ETV Bharat / bharat

Haridwar Food Poison: ୧୨୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା - ହରିଦ୍ବାର କାଙ୍ଗ୍ରୀ ଓ ବ୍ରହ୍ମପୁରୀ ଖବର

ଗହମରୁ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ହରିଦ୍ୱାରରେ ଅନେକ ଲୋକେ ଅସୁସ୍ଥ । ଏପର୍ଯ୍ୟନ୍ତ ଖାଦ୍ୟ ବିଷାକ୍ତ ହେବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘଟଣାରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଅଧିକ ପଢନ୍ତୁ

HARIDWAR Food Poison: ୧୨୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Apr 3, 2022, 10:18 PM IST

ହରିଦ୍ବାର: ଗହମରୁ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ହରିଦ୍ୱାରରେ ଅନେକ ଲୋକେ ଅସୁସ୍ଥ । ଏପର୍ଯ୍ୟନ୍ତ ଖାଦ୍ୟ ବିଷାକ୍ତ ହେବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଜଣାପଡିବା ନେଇ ସୂଚନା ରହିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ ୧୨୨ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ରାଜନୈତିକ ବୟାନ ବାଜି ଓ ବିବାଦ ମଧ୍ୟ ଆରମ୍ଭ ହୋଇଛି । ହରିଦ୍ୱାରରେ ହୋଇଥିବା ଏହି ମାମଲାରେ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଦାବି ଏବେ ଜୋର ଧରିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଧନ ସିଂ ରାୱତ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ୍‌ ଏବଂ ହରିଦ୍ୱାରର ସାଧୁମାନେ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

HARIDWAR Food Poison: ୧୨୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସେହିପରି ସାଧୁସନ୍ଥମାନେ ଏହି ଘଟଣାକୁ ଏକ ଷଡ଼ଯନ୍ତ୍ର ବୋଲି କହି ମୁଖ୍ୟମନ୍ତ୍ରୀ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ହରିଦ୍ୱାର ଜିଲ୍ଲାପାଳ ବିନୟ ଶଙ୍କର ପାଣ୍ଡେ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଖାଦ୍ୟ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ ହରିଦ୍ବାର କାଙ୍ଗ୍ରୀ ଓ ବ୍ରହ୍ମପୁରୀ ଏକ ପ୍ରକାର ଗହମରୁ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇ ବହୁତ ସଂଖ୍ୟରେ ଲୋକେ ଅସୁସ୍ଥ ହୋଇଥିଲେ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୨୨ରେ ପହଞ୍ଚି ଥିବା ଜଣାପଡିଛି । ରୋଗୀଙ୍କୁ ଭେଟିବା ଲାଗି ନେତା, ମନ୍ତ୍ରୀ ଓ ସନ୍ଥଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଛି । ପ୍ରଥମେ ବିଜପି ରାଜ୍ୟ ସଭାପତି ମଦନ କୌଶିକ୍‌ ରୋଗୀଙ୍କୁ ଦେଖା କରିବା ପାଇଁ ପହଞ୍ଚିଥିଲେ ।

ଆକ୍ରାନ୍ତଙ୍କ ଭେଟିବା ପରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜେପି ସଭାପତି ଦାବି କରିଛନ୍ତି । ଏଥିସହ ସାଧୁ ସନ୍ଥ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମାନ ଦାବି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.