ETV Bharat / bharat

Manipur Violence: ସୁରକ୍ଷାକର୍ମୀ ଓ ଉପଦ୍ରବୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ମୃତ - ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଉପଦ୍ରବୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Manipur Violence
Manipur Violence
author img

By ETV Bharat Odisha Team

Published : Sep 1, 2023, 8:05 AM IST

ଇମ୍ଫାଲ: ଅଶାନ୍ତ ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମୈତେଇ ବହୁଳ ବିଷ୍ଣୁପୁର ଜିଲ୍ଲାରେ ଗତକାଲି(ଗୁରୁବାର) ପୁଣିଥରେ ହିଂସାକାଣ୍ଡ ଘଟିଛି । ବିଷ୍ଣୁପୁରର ଥମାନପୋକପି ଅଞ୍ଚଳରେ ସୁରକ୍ଷା ବଳ ଓ କୁକି ସମ୍ପ୍ରଦାୟର ଉପଦ୍ରବୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଏଥିରେ ୮ ଜଣଙ୍କ ଜୀବନ ଯାଇଛି ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୬ ଜଣ କୁକି ସମ୍ପ୍ରଦାୟର ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ପୂର୍ବାହ୍ନ ପ୍ରାୟ ୨ଟା ୪୦ ସମୟରେ ବିଷ୍ଣପୁରରେ ମୋର୍ଟାର ଓ ଗୁଳିମାଡ ହୋଇଥିଲା । ସ୍ଥାନୀୟ ମିଡିଆ ଅନୁସାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୬ ଜଣ କୁକି ଉପଦ୍ରବୀ, ଜଣେ କୃଷକ ଓ ଆଉ ଜଣେ ସାଧାରଣ ଲୋକ ରହିଛି । ଏହି ହିଂସାରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଗତ ଦୁଇ ଦିନ ହେଲାଣି କୁକି ସମ୍ପ୍ରଦାୟର ବିଦ୍ରୋହୀ ବିଷ୍ଣୁପୁର ଓ କଙ୍ଗ ଭାଇ ଅଞ୍ଚଳରେ ଆଖିବୁଜା ଗୁଳିମାଡ କରୁଛନ୍ତି । ଯେଉଁ କାରଣରୁ ଉକ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Fresh Violence in Manipur: ପୁଣି ଅଶାନ୍ତ ମଣିପୁର; କିଛି ଦିନର ନିରବତା ପରେ ଫୁଟିଲା ଗୁଳି, ଜଣେ ମୃତ

ଏହାସହିତ ମଣିପୁର ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିବାକୁ ଅଭିଯାନ ଜାରି ରଖିଛନ୍ତି । ଗତ ୨୪ ଘଣ୍ଟାରେ ପୋଲିସ ପକ୍ଷରୁ ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଓ ବିସ୍ଫୋରକ ଜବତ କରାଯାଇଥିବା ବେଳେ ବର୍ତ୍ତମାନ ଥୌବାଲ, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ ଇମ୍ଫାଲ-ୱେଷ୍ଟ ଜିଲ୍ଲାରେ ଏହି ଅପରେସନ ଜାରି ରହିଛି ।

ଅଧିକାରୀଙ୍କ କହିବା ମୁତାବକ, ବୁଧବାର ସନ୍ଧ୍ୟାରୁ କିଛି ଘଣ୍ଟାର ନୀରବତା ପରେ ବିଷ୍ଣୁପୁର ଜିଲ୍ଲାରେ ସାନି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ବୁଧବାର ଘଟିଥିବା ଗୁଳିକାଣ୍ଡରେ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କୁ ମିଜୋରାମ ଦେଇ ଗୌହାଟୀ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଜଣେ ଆହତ ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା । ପ୍ରକାଶଥାଉ କି, ମେ' ୩ରୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ହିଂସା ଲାଗି ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଏହି ହିଂସାଗ୍ରସ୍ତ ରାଜ୍ୟରେ ଶାନ୍ତି ଫେରି ପାରୁନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.