ETV Bharat / bharat

ତେଲେଙ୍ଗାନାରେ ବନ୍ୟା ବିତ୍ପାତ: ୧୮ ଜଣଙ୍କ ମୃତ୍ୟୁ, ୧୨ ନିଖୋଜ

author img

By

Published : Jul 29, 2023, 9:47 AM IST

Updated : Jul 29, 2023, 10:04 AM IST

ଲଗାଣ ବର୍ଷା ତେଲେଙ୍ଗାନାରେ ବଡ ବିପର୍ଯ୍ୟୟ ଆଣିଛି । ସଙ୍ଗୀନ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟବ୍ୟାପୀ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

ତେଲଙ୍ଗାନାରେ ବନ୍ୟା
ତେଲଙ୍ଗାନାରେ ବନ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଳପ୍ରଳୟ । ଲଗାଣ ବର୍ଷା ଯୋଗୁଁ ଏଠାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି । ପ୍ରବଳ ବନ୍ୟାରେ ସମଗ୍ର ରାଜ୍ୟ ବେହାଲ ହୋଇପଡିଛି । ଯଦିଓ ଶୁକ୍ରବାରଠୁ ରାଜ୍ୟରେ ବର୍ଷା କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି । ଏବେ ବି ଅନେକ ଜିଲ୍ଲା ଜଳବନ୍ଦୀ ରହିଛି । ଘରଦ୍ବାର, ରାସ୍ତାଘାଟ ପାଣିରେ ବୁଡିଛି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ଶତାଧିକ ଲୋକେ ଗାଁ ଛାଡି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ବର୍ଷା କମିବା ପରେ ବର୍ତ୍ତମାନ ବନ୍ୟାଜନିତ କ୍ଷୟକ୍ଷତି ସାମ୍ନାକୁ ଆସିବାରେ ଲାଗିଛି । ବନ୍ୟା ଯୋଗୁଁ ଅଦ୍ୟାବିଧି ରାଜ୍ୟବ୍ୟାପୀ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି ।

ଗୁରୁବାର ଦିନ ରାତିରେ ଏତୂରୁ ନାଗରମ ଜିଲ୍ଲାର କୋଣ୍ଡାଇ ଅଞ୍ଚଳରେ ୮ ଜଣ ଲୋକେ ବନ୍ୟାଜଳରେ ଭାସିଯାଇ ଆଖି ବୁଜିଛନ୍ତି । ସମସ୍ତେ ନିଜ ଗାଁ ଛାଡି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଯାଉଥିବା ବେଳେ ରାସ୍ତା ଜାଣିନପାରି ନଦୀରେ ପଡି ଯାଇଥିଲେ । ଖବର ପାଇ ଶୁକ୍ରବାର ସକାଳୁ ଏନଡିଆରଏଫ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ଅପରାହ୍ନରେ ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପୂର୍ବରେ କେବେ ବି କୋଣ୍ଡାଇ ଅଞ୍ଚଳରେ ଏଭଳି ସାଂଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିବା ଲୋକେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: WATCH VIDEO: ହାଇଦ୍ରାବାଦ-ବିଜୟୱାଡା ହାଇୱେରେ ଢେଉ ଖେଳୁଛି ବନ୍ୟାଜଳ

ୱାରଙ୍ଗଲ ଜିଲ୍ଲା ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀନାଳ ଉଛୁଳି ଗାଁ ଗଣ୍ଡା ଜଳମଗ୍ନ ରହିଛି । ଲୋକଙ୍କ ଘର ପାଣି ପଶିଥିବାରୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଧୋଇଯିବା ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ସେହିପରି କାଲେଶ୍ବରମ ନିକଟରେ ପ୍ରବାହିତ ଗୋଦାବରୀ ଓ ପ୍ରାଣହିତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ୫୩.୧ ଫୁଟ ଛୁଇଁବା ପରେ ଭଦ୍ରାଚଳମ ପାଇଁ ତୃତୀୟ ଥର ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ଓ ବନ୍ୟା ଯୋଗୁଁ ଗୁରୁବାର ସୁଦ୍ଧା ରାଜ୍ୟବ୍ୟାପୀ ୫.୫ ଲକ୍ଷ ହେକ୍ଟର ଚାଷ ଜମିରେ ବ୍ୟାପକ ଫସଲ ଉଜୁଡି ଯାଇଥିବା ସୂଚନା ଦିଆଯାଇଛି । ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିରେ ପରିମାଣ ଆଗକୁ ଆହୁରି ବଢିବାର ଆଶଙ୍କା ଅଛି ।

ବର୍ଷା କମିଥିଲେ ହେଁ ଚାଷ ଜମିରୁ ପାଣି ଛାଡୁନି । ବନ୍ୟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାସ୍ତାଘାଟ, ଘରଦ୍ବାର, ବ୍ରିଜ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାର ଦେଖାଯାଇଛି । ୱାରଙ୍ଗଲ ସହରରେ ୨୦ରୁ ଅଧିକ କଲୋନୀ ଜଳମଗ୍ନ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବାରୁ ଯାତାୟତ ପୁରା ଠପ୍ ହୋଇଯାଇଛି । ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି । ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର ତେଲେଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଦିଲବାଦ, ନିରମାଲ, କୁମୁରମ, ଭିମ ଆସିଫାବାଦ, ନିଜାମବାଦ, ୟାଦାଦ୍ରି, ସଙ୍ଗାରେଡ୍ଡୀ, ମେଡକ, କାମାରେଡ୍ଡି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

Last Updated : Jul 29, 2023, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.