ETV Bharat / bharat

ରାସନ ହୋମ ଡେଲିଭରି ପ୍ରସଙ୍ଗକୁ ନେଇ ମୋଦିଙ୍କୁ କଟାକ୍ଷ କଲେ ମନୀଷ ସିସୋଦିଆ - ରାସନ ଡେଲିଭରି

ଦିଲ୍ଲୀରେ ରାସନ ହୋମ ଡେଲିଭରି ପ୍ରସଙ୍ଗକୁ ନେଇ ପିଏମ ମୋଦିଙ୍କୁ କଟାକ୍ଷ କଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପ୍ରଧାନମନ୍ତ୍ରୀ ବାହାନା ଦର୍ଶାଇ ଏହି ରାସନ ହୋମ ଡେଲିଭରି ପ୍ରୋଜେକ୍ଟକୁ ପ୍ରତ୍ୟାଖାନ କରିଛନ୍ତି ।ଅଧିକ ପଢନ୍ତୁ...

ରାସନ ହୋମ ଡେଲିଭରି ପ୍ରସଙ୍ଗକୁ ନେଇ ମୋଦିଙ୍କୁ କଟାକ୍ଷ କଲେ ମନୀଷ ସିସୋଦିଆ

author img

By

Published : Jun 23, 2021, 10:14 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଘରେ ଘରେ ରାସନ ବିତରଣ ଅର୍ଥାତ୍ ରାସନ ହୋମ ଡେଲିଭରି ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ଯେଉଁ ଘଟଣାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଏକ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସିସୋଦିଆ କହିଛନ୍ତି ଯେ ଆଜିର ସମୟରେ ଯେଭଳି ଭାବେ ଲୋକଙ୍କ ଘରକୁ ଖାଦ୍ୟ ସାମଗ୍ରୀ ଓ ପୋଷକ ଆଦି ପହଞ୍ଚୁଛି, ସେହିଭଳି ଗରିବର ଘର ଯାଏଁ ମଧ୍ୟ ରାସନ ପହଞ୍ଚିବା ଉଚିତ୍ ।

ରାସନ ହୋମ ଡେଲିଭରି ପାଇଁ ଦିଲ୍ଲୀ ସରକାର ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଯାହା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି । ତେବେ ଏହି ମାମଲା ସହ ଜଡିତ ଏକ ଚିଠି ମଙ୍ଗଳବାର କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ପଠାଇଛନ୍ତି । ଯେଉଁଥିରେ କେନ୍ଦ୍ର ରାସନ ଯୋଗାଣର ଏହି ପ୍ରୋଜେକ୍ଟକୁ ପ୍ରତ୍ୟାଖାନ କରିଥିବା କହିଛନ୍ତି ମନୀଷ ସିସୋଦିଆ । ହେଲେ ଆମେ ଏଭଳି କିଛି ପ୍ରସ୍ତାବ କେନ୍ଦ୍ରକୁ ପଠାଇ ନାହୁଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଏହି ଚିଠିରେ ପ୍ରୋଜେକ୍ଟ ପ୍ରତ୍ୟାଖାନର ଅନେକ କାରଣ ମଧ୍ୟ ଦର୍ଶାଯାଇଥିବା ସିସୋଦିଆ କହିଛନ୍ତି । ଚିଠିରେ କୁହାଯାଇଛି ଯେ ଦିଲ୍ଲୀ ସରକାର କୌଣସି ଦର ଜଣାଇ ନାହାନ୍ତି । ସେପଟେ ମନୀଷ ସିସୋଦିଆ କହିଛନ୍ତି କି ଭାରତ ସରକାର ଦ୍ବାରା ଧାର୍ଯ୍ୟ ରାଶିରୁ ଅଧିକ ଦର ହେବନାହିଁ ବୋଲି ଆମେ ପୂର୍ବରୁ ହିଁ ସ୍ପଷ୍ଟ କରିଛୁ । ଏଥିସହ ରାସନ ଗ୍ରହଣକାରୀର ଠିକଣା ସମ୍ପୂର୍ଣ୍ଣ ଠିକ୍ ବୋଲି କେମିତ ଜଣାପଡିବ ଏବଂ ଗରୀବ ଲୋକ ମୁଖ୍ୟତଃ ଗଳିରେ ଏବଂ ବହୁତଳ ପ୍ରାସାଦରେ ରହୁଥିବା ଯୋଗୁଁ ସେ ପର୍ଯ୍ୟନ୍ତ ରାସନ କେମିତି ପହଞ୍ଚା ଯାଇପାରିବ ବୋଲି କେନ୍ଦ୍ର କାରଣ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ, ରାସନ ଯୋଗାଣ ଗାଡି ଯଦି ଅଧାବାଟରେ ଖରାପ ହୋଇଗଲା କିମ୍ବା ଟ୍ରାଫିକରେ ଫସିଗଲା ତେବେ କିପରି ରାସନ ପହଞ୍ଚି ପାରିବ ବୋଲି କେନ୍ଦ୍ର କାରଣ ଉଲ୍ଲେଖ କରିଛି । ଯାହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାହାନା ବୋଲି କହିଛନ୍ତି ସିସୋଦିଆ ।

ଆହୁରିମଧ୍ୟ ମନୀଷ ସିସୋଦିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଝଗଡା କରିବା ମୁଡରେ ରହିଥାନ୍ତି । ତାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହେଉ କି ମୁଖ୍ୟ ଶାସନ ସଚିବ କିମ୍ବା ଟ୍ବିଟର ସହ ହେଉ । ପ୍ରଥମଥର ଏତେ ଝଗଡାଖୋର ପିଏମ ମୁଁ ଦେଖିଛି ବୋଲି ସିସୋଦିଆ କଟାକ୍ଷ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆଙ୍କ ସହ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଇମରାନ ହୁସେନ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.