ETV Bharat / bharat

'ମଣିପୁରରେ ଘଟିଥିବା ଅନେକ ଘଟଣା ସମାଜ ପାଇଁ ବେଶ ଯନ୍ତ୍ରଣାଦାୟକ' - ଶାନ୍ତି ବଜାୟ ରଖିବା ଲାଗି ଆହ୍ବାନ

ମଣିପୁର ଜାତିଆଣ ହିଂସା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପ୍ରତିକ୍ରିୟା । ରାଜ୍ୟରେ ଘଟିଥିବା ଅନେକ ଘଟଣା ସମାଜ ପାଇଁ ବେଶ ଯନ୍ତ୍ରଣାଦାୟକ ବୋଲି ସେ କହିବା ସହ ଶାନ୍ତି ବଜାୟ ରଖିବା ଲାଗି ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 29, 2023, 10:00 PM IST

ଶିଲଂ(ମେଘାଳୟ): ମଣିପୁର ପ୍ରସଙ୍ଗକୁ ନେଇ ଏବେ ସାରା ଦେଶରେ ଅଶାନ୍ତି । ଗୋଟିଏ ପଟେ ରାଜ୍ୟ ଜଳୁଥିବା ବେଳେ ଏପଟେ ରାଜନୀତି ଉଠୁଛି ପଡୁଛି । ସଂସଦରେ ବିରୋଧୀମାନେ ହୋହଲ୍ଲା କରୁଥିବାରୁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ଏହାରି ମଧ୍ୟରେ ମଣିପୁରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ମଣିପୁରରେ ଘଟିଥିବା ଅନେକ ଘଟଣା ସମାଜ ପାଇଁ ବେଶ ଯନ୍ତ୍ରଣାଦାୟକ ବୋଲି ମେଘାଳୟ ଗସ୍ତରେ ଥିବା ବିର୍ଲା କହିଛନ୍ତି ।

ବାଚସ୍ପତି ଓମ ବିର୍ଲା ମେଘାଳୟ ରାଜଧାନୀ ଶିଲଂରେ ଆୟୋଜିତ ସିପିଏର ୨୦ତମ ବାର୍ଷିକ କନଫରେନ୍ସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ସମୟରେ ଗତ ୩ ମାସ ଧରି ଦେଶର ଉତ୍ତର-ପୂର୍ବାଞ୍ଚଳ ଦେଖାଦେଇଥିବା ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଏ ନେଇ ବାଚସ୍ପତି ଓମ ବିର୍ଲା କହିଛନ୍ତି, " ମଣିପୁରରେ ଏବେ ଘଟୁଥିବା ଘଟଣାମାନ ବେଶ ଯନ୍ତ୍ରଣାଦାୟକ । ଜଣେ ସାଧାରଣ ମଣିଷ ଭାବେ ଏହି ଅଞ୍ଚଳରେ କିପରି ଶାନ୍ତି ବଜାୟ ରହିବ ସେଥିଲାଗି ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । " ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ ମଣିପୁର ଗସ୍ତରେ ଥିବା ବେଳେ ବାଚସ୍ପତି ଓମ ବିର୍ଲା ଏହି ପ୍ରତିକ୍ରିୟା ରଖିଛନ୍ତି ।

ଏହା ବି ପଢନ୍ତୁ- ଆଜି ନୁହେଁ, କାଲି ମଣିପୁର ରାଜ୍ୟପାଳଙ୍କୁ ଭେଟିବେ INDIA ପ୍ରତିନିଧି

ବିର୍ଲା ଆହୁରି କହିଛନ୍ତି, " ସଦାସର୍ବଦା ମନେ ରଖିବା ଉଚିତ ଯେ ଆମର କୌଣସି କାର୍ଯ୍ୟ ଯେପରି ଅନ୍ୟ କାହାକୁ ଦୁଃଖ ଦେବ ନାହିଁ । ପ୍ରତିଟି ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା ଆମର ପରମ କର୍ତ୍ତବ୍ୟ ହେବା ଉଚିତ । ଆମର କୌଣସି କାର୍ଯ୍ୟ ଯେପରି ଅନ୍ୟ କାହାର ଗାରିମା ଓ ସମ୍ମାନକୁ ପ୍ରଭାବିତ କରିବ ନାହିଁ, କାହାକୁ କ୍ଷତି ପହଞ୍ଚାଇବ ନାହିଁ ।" ହିଂସା ପ୍ରସଙ୍ଗ ଉପରେ ଆଲୋଚନା କରିବା ବେଳେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ସହ ବିକାଶ ପଥରେ ସହଯୋଗ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ଆହ୍ବାନ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ଶାନ୍ତି ବଜାୟ ରଖିଲେ ହିଁ ବିକାଶ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି ବିର୍ଲା ।

ତେବେ ସୂଚନା ଥାଉ କି ବାଚସ୍ପତି ଓମ ବିର୍ଲା ଯୋଗ ଦେଇଥିବା ଏହି କନଫରେନ୍ସରେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହିତ ବିକାଶ, ଅଭିବୃଦ୍ଧି କ୍ଷେତ୍ରରେ କଣ ଷ୍ଟ୍ରାଟେଜି ହେବା ଆବଶ୍ୟକ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତାକାଲି ( ଜୁଲାଇ ୩୦ ତାରିଖ)ରେ ଏହି କନଫରେନ୍ସ ଶେଷ ହେବାକୁ ଥିବା ବେଳେ ମେଘାଳୟ ରାଜ୍ୟପାଳ ଫାଗୁ ଚୌହାନ ଯୋଗଦେବେ । ଅନ୍ୟପଟେ ମଣିପୁର ପ୍ରସଙ୍ଗର ସାମ୍ପ୍ରତିକ ସ୍ଥିତି ଜାଣିବା ସହ ପ୍ରଭାବିତଙ୍କ ସହିତ ଆଲୋଚନା କରିବା ଲାଗି ମଣିପୁରରେ ପହଞ୍ଚିଛନ୍ତି ଇଣ୍ଡିଆର ପ୍ରତିନିଧି ମଣ୍ଡଳୀ । ହିଂସା ପ୍ରଭାବିତଙ୍କ ସମସ୍ୟା ଜାଣିବା ପରେ ଏହାକୁ ସଂସଦରେ ପହଞ୍ଚାଇବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗେଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.