ETV Bharat / bharat

Uttarakhand Avalanche: ୧୦ ପର୍ବତାରୋହୀ ମୃତ, ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ - ଡାଣ୍ଡା ୨ରେ ହିମସ୍ଖଳନ

ଡାଣ୍ଡା-୨ରେ ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି (mountaineers died due to Avalanche in danda)। ଡାଣ୍ଡା-୨ରେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିନାହିଁ । ଅଧିକ ପଢ଼ନ୍ତୁ

many trapped mountaineers died due to Avalanche in danda two in Uttarakhand
Uttarakhand Avalanche: ୧୦ ପର୍ବତାରୋହୀ ମୃତ, ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ
author img

By

Published : Oct 4, 2022, 8:42 PM IST

ଡେରାଡୁନ: ଉତ୍ତରକାଶୀର ଡାଣ୍ଡା-୨ରେ ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଡାଣ୍ଡା-୨ରେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିନାହିଁ । ୧୦ ଜଣଙ୍କ ମଧ୍ୟରୁ ମାତ୍ର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇ ପାରିଛି । ୪୧ ଜଣିଆ ପର୍ବତାରୋହୀ ଟିମ୍‌ ଡାଣ୍ଡା-୨ରେ ହିମସ୍ଖଳନ ଯୋଗୁଁ ଫସି ରହିଥିଲେ । ସେମାନଙ୍କ ମଧ୍ୟରେ ୩୪ ଜଣ ଟ୍ରେନି ରହିଥିଲେ ଓ ୭ ଜଣ ପ୍ରଶିକ୍ଷକ ରହିଥିଲେ । କୌଣସି ମତେ ୮ ଜଣଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

ଏବେ ବି ଡାଣ୍ଡା-୨ରେ ୨୭ ଜଣ ନିଖୋଜ ରହିଛନ୍ତି । ଏଠାରେ ପ୍ରବଳ ତୁଷାରପାତ ଯୋଗୁଁ ଏବେ ଉଦ୍ଧାରକାର୍ଯ୍ୟ ସ୍ଥଗିତ ରହିଛି । ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଆହୁରି ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିପାରେ । ଖୋଦ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ଏହି ଘଟଣା ସମୀକ୍ଷା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବାୟୁସେନାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ଭୟଙ୍କର ହିମସ୍ଖଳନ, ଉତ୍ତରାଖଣ୍ଡର ପର୍ବତରେ ଫସିଛନ୍ତି 28ଜଣ ପର୍ବତାରୋହୀ

ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପର୍ବତାରୋହୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସେ ଟ୍ବିଟ୍‌ କରିଛନ୍ତି, "ଡାଣ୍ଡା-୨ରେ ହିମସ୍ଖଳନ ଯୋଗୁଁ ପର୍ବତାରୋହୀଙ୍କ ପ୍ରାଣହାନୀ ଖବର ଶୁଣି ଦୁଃଖିତ । ଉତ୍ତରକାଶୀରେ ନେହୁରୁ ପର୍ବତାରୋହଣ ଅନୁଷ୍ଠାନର ପର୍ବତାରୋହୀ ପ୍ରଶିକ୍ଷଣ ପାଇଁ ପହଞ୍ଚିଥିଲେ । ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି ।"

ପର୍ବତାରୋହୀଙ୍କ ମୃତ୍ୟୁ ଖବରକୁ ନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନନାୟକ । ସେ କହିଛନ୍ତି, "ଉତ୍ତରାଖଣ୍ଡରେ ହିମସ୍ଖଳନରୁ ପର୍ବତାରୋହୀଙ୍କ ପ୍ରାଣହାନୀ ଖବର ଗଭୀର ଦୁଃଖ ଦେଇଛି । ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।"

ମଙ୍ଗଳବାର ସକାଳ ୯ଟା ବେଳେ ଡାଣ୍ଡା-୨ ପର୍ବତରେ ପ୍ରଚଣ୍ଡ ହିମସ୍ଖଳନ ହୋଇଥିଲା । ଫଳରେ ସେଠାରେ ଫସିଯାଇଥିଲେ ପର୍ବତାରୋହୀ ଦଳ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଧାମୀ କହିଥିଲେ, "ନେହୁରୁ ପର୍ବତାରୋହଣ ଅନୁଷ୍ଠାନର କିଛି ଟ୍ରେନି ହିମସ୍ଖଳନ ଯୋଗୁଁ ଡାଣ୍ଡା-୨ ପର୍ବତରେ ଫଶି ରହିଥିଲେ । ଖବର ମିଳିବା ପରେ ତୁରନ୍ତ ସେମାନଙ୍କ ନିକଟକୁ ଆବଶ୍ୟକ ରିଲିଫ ଯୋଗାଇ ଦିଆଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ରକିଛନ୍ତି । ଆର୍ମୀ ଓ ITBP ଯବାନ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି ।"

ଡାଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ସାମିଲ ରହିଥିଲେ । ତା ସହିତ ଅଧିକ ସହାୟତା ପାଇଁ ବାୟୁସେନାର ଅନ୍ୟ ଚପର୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.