ETV Bharat / bharat

ମଣିପୁର ନିଆଁକୁ ଲିଭାଇବ ବାୟୁସେନାର Mi-17V5 ହେଲିକପ୍ଟର

ମଣିପୁରର ପାହାଡରେ ଲାଗିଥିବା ନିଆଁକୁ ଲିଭାଇବ ବାୟୁସେନାର ହେଲିକପ୍ଟର । ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯିବ । ଅଧିକ ପଢନ୍ତୁ...

Manipur: Shirui Hills in Ukhrul to get respite from fire as IAF deploys two Mi-17V5 helicopters
ମଣିପୁରରେ ଲାଗିଥିବା ନିଆଁକୁ ଲିଭାଇବ ବାୟୁସେନାର Mi-17V5 ହେଲିକେପ୍ଟର
author img

By

Published : Mar 29, 2021, 9:37 AM IST

ଇମ୍ଫାଲ: ମଣିପୁରର ପାହାଡରେ ଲାଗିଥିବା ନିଆଁକୁ ଲିଭାଇବ ବାୟୁସେନାର ହେଲିକପ୍ଟର । ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯିବ । ଏହା ସହ ହେଲିକପ୍ଟରରେ ବାମ୍ବି ବୋକେଟ ମାଧ୍ୟମରେ ପାଣି ସିଞ୍ଚନ କରାଯିବ ।

ମଣିପୁରରେ ଉଖରୁଲ ଜିଲ୍ଲାର ସିରୋୟ ପର୍ବତରେ ନିଆଁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ନିଆଁ ଦିନକୁ ଦିନ ବୃଦ୍ଧି ପାଉଛି କିନ୍ତୁ ଲିଭିବାର ନାଁ ନେଉନାହିଁ । ନିଆଁର ପ୍ରକୋପକୁ ଦେଖି ମଣିପୁର ସରକାର ତଥା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କେନ୍ଦ୍ର ସରକାରଙ୍କୁ ନିଆଁ ଲିଭାରେ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । ଏହାପରେ କେନ୍ଦ୍ର ସରକାର ଭାରତୀୟ ବାୟୁସେନାର ସ୍ବତନ୍ତ୍ର ହେଲକପ୍ଟର ଜରିଆରେ ନିଆଁ ଲିଭାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ବାୟୁସେନାର Mi-17V5 ହେଲିକପ୍ଟର ବାମ୍ବି ବୋକେଟ ମାଧ୍ୟମରେ ପାଣି ନେବ ନିଆଁ ଲିଭାରେ କାର୍ଯ୍ୟରେ ନିୟୋଜିତ ହେବ । ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗର ପକ୍ଷରୁ ସିଲଂ ପିଆରଓ ସୂଚନା ଦେଇଛନ୍ତି ।

ସୂଚନାଥାଉକି ମଣିପୁରର ଉଖରୁଲ ଜିଲ୍ଲାର ସିରୁୟୁ ପାହାଡରେ ଲାଗିଥିବା ନିଆଁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ବିଭାଗ କାର୍ଯ୍ୟରେ ଲାଗିଥିଲେ ମଧ୍ୟ ନିଆଁର ପ୍ରକୋପ କମୁନାହିଁ । ଏହାକୁ ଦେଖି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନିଆଁ ଲିଭାରେ ସହାୟତା ପାଇଁ କହିଛନ୍ତି । କେନ୍ଦ୍ର ସରକାର ଏନଡିଆରଏଫ ସହ ଦମକଳ ବିଭାଗକୁ ନିୟୋଜତି କରିବା ପାଇଁ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.