ETV Bharat / bharat

Rules Change From 1st Sept 2023: ରାତିପାହିଲେ ବଦଳି ଯିବ ଏସବୁ ନିୟମ - ଆଧାର କାର୍ଡ ଅପଡେଟ୍

ସେପ୍ଟେମ୍ବର ପହିଲାରୁ ଅନେକ ନିୟମରେ ଆସିବ ପରିବର୍ତ୍ତନ । ଆପଣଙ୍କ ପକେଟ ଉପରେ ପଡିପାରେ ପ୍ରଭାବ । ପାନ- ଆଧାରକାର୍ଡ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡରେ ହେବ ପରିବର୍ତ୍ତନ । ଅଧିକ ପଢନ୍ତୁ

many rules change from 1st september 2023

author img

By ETV Bharat Odisha Team

Published : Aug 31, 2023, 1:46 PM IST

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ଅଗଷ୍ଟ ମାସ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ସେପ୍ଟେମ୍ବର ମାସ । ନୂଆ ମାସ ଆରମ୍ଭ ହେବା ସହ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ନଜର ପକାନ୍ତୁ ସେପ୍ଟେମ୍ବର ପହିଲାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ଆସିବ ।

Rules Change From 1st Sept 2023
Rules Change From 1st Sept 2023

ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ: ସେପ୍ଟେମ୍ବର ପହିଲାରୁ କମିବ ଏସପିଜି ସିଲିଣ୍ଡର ଦର । ଅଗଷ୍ଟ 29 ତାରିଖରେ ଉପଭୋକ୍ତାଙ୍କ ପାଇଁ ଏହି ବଡ ଘୋଷଣା କରିଥିଲେ କେନ୍ଦ୍ର ସରକାର । 14 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସମେତ ଦେଶର ସମସ୍ତ ଗ୍ୟାସ ଉପଭୋକ୍ତା ଏହାର ଲାଭ ପାଇବେ । ତେବେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ ମିଳିବ । କାରଣ ସିଲିଣ୍ଡର ଦର 200 ଟଙ୍କା କମିଥିବା ବେଳେ ଉଜ୍ଜ୍ୱଳା ଯୋଜନାରେ 200 ଟଙ୍କାର ସବସିଡ ମଧ୍ୟ ମିଳିବ ।

Rules Change From 1st Sept 2023
Rules Change From 1st Sept 2023

CNG-PNG ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ: ସେପ୍ଟେମ୍ବର ପହିଲାରୁ ସାଧାରଣ ଲୋକଙ୍କ ପକେଟକୁ ପୁଣି ଝଟକା ଲାଗି ପାରେ । କାହିଁକିନା ସିଏନଜି(CNG) ଓ ଘରୋଇ ପିଏନଜି(PNG)ର ନୂଆ ଦର ଲାଗୁ ହୋଇପାରେ ।

Rules Change From 1st Sept 2023
Rules Change From 1st Sept 2023

କ୍ରେଡିଟ୍ କାର୍ଡରେ ଆସିପାରେ ପରିବର୍ତ୍ତନ: ସେପ୍ଟେମ୍ବର ପହିଲାରୁ କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ ଆସିପାରେ । ଆକ୍ସିସ୍ ବ୍ୟାଙ୍କର ମ୍ୟାଗ୍ନସ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଆସିବା ନେଇ କୁହାଯାଉଛି । ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, କିଛି ନେଣଦେଣରେ ରିହାତି ପାଇ ପାରିବେନି ଗ୍ରାହକ । ଏଥିସହ ଯେଉଁ ମାନେ ମ୍ୟାଗ୍ନସ କ୍ରେଡିଟ୍ କାର୍ଡ ରଖିଛନ୍ତି ସେମାନଙ୍କୁ ମଧ୍ୟ ବାର୍ଷିକ ଦେୟ ଦେବାକୁ ପଡିପାରେ ।

ଏହା ମଧ୍ୟ ପଢନ୍ତୁ-Share Market: ସେୟାର ମାର୍କେଟରେ ଉତ୍ସାହ, ସେନସେକ୍ସ ଓ ନିଫ୍ଟିର କାରବାରରେ ବୃଦ୍ଧି

Rules Change From 1st Sept 2023
Rules Change From 1st Sept 2023

2,000 ଟଙ୍କା ନୋଟ୍ ବଦଳାଇବାର ଶେଷ ତାରିଖ ସେପ୍ଟେମ୍ବର 30: ଯଦି ଆପଣଙ୍କ ପାଖରେ 2000 ଟଙ୍କିଆ ନୋଟ ଅଛି ତୁରନ୍ତ ବ୍ୟାଙ୍କରେ ବଦଳାଇ ଦିଅନ୍ତୁ । ନଚେତ ଆପଣ ପରେ ଅସୁବିଧାର ସମ୍ମୁଖୀନ ହେବେ । କାହିଁକିନା ସେପ୍ଟେମ୍ବର ମାସରେ 16ଦିନ ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟେମ୍ବର 30 ବୋଲି ଘୋଷଣା କରାଯାଇଥିଲା ।

Rules Change From 1st Sept 2023
Rules Change From 1st Sept 2023

ଆଧାର କାର୍ଡ ଅପଡେଟ୍ କରିବାର ତାରିଖ ଶେଷ ହୋଇଯିବ: ଯଦି ଆପଣ ଆଧାରକାର୍ଡ ଅପଡେଟ କରି ନାହାନ୍ତି, ତେବେ ଜଲଦି ଜଲଦି କରି ନିଅନ୍ତୁ । କାହିଁକି ନା ମାଗଣାରେ ଆଧାରକାର୍ଡ ଅପଡେଟର ଶେଷ ତାରିଖ 14 ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । UIDAI ଆଧାର କାର୍ଡଧାରୀଙ୍କୁ ମାଗଣାରେ ଅପଡେଟ୍ କରିବା ପାଇଁ ସୁବିଧା ଯୋଗାଇ ଦେଇଛି । ପୂର୍ବରୁ ଏହି ସୁବିଧା ଜୁନ୍ 14 ପର୍ଯ୍ୟନ୍ତ ଥିଲା । ସେପ୍ଟେମ୍ବର 14ତାରିଖର ପରେ ଯଦି ଆଧାର ଅପଡେଟ କରନ୍ତି ତେବେ ଆପଣଙ୍କୁ ଦେୟ ଦେବାକୁ ପଡିବ ।

Rules Change From 1st Sept 2023
Rules Change From 1st Sept 2023

ସେପ୍ଟେମ୍ବରରେ ଶେଷ ହେବ ଡିମାଡ ଆକାଉଣ୍ଟରେ ନାମାଙ୍କନ ପ୍ରକ୍ରିୟା: ଡିମାଡ ଆକାଉଣ୍ଟରେ ନାମାଙ୍କନ ଶେଷ ତାରିଖ ସେପ୍ଟେମ୍ବର 30 ରହିଛି । ତେଣୁ ସମୟ ଶେଷ ହେବା ପୂର୍ବରୁ ଡିମାଡ ଆକାଉଣ୍ଟରେ ନାମାଙ୍କନ କରି ନିଅନ୍ତୁ । ନାମାଙ୍କନ ବିନା ଡେମାଡ ଆକାଉଣ୍ଟ ସେବି ଦ୍ୱାରା ନିଷ୍କ୍ରିୟ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.