ETV Bharat / bharat

ଦ୍ବିତୀୟ ଦିନରେ ନ୍ୟାୟ ଯାତ୍ରା: ପଦଯାତ୍ରା କଲେ ରାହୁଲ, ନାଗାଲାଣ୍ଡରେ ରାତ୍ରୀ ଯାପନ - ଭାରତ ଯୋଡୋ ନ୍ୟାୟ ଯାତ୍ରା

Rahul Gandhis Bharat Jodo Nyay Yatra: ଦ୍ବିତୀୟ ଦିନରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ମଣିପୁରରେ ଦ୍ବିତୀୟ ଦିନ ଯାତ୍ରା ପରେ ନାଗାଲାଣ୍ଡରେ ରାତ୍ରୀ ଯାପନ କରିବେ ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ,

ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ: ପଦଯାତ୍ରା କଲେ ରାହୁଲ, ଆଜି ନାଗାଲାଣ୍ଡରେ ରହଣି

author img

By ETV Bharat Odisha Team

Published : Jan 15, 2024, 1:50 PM IST

ମଣିପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ । ଆଜି (ସୋମବାର) ସକାଳେ ପଶ୍ଚିମ ଇମ୍ଫାଲରୁ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ରାହୁଲ ଗାନ୍ଧୀ ପଦଯାତ୍ରା କରିଛନ୍ତି। ରାହୁଲଙ୍କ ଯାତ୍ରାରେ ସାମିଲ ହୋଇଛନ୍ତି ଶହ ଶହ ଲୋକ । ଲୋକେ ରାସ୍ତାର ଦୁଇ କଡ଼ରେ ଛିଡ଼ା ହୋଇ ରାହୁଲଙ୍କୁ ସ୍ବାଗତ କରିଛନ୍ତି । ଆଜି ନ୍ୟାୟ ଯାତ୍ରା ମଣିପୁର ଅତିକ୍ରମ କରି ନାଗାଲାଣ୍ଡରେ ପହଞ୍ଚିବା ପରେ ସେଠାରେ ରାତ୍ରୀ ଯାପନ କରିବେ ରାହୁଲ ଗାନ୍ଧୀ ।

  • #WATCH | Manipur: Bharat Jodo Nyay Yatra resumes from Kalapahar, Kangpokpi on the 2nd day of its journey.

    Congress MP Rahul Gandhi started the Bharat Jodo Nyay Yatra from Thoubal, Manipur yesterday. pic.twitter.com/R9DFefUljL

    — ANI (@ANI) January 15, 2024 " class="align-text-top noRightClick twitterSection" data=" ">

ଏହା ମଧ୍ଯ ପଢ଼ନ୍ତୁ:୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

ଏହା ମଧ୍ଯ ପଢ଼ନ୍ତୁ: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ସାମିଲ ହେଲେ ନିଲମ୍ବିତ ବସପା ସାଂସଦ ଡାନିଶ ଅଲ୍ଲୀ

ଆଜି ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ । ସେବାଦଳର ଉପସ୍ଥିତିରେ ମଣିପୁର ପିସିସି ସଭାପତି କେଇଶମ ମେଘାଚନ୍ଦ୍ର ପତାକା ଉତ୍ତୋଳନ କରିଥିଲେ। ପରେ ଯାତ୍ରା ସେକମାଇ, କାଙ୍ଗପୋକପି ଏବଂ ସେନାପତି ଦେଇ ନାଗାଲାଣ୍ଡରେ ପହଞ୍ଚିବ । କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, "ଲୋକମାନେ ଆମକୁ ପଚାରୁଛନ୍ତି କାହିଁକି ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିନାହାନ୍ତି ? ସମସ୍ତେ ଚାହାନ୍ତି ଯେ ରାହୁଲ ଗାନ୍ଧୀ ସଂସଦରେ ଏହି ପ୍ରସଙ୍ଗ ଉଠାନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତୁ ? ପ୍ରଧାନମନ୍ତ୍ରୀ ମୋଦି ମଣିପୁରକୁ ଆସି ଆମକୁ ଭେଟନ୍ତୁ । "

  • #WATCH | During the second day of Congress's Bharat Jodo Nyay Yatra, Congress General Secretary in-charge Communications, Jairam Ramesh says, "People are asking us why PM Modi has not visited Manipur? Everyone wants Rahul Gandhi to raise this issue in the parliament and ask PM… pic.twitter.com/9dfqMhzlE5

ଏହା ମଧ୍ଯ ପଢ଼ନ୍ତୁ: ବିଜେପି ପାଇଁ ମଣିପୁର ଭାରତର ଅଂଶ ବିଶେଷ ନୁହେଁ: ରାହୁଲ ଗାନ୍ଧୀ

ଏହା ମଧ୍ଯ ପଢ଼ନ୍ତୁ:'ଭାରତ ନ୍ୟାୟ ଯାତ୍ରା' ପରେ କଂଗ୍ରେସ ଜିତିବ ୧୫୦ ଲୋକସଭା ଆସନ !

ରାହୁଲଙ୍କ ନ୍ୟାୟ ଯାତ୍ରା: ମଣିପୁରର ଥଉବାଲରୁ ଗତକାଲି(ଜାନୁଆରୀ ୧୪) ଆରମ୍ଭ ହୋଇଥିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଯାତ୍ରା ମୋଟ୍ ୬୭୦୦ କିଲୋମିଟର ଅତିକ୍ରମ କରିବ । ୬୭ ଦିନରେ ୧୫ଟି ରାଜ୍ୟର ୧୧୦ ଜିଲ୍ଲା ପରିଭ୍ରମଣ କରିବ । ଏଥିରେ ରହିଛି ଓଡ଼ିଶାର ୪ଟି ଜିଲ୍ଲା । ଓଡ଼ିଶାରେ ୪ ଦିନରେ ପାଖାପାଖି ୪ ଶହ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧି । ନ୍ୟାୟ ଯାତ୍ରା ମଣିପୁରର ଇମ୍ଫାଲରୁ ଆରମ୍ଭ ହୋଇଥିବା ବେଳେ, ଏହା ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ , ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡିଶା, ଉତ୍ତର ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜୁରାଟ ଦେଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ସମାପ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.