ETV Bharat / bharat

Agnipath Scheme: 4 ଦିନରେ ବାୟୁସେନାରେ 94 ହଜାର ଆବେଦନ - ଅଗ୍ନିପଥ ଯୋଜନାରେ ସାମିଲ ହେଲେ ଯୁବପିଢ଼ୀ

ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଯୁବପିଢ଼ୀଙ୍କ ଆଗ୍ରହ ଦେଖିବାକୁ ମିଳିଛି । ବାୟୁସେନାରେ ନିଯୁକ୍ତି ପାଇଁ 4 ଦିନ ମଧ୍ୟରେ 94 ହଜାରରୁ ଅଧିକ ଆବେଦନ ମିଳିଛି । ଅଧିକ ପଢ଼ନ୍ତୁ

many youths applied under agnipath scheme for iaf
Agnipath Recruitment Scheme: 4 ଦିନରେ ବାୟୁସେନାରେ 94 ହଜାର ଆବେଦନ
author img

By

Published : Jun 28, 2022, 10:31 AM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଯୁବପିଢ଼ୀଙ୍କ ଆଗ୍ରହ ଦେଖିବାକୁ ମିଳିଛି । ବାୟୁସେନାରେ ନିଯୁକ୍ତି ପାଇଁ 4 ଦିନ ମଧ୍ୟରେ 94 ହଜାରରୁ ଅଧିକ ଆବେଦନ ମିଳିଛି । ଅଗ୍ନିଶମ ଯୋଜନା ମାଧ୍ୟମରେ ବାୟୁସେନାରେ ଭର୍ତ୍ତି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଗତ 24 ତାରିଖରେ ଆରମ୍ଭ ହୋଇଥିବାବେଳେ ଜୁଲାଇ 5 ତାରିଖରେ ଶେଷ ହେବ ।

ସୋମବାର ସକାଳ 10ଟା 30 ସୁଦ୍ଧା ମୋଟ 94 ହଜାର 281 ଆେବେଦନ ପଞ୍ଜୀକରଣ ହୋଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଭରତ ଭୂଷଣ ବାବୁ ଟ୍ବିଟ କରି ସୂଚନା ଦେଇଛନ୍ତି । ଗତ 14 ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଥିଲେ । ପୂର୍ବରୁ ଏହି ଯୋଜନାରେ ସାମିଲ ହେବାପାଇଁ ବୟସସୀମା 17ରୁ 21 ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା । ଜୁନ 16ରେ ଯୋଜନାରେ ପରିବର୍ତ୍ତନ ଆଣି 2022 ବର୍ଷ ପାଇଁ ବୟସ ସୀମା 23କୁ ବୃଦ୍ଧି କରାଯାଇଥିଲା ।

  • अपने सपनों को साकार करें, #अग्निवीर बनें।
    युवाओं में भर्ती के प्रति ज़बरदस्त रुचि।

    आज सुबह 10:30 बजे तक अग्निवीर वायु बनने के लिए 94,281 आवेदकों ने पंजीकरण किया।
    पंजीकरण की अंतिम तिथि- 5 जुलाई, 2022
    और जानकारी के लिए क्लिक करें - https://t.co/fwVvpkoajR#Agnipath #AgniveerVayu pic.twitter.com/0wNMYJTkcr

    — PRO, Hyderabad, Ministry of Defence (@dprohyd) June 27, 2022 " class="align-text-top noRightClick twitterSection" data=" ">

ଅଗ୍ନିପଥ ଯୋଜନାରେ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ବାର୍ଷିକ ୩୦ ଦିନ ଛୁଟି ପାଇବେ ଅଗ୍ନିବୀର । ଏହି ସମୟ ମଧ୍ୟରେ ମାସିକ 30 ହଜାରରୁ 40 ହଜାର ଟଙ୍କା ଦରମା ମିଳିବ। 25 ପ୍ରତିଶତଙ୍କୁ ସେନାରେ ନିୟମିତ ନିଯୁକ୍ତି ଦିଆଯିବ । ଅବଶିଷ୍ଟ 75 ପ୍ରତିଶତଙ୍କୁ ପ୍ରାୟ 11.71 ଲକ୍ଷ ଟଙ୍କାର ସେନାବିଧି ପ୍ୟାକେଜ ପ୍ରଦାନ କରାଯିବ । ତେବେ ଏଭଳି ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ ଚାଲିଥିବାବେଳେ କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିହାରରୁ ସୃଷ୍ଟି ହୋଇଥିବା ଅଗ୍ନିପଥ ନିଆଁ ଉତ୍ତରପ୍ରଦେଶ, ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ, ଦିଲ୍ଲୀ, ତେଲେଙ୍ଗାନା, ଓଡିଶା, ହରିୟାଣା, ଉତ୍ତରାଖଣ୍ଡ ଆଦି ବିଭିନ୍ନ ରାଜ୍ୟରେ ବ୍ୟାପିବାରେ ଲାଗିଛି । ଯୁବସେନା ଆଶାୟୀମାନେ ଟ୍ରେନ ଜାଳିବା ଠାରୁ ଆରମ୍ଭ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏହାରି ଭିତରେ ଅଗ୍ନପଥ ପ୍ରତି ଯୁବପିଢ଼ୀଆଙ୍କ ଆକୃଷ୍ଠତା ଏକ ଯୋଜନାର ସଫଳ ରୂପାୟନ ହେବାନେଇ କେନ୍ଦ୍ର ସରକାର ଆଶା ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.