ETV Bharat / bharat

Manipur Violence: 24 ଘଣ୍ଟାରେ 12 ସୁଡଙ୍ଗ ଧ୍ବଂସ, 30 ଯାଏ ଇଣ୍ଟରନେଟ ବନ୍ଦ - ମଣିପୁରରେ ସେନା କାର୍ଯ୍ୟାନୁଷ୍ଠାନ

ମଣିପୁରରେ ଉଗ୍ରବାଦୀଙ୍କ ଠିକଣା ଉପରେ କେନ୍ଦ୍ରୀୟ ଫୋର୍ସର କାର୍ଯ୍ୟାନୁଷ୍ଠାନ ଜାରି । 24 ଘଣ୍ଟାରେ 12 ସୁଡଙ୍ଗ ଧ୍ବଂସ, 30 ଯାଏ ବଢିଲା ଇଣ୍ଟରନେଟ ବନ୍ଦ କଟକଣା । ଅଧିକ ପଢନ୍ତୁ

Manipur violence: 24 ଘଣ୍ଟାରେ 12 ସୁଡଙ୍ଗ ଧ୍ବଂସ, 30 ଯାଏ ବଢିଲା ଇଣ୍ଟରନେଟ ବନ୍ଦ କଟକଣା

author img

By

Published : Jun 26, 2023, 10:51 AM IST

ଇମ୍ଫାଲ: ଦୀର୍ଘ ପ୍ରାୟ 2 ମାସ ଧରି ଜଳୁଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ହିଂସା ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେନା ଓ ପାରା ମିଲିଟାରୀ ଫୋର୍ସ ଉଗ୍ରବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଠିକଣା ଉପରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କର 12ଟି ବଙ୍କର (ସୁଡଙ୍ଗ)କୁ ସେନା ଓ ପାରା ଫୋର୍ସ ନଷ୍ଟ କରିଥିବା ଜଣାପଡିଛି । ତାମେଙ୍ଗଲଙ୍ଗ, ଇମ୍ଫାଲ-ଇଷ୍ଟ, ବିଷ୍ଣୁପୁର, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ କାକଚିଂ ଜିଲ୍ଲାର ଉଭୟ ପାହାଡି ଏବଂ ଉପତ୍ୟକାରେ 12ଟି ବଙ୍କର ନଷ୍ଟ କରାଯାଇଥିବା ମଣିପୁର ପୋଲିସ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ।

ଏହି ସବୁ ବଙ୍ଗରରୁ ଉଗ୍ରବାଦୀଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି । ଏଥିରେ କେହି ଗିରଫ ହୋଇନାହାନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜାରି ରହିଥିବା କର୍ଫ୍ୟୁ ଉଲ୍ଲଙ୍ଘନ କରିବା, ଅସ୍ଥିରତାର ସୁଯୋଗ ନେଇ ଚୋରି ଡକାୟତି କରିବା ଓ ହିଂସା ସୃଷ୍ଟି କରିବା ପରି କାର୍ଯ୍ୟକଳାପ ଅଭିଯୋଗରେ ମୋଟ 135 ଜଣଙ୍କୁ ଗିରଫ କରାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା 1,100 ମାରଣାସ୍ତ୍ର ,13,702 ଗୁଳିଗୋଳା ଓ 250 ବୋମା ମଧ୍ୟ କେନ୍ଦ୍ରୀୟ ଫୋର୍ସ ବିଭିନ୍ନ ଅପରେସନରେ ଜବତ କରିବାରେ ସଫଳ ହୋଇଛନ୍ତି । କେହି ଅସ୍ତ୍ରଶସ୍ତ୍ର ରଖିଥିଲେ ପୋଲିସ ନିକଟରେ ଜମା କରିବାକୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ମଣିପୁରରେ ହାଇକୋର୍ଟଙ୍କ ରାୟ ଆସିବା ପରେ ମେ’ 3 ତାରିଖ ପରେ ଆରମ୍ଭ ହୋଇଥିବା ହିଂସା ଏବେ ସୁଦ୍ଧା ମଧ୍ୟ ଥମିବାର ନା ନେଉନାହିଁ । ରାଜ୍ୟରେ 25 ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିବା ବେଳେ ଗତକାଲି ଏହି କଟକଣାକୁ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ଥିତିରେ ସୁଧାର ନଆସିଲେ ଏହି ସେବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ମଧ୍ୟ ରହିପାରେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ ଓ ଟ୍ବିଟର ଜରିଆରେ ହିଂସା ସମ୍ପର୍କିତ ବିଭ୍ରାନ୍ତିକର ସୂଚନାର ବହୁଳ ପ୍ରସାର ଫଳରେ ହିଂସା ପ୍ରଶମିତ ହେଉନାହିଁ । ପରସ୍ପର ସମ୍ପ୍ରଦାୟ ଉପରେ ଆକ୍ରମଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଉଭୟ ସମ୍ପ୍ରଦାୟ ପରସ୍ପର ଉପରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ଜାରି ରଖିଛନ୍ତି । ତେଣୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ଗତକାଲି ଏହାକୁ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.