୟମ ଅନୁଯାୟୀ ୪୫ଟି ଭିଡିଓକୁ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ଲକ ହୋଇଥିବା ଭିଡିଓରେ ପ୍ରାୟ ୧କୋଟି ୩୦ ଲକ୍ଷ ଭିୟୁ ରହିଥିଲା ।"

ଭିଡିଓ ମାଧ୍ୟମରେ କୁହାଯାଉଥିଲା ଯ, 'ସରକାର କେତେକ ସମ୍ପ୍ରଦାୟର ଧାର୍ମିକ ଅଧିକାରକୁ ଅପସାରଣ କରି ନେଇଛନ୍ତି । ନିର୍ଦ୍ଦିଷ୍ଟ କେତେକ ସମ୍ପ୍ରଦାୟ ବିରୁଦ୍ଧରେ ହିଂସାତ୍ମକ ଧମକ ଚମକ ଦିଆଯାଉଛି । ସରକାର ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉତ୍ପନ୍ନ କରିବାକୁ ଚେଷ୍ଟା କରୁଛନ୍ତି ।' ଏହିଭଳି କିଛି ବିଷୟବସ୍ତୁ ପ୍ରସ୍ତୁତ କରିଥିବା ଭିଡିଓ ସହ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ସରକାର ।

କେତେକ ଭିଡିଓରେ ଅଗ୍ନିପଥ ଯୋଜନା, ଭାରତୀୟ ସଶସ୍ତ୍ର ସେନା, ଜାତୀୟ ସୁରକ୍ଷା, ଅସ୍ତ୍ର, କାଶ୍ମୀର ପ୍ରସଙ୍ଗକୁ ନେଇ ମଧ୍ୟ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଇଥିଲା । ତା ସହିତ କେତେକ ଭିଡିଓରେ ଜାମ୍ମୁ ଓ କାଶ୍ମୀର ସହ ଲଦାଖକୁ ନେଇ ଭାରତର ଭୁଲ୍‌ ମାନଚିତ୍ର ଦର୍ଶା ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.