ETV Bharat / bharat

ମିଆଁମାରରେ ନକଲି ଚାକିରି ରାକେଟ୍‌, ୪୫ ଭାରତୀୟ ଉଦ୍ଧାର - ମିଆଁମାରରେ ନକଲି ଚାକିରି ରାକେଟ୍‌

ମିଆଁମାର୍‌ରେ ଫସି ରହିଥିବା ୪୫ ଜଣ ଭାରତୀୟକୁ ଉଦ୍ଧାର କରାଯାଇଛି (many Indians rescued from Myanmar) । ନକଲି ଚାକିରି ରାକେଟ୍‌ରେ ଫସି ମିଆଁମାର ଚାଲିଯାଇଥିଲେ । ଅଧିକ ପଢ଼ନ୍ତୁ

many Indians rescued from Myanmar being trapped in fake job rackets
ମିଆଁମାରରେ ନକଲି ଚାକିରି ରାକେଟ୍‌, ୪୫ ଭାରତୀୟ ଉଦ୍ଧାର
author img

By

Published : Oct 5, 2022, 6:49 PM IST

ନୂଆଦିଲ୍ଲୀ: ମିଆଁମାର୍‌ରେ ଫସି ରହିଥିବା ୪୫ ଜଣ ଭାରତୀୟକୁ ଉଦ୍ଧାର କରାଯାଇଛି (many Indians rescued from Myanmar) । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଏହାକୁ ନେଇ ସୂଚନା ଦେଇଛନ୍ତି । ଏମାନେ ନକଲି ଚାକିରି ରାକେଟ୍‌ରେ ଫସି ମିଆଁମାର ଚାଲିଯାଇଥିଲେ ।

  • We have been actively pursuing the case of Indians being trapped in fake job rackets in Myanmar.

    Thanks to the efforts of @IndiainMyanmar & @IndiainThailand, around 32 Indians had already been rescued.

    Another 13 Indian citizens have now been rescued,& reached Tamil Nadu today. pic.twitter.com/OfkPtnGUkZ

    — Arindam Bagchi (@MEAIndia) October 5, 2022 " class="align-text-top noRightClick twitterSection" data=" ">

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟ୍ବିଟ୍‌ କରିଛନ୍ତି, "ମିଆଁମାର୍‌ରେ ଥିବା ଭାରତୀୟ ଦୂତାବାସ ଓ ଥାଇଲାଣ୍ଡର ଭାରତୀୟ ଦୂତାବାସ ମୁଁ ଧନ୍ୟବାଦ ଦେଉଛି । ଆପଣଙ୍କ ସହଯୋଗରେ ମିଆଁମାରେ ଫସି ରହିଥିବା ୩୨ ଭାରତୀୟଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଆଉ ୧୩ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏମାନେ ଏବେ ତାମିଲନାଡୁରେ ପହଞ୍ଚିଛନ୍ତି ।"

ମିଆଁମାରରେ ଭାରତୀୟମାନେ ଫସି ରହିଥିବା ନେଇ ଖବର ମିଳିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଲଗାତାର ଏହା ଉପରେ ନଜର ରଖାଯାଇଥିଲା । ଏମାନେ କିଭଳି ମିଆଁମାରରେ ପହଞ୍ଚିଲେ ତାହାର ତଦନ୍ତ ଜାରି ରହିଥିବା ବେଳେ ସେମାନଙ୍କୁ ଖୋଜି ଭାରତ ଫେରାଇ ଆଣିବା ଏକ ଚ୍ୟାଲେଞ୍ଜ୍‌ ଥିଲା ।

ଚାକିରି ପ୍ରଲୋଭନ ଦେଖାଇ ୪୫ ଭାରତୀୟଙ୍କୁ ମିଆଁମାର ନେଇଥିବା ଅଭିଯୁକ୍ତଙ୍କୁ ମିଆଁମାର ପୋଲିସ ଗିରଫ କରିଛି । ସେମାନଙ୍କୁ ମଧ୍ୟ ଭାରତ ଫେରାଇ ଆଣିବାକୁ ସମସ୍ତ ଆଇନଗତ ଔପଚାରିକତା ଶେଷ ହୋଇଛି । ଏଭଳି ନକଲି ଚାକିରି ରାକେଟ୍‌ ସମ୍ବନ୍ଧୀୟ ସୂଚନା ସମ୍ପୃକ୍ତ ବିଭାଗକୁ ପ୍ରଦାନ କରାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିଶ କରାଯାଇଛି ।

କେବଳ ମିଆଁମାର ନୁହେଁ, କାମ୍ବୋଡିଆ, ଭିଏତନାମ୍‌, ବ୍ୟାଙ୍ଗ୍‌କକ୍ ଆଦି ଦେଶରେ ମଧ୍ୟ ଭାରତୀୟ ଫସି ରହିଥିବା ନଜିର ରହିଛି । ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବାକୁ ପ୍ରଚେଷ୍ଟା ଜାରି ରହିଛନ୍ତି । ଏହାପୂର୍ବରୁ ଏହି ସବୁ ଦେଶରୁ କେତେକଙ୍କୁ ଉଦ୍ଧାର କରାଯାଇଥିଲା ।

ଏହାପରେ ଅରିନ୍ଦମ ବାଗ୍‌ଚୀ ଲୋକଙ୍କୁ ବୋର୍ଡର ପାର୍‌ ହେବାପୂର୍ବରୁ ସବୁଦିଗରୁ ଯାଞ୍ଚ କରି ନେବାକୁ ପରାମର୍ଶ ଦେଇଛନ୍ତି । ବାହାର ଦେଶରୁ ଚାକିରି ଅଫର୍‌ ପାଇବା ପୂର୍ବରୁ ଦୁଇତିନି ଥର ଯାଞ୍ଚ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ଏଭଳି ନକଲି ଚାକିରି ଅଫର ପ୍ରତି ସାବଧାନ ରହିବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଚେତନ କରାଯାଇଥିଲେ । ନକଲି ଚାକିରି ରାକେଟ୍‌ରେ ମୁଖ୍ୟତଃ ଆଇଟିରେ ସିଦ୍ଧହସ୍ତ ଆଶାୟୀଙ୍କୁ ଟାର୍ଗେଟ୍‌ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.