ETV Bharat / bharat

ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ମେଣ୍ଟର ସାଂସଦ: ପ୍ରଧାନମନ୍ତ୍ରୀ ମଣିପୁର ଯିବା ଉଚିତ୍ କହିଲେ ଖଡ୍‌ଗେ

ମଣିପୁରରୁ ଫେରିବା ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଟିମ୍ । ପ୍ରଧାନମନ୍ତ୍ରୀ ମଣିପୁର ଯିବା ଉଚିତ୍ କହିଲେ ଖଡ୍‌ଗେ । ଅଧିକ ପଢନ୍ତୁ

author img

By

Published : Aug 2, 2023, 1:49 PM IST

ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ସାଂସଦ
ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ସାଂସଦ

ନୂଆଦିଲ୍ଲୀ: ହିଂସା ପ୍ରବଣ ମଣିପୁରରେ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବିରୋଧୀ ମହାମେଣ୍ଟ ଇଣ୍ଡିଆର ପ୍ରତିନିଧି ଟିମ୍ ଆଜି (ବୁଧବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ବିରୋଧି ମେଣ୍ଟର ୨୧ ସାଂସଦ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି, ବିଶେଷକରି ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଶିବିରରେ ରହୁଥିବା ପୀଡିତଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଏହାସହିତ ମଣିପୁରରେ ଜାରି ହିଂସା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିରୋଧି ସାଂସଦ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି,''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ କରି ଏହି ହିଂସା ପ୍ରଭାବିତ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବା ଉଚିତ୍ ।''

  • A delegation comprising Members of Parliament from various political parties called on President Droupadi Murmu at Rashtrapati Bhavan. pic.twitter.com/vhkGbhPS9q

    — President of India (@rashtrapatibhvn) August 2, 2023 " class="align-text-top noRightClick twitterSection" data=" ">

'ଇଣ୍ଡିଆ'ର ପ୍ରତିନିଧି ଟିମ୍ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ସାକ୍ଷାତ କରିଥିଲେ । ଏନେଇ ରାଜ୍ୟସଭା ବିରୋଧି ଦଳ ନେତା ଖଡ୍‌ଗେ କହିଛନ୍ତି ଯେ, ଆମେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ । ମଣିପୁରରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ଜଣାଇଛୁ । ଆମର ମୁଖ୍ୟ ଦାବି ହେଲା, ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ସେଠାରେ ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରନ୍ତୁ । ରାଷ୍ଟ୍ରପତି ମଧ୍ୟ ବିରୋଧି ନେତାମାନଙ୍କ ଦାବିର ବିଚାର କରିବେ ବୋଲି ଆଶ୍ବସନା ଦେଇଥିବା ସେ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Manipur Violence: ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ ‘ଇଣ୍ଡିଆ’ ଟିମ୍‌

ସେପଟେ ବିରୋଧି ସାଂସଦ ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ବିଜେପି ନେତା ସୁଶୀଲ ମୋଦି କଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସେମାନେ ମଣିପୁର ଯାଇପାରୁଛନ୍ତି, ଏମିତିକି ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟି ପାରୁଛନ୍ତି ହେଲେ ସଂସଦରେ ବିତର୍କରେ ଭାଗ ନେବାକୁ ଚାହୁଁ ନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବିରୋଧି ମହାମେଣ୍ଟର ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ ଜୁଲାଇ ୨୯ ଓ ୩୦ରେ ଦୁଇ ଦିନିଆ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଥିଲେ । ଏହି ପ୍ରତିନିଧି ଟିମ୍ ସହ ମେଣ୍ଟ ସହଯୋଗୀ ଦଳର ଫ୍ଲୋର ଲିଡରମାନେ ମଧ୍ୟ ସାମିଲ ଥିଲେ । ଏହି ଟିମ୍ ଏକାଧିକ ରିଲିଫ କ୍ୟାମ୍ପ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ‘ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ’: ଆସନ୍ତା ତାରିଖରେ ମଣିପୁର DGPଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.