ETV Bharat / bharat

Road Mishap: ଗଛରେ ପିଟିହେଲା କ୍ରୁଜର, 9 ମୃତ

author img

By

Published : May 21, 2022, 7:57 AM IST

Updated : May 21, 2022, 2:07 PM IST

ରାସ୍ତାକଡ ଗଛରେ ପିଟି ହେଲା କ୍ରୁଜର । ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Road Mishap: ଗଛରେ ପିଟିହେଲା କ୍ରୁଜର, ୭ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କ୍ରୁଜର । ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଧରୱାଡ ତାଲୁକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ଯାହା ସୂଚନା ରହିଛି, ଗାଡିରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସେମାନେ ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ବାଟରେ ତାଙ୍କ ଗାଡିଟି ରାସ୍ତାକଡ ଏକ ଗଛରେ ପିଟି ହୋଇଯାଇଥିଲା ।

ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇ ଜଣ ନାବାଳକ ରହିଛନ୍ତି । ଏଥିରେ ଗୁରୁତର ଆହତମାନଙ୍କୁ KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧରୱାଡ ଏସପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଧରୱାଡ ଗ୍ରାମାଞ୍ଚଳ ଥାନା ଠାରୁ କିଛି ଦୂରରେ ଦୁର୍ଘଟଣା ଘଟିଛି । ଗାଡିର ବେଗ ଖୁବ୍ ଅଧିକ ଥିବା ଯୋଗୁଁ ଗଛରେ ପିଟି ହେବାପରେ 9 ଜଣଙ୍କ ଜୀବନ ଚାଲି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2022, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.