ETV Bharat / bharat

ଭୁଶୁଡିଲା ନିର୍ମାଣଧୀନ ଟନେଲ; ୩୬ରୁ ଅଧିକ ଶ୍ରମିକ ଫସିଥିବା ଆଶଙ୍କା - ଉତ୍ତରାଖଣ୍ଡରେ ଭୁଶୁଡିଲା ଟନେଲ

ଉତ୍ତରାଖଣ୍ଡରେ ଭୁଶୁଡିଲା ନିର୍ମାଣଧୀନ ଟନେଲ । ୩୬ରୁ ଅଧିକ ଶ୍ରମିକ ଫସିଥିବା ଆଶଙ୍କା । ଅଧିକ ପଢନ୍ତୁ

ଭୁଶୁଡିଲା ନିର୍ମାଣଧୀନ ଟନେଲ
ଭୁଶୁଡିଲା ନିର୍ମାଣଧୀନ ଟନେଲ
author img

By ETV Bharat Odisha Team

Published : Nov 12, 2023, 1:34 PM IST

ଡେରାଡୁନ: ଦୀପାବଳି ପାଇଁ ସାରା ଦେଶ ଉତ୍ସବମୁଖର ଥିବାବେଳେ ଉତ୍ତରାଖଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ଆଜି ସକାଳେ ଉତ୍ତରକାଶୀ ଜିଲ୍ଲାରେ ଏକ ନିର୍ମାଣଧୀନ ଟନେଲ ଭୁଶୁଡି ପଡିଛି । ଟନେଲ ତଳେ ୩୬ରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ପୋଲିସ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଟନେଲ୍‌ ଭିତରେ ଭୂସ୍ଖଳନ ହେବା ଯୋଗୁଁ ଏହା ଭୁଶୁଡି ପଡିଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଡାଲ୍ ହ୍ରଦରେ ଭୟାବହ ଅଗ୍ନିକାଣ୍ଡ; ୩ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ

ପ୍ରାପ୍ତ ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଯମୁନେତ୍ରୀ ଜାତୀୟ ରାଜପଥରେ ସିକ୍ଲୟାରାରୁ ଉତ୍ତରକାଶୀର ଦଣ୍ଡଲଗାଁକୁ ସଂଯୋଗ କରିବା ପାଇଁ ଏହି ଟନେଲର ନିର୍ମାଣ କରାଯାଉଥିଲା । ଏହି ଅଘଟଣ ସମୟରେ ଟନେଲରେ କେତେ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ସେନେଇ ସ୍ପଷ୍ଟ ସୂଚନା ନଥିବା ବେଳେ ୩୬ରୁ ଅଧିକ ଶ୍ରମିକ ଫସି ରହିଥିବାର ଆଶଙ୍କା କରାଯାଉଛି । ପୋଲିସ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: Tamil Nadu Bus Accident: ଦୁଇ ବସ ମୁହାଁମୁହିଁ ଧକ୍କାରେ 6 ମୃତ, 40ରୁ ଅଧିକ ଆହତ

ଉତ୍ତରକାଶୀ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି, "ଟନେଲରେ ଭୂସ୍ଖଳନ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ ଓ ପୋଲିସ ଟିମ୍ ପହଞ୍ଚି ସାରିଛନ୍ତି । ନିର୍ମାଣ କାର୍ଯ୍ୟ କରୁଥିବା ନବଯୁଗ କମ୍ପାନୀ ଅନୁସାରେ ୩୬ ଜଣ ଶ୍ରମିକ ଏବେ ଟନେଲ ତଳେ ଫସି ରହିଛନ୍ତି । ଆଜି ସକାଳ ପାଖାପାଖି ସାଢେ ୭ଟା ବେଳେ ଏହି ଅଘଟଣ ଘଟିଥିବାର ଖବର ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ହସ୍ତଗତ ହୋଇନି । ରେସ୍କ୍ୟୁ ଅପରେସନ ଜୋରଦାର ଚାଲିଛି । ଟନେଲ ଭିତରକୁ ଅକ୍ସିଜେନ ପାଇପ୍ ପହଞ୍ଚା ଯାଇଛି ।"

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ସେ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ ଅଛନ୍ତି । ଟନେଲ ତଳେ ଫସି ରହିଥିବା ଶ୍ରମିକମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ 3 ମାସରେ ଉତ୍ତରାଖଣ୍ଡରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ 100 ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଅଧିକାଂଶ ମାଟି କିମ୍ବା ପଥର ଅତଡ଼ା ଖସିବା ଭଳି ଘଟଣା ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.