ETV Bharat / bharat

ଆଜି ସରୁଛି ଦ୍ବିତୀୟ ରିମାଣ୍ଡ ଅବଧି, କୋର୍ଟରେ ହାଜର ହେବେ ସିସୋଦିଆ - ଆଜି ସରୁଛି ଦ୍ବିତୀୟ ରିମାଣ୍ଡ ଅବଧି

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ଆଜି ସରୁଛି ଦ୍ବିତୀୟ ରିମାଣ୍ଡ ଅବଧି । ରୋଜ ଆଭିନ୍ୟୁ କୋର୍ଟରେ ହାଜର ହେବେ ସିସୋଦିଆ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 6, 2023, 10:59 AM IST

Updated : Mar 6, 2023, 12:14 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଆଜି ଦ୍ବିତୀୟ ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହେବେ ସିସୋଦିଆ । ଅପରାହ୍ନ ସମୟରେ ତାଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ ପରେ ଅଧିକ ତଦନ୍ତ ପାଇଁ ପ୍ରଥମେ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । କିନ୍ତୁ ସେ ତଦନ୍ତର ସହଯୋଗ ନକରିବାରୁ ତାଙ୍କୁ ଗତ 4 ତାରିଖ ଦିନ କୋର୍ଟରେ ହାଜର ପରେ ପୁଣି ଥରେ ତିନି ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ । ଆଜି ରିମାଣ୍ଡର ଶେଷଦିନ ।

ଗତ ମାସ 26 ତାରିଖରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହୋଇଥିଲେ ସିସୋଦିଆ । ସେଠାରେ ଦୀର୍ଘ ୮ ଘଣ୍ଟା ଜେରା ଜେରା କରାଯାଇଥିଲା । କିନ୍ତୁ ଜେରା ସମୟରେ ସିବିଆଇକୁ ସହଯୋଗ କରିଥିଲେ ସିସୋଦିଆ । ତେଣୁ ପ୍ରମାଣ ନଷ୍ଟ କରିବା ପରି ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଗିରଫଦାରୀର ଗୋଟିଏ ଦିନ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଅଧିକ ଜେରାର ଅବଶ୍ୟକତା ଦର୍ଶାଇ 5 ଦିନିଆ ରିମାଣ୍ଡ ମାଗିଥିଲା ସିବିଆଇ । କୋର୍ଟଙ୍କ ଅନୁମତି ପରେ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା । କିନ୍ତୁ ରିମାଣ୍ଡ ସମୟରେ ମନୀଷ ସିସୋଦିଆ ସିବିଆଇକୁ ସହଯୋଗ କରିନଥିଲେ।

ଏହା ମଧ୍ୟ ପଢନ୍ତୁ-ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି ସିବିଆଇ: ଆପ

ଏହାପରେ ପ୍ରଥମ ରିମାଣ୍ଡ ଅବଧି ଶେଷ ପରେ ଗତ 4 ତାରିଖରେ କୋର୍ଟରେ ସିସୋଦିଆଙ୍କୁ ହାଜର କରି ଦ୍ବିତୀୟ ଥର ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା କେନ୍ଦ୍ରୀୟ ସଂସ୍ଥା । କୋର୍ଟ ରିମାଣ୍ଡ ଅବଧିକୁ 6 ତାରିଖ ଯାଏଁ ବୃଦ୍ଧି କରିଥିବା ବେଳେ ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧ୍ୟାନକ୍ରିଷ୍ଣନ ପକ୍ଷ ରଖି ସିବିଆଇର ରିମାଣ୍ଡ ବୃଦ୍ଧି ଆବେଦନକୁ ବିରୋଧ କରିଥିଲେ ।

ତେବେ ମନୀଷ ସିସୋଦିଆଙ୍କୁ ଗିରଫ ପରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି ଆପ । ଏହାରି ମଧ୍ୟରେ ଗତକାଲି ସିବିଆଇ ବିରୋଧରେ ଅଭିଯୋଗ କରିଥିଲା ଆପ । ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେବା ସହ ମିଥ୍ୟା ସ୍ବୀକାର କରିବା ପାଇଁ ସିବିଆଇ ତାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ଆପ ପ୍ରବକ୍ତା ସୌରଭ ଭରଦ୍ବାଜ ।

Last Updated : Mar 6, 2023, 12:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.