ETV Bharat / bharat

ଉଦ୍ଧମପୁରରେ ରାସ୍ତା କଡକୁ ଖସିଲା ବରଯାତ୍ରୀ ବସ: 2 ମୃତ, 25 ଆହତ

author img

By

Published : Apr 21, 2022, 11:27 AM IST

ଜମ୍ମୁ କାଶ୍ମୀରର ଉଦ୍ଧମପୁର(Udhampur) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାମନଗର ଇଡାକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ରାସ୍ତା କଡକୁ ଖସି ପଡିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି ।

ଉଦାମପୁରରେ ରାସ୍ତା କଡକୁ ଖସିଲା ବରଯାତ୍ରୀ ବସ:2 ମୃତ,25 ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଦ୍ଧମପୁର(Udhampur) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାମନଗର ଇଡାକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ରାସ୍ତା କଡକୁ ଖସି ପଡିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର ରାମନଗର ଉଦାକ୍ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ କୋଗେରମାର୍ଗ (Kogermarh)କୁ ଯାତ୍ରା କରୁଥିଲା । ହେଲେ କୌଣସି କାରଣ ବଶତଃ ଯାତ୍ରୀବାହୀ ବସଟି ରାସ୍ତା କଡକୁ ଖସି ପଡିଥିଲା । ଯେଉଁଥିରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୫ ଜଣ ଆହତ ହୋଇଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରଯାଉଛି । ଏନେଇ ରାମନଗର ଏସଡିପିଓ ସୂଚନା ଦେଇଛନ୍ତି । ତେବେ, ବସଟି ବରଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ସୂଚନା ମିଳିଛି। ତେବେ ମୃତକ ୨ ଜଣ ହେଲେ ରୋଜଦେବୀ(୬୬) ଓ ବିମଲା ଦେବୀ(୪୮)

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.