ETV Bharat / bharat

Manipur: SDPOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ - ମଣିପୁରରେ ପୋଲିସ ଅଧିକାରୀଙ୍କୁ ହତ୍ୟା

ମଣିପୁରରେ ଜଣେ SDPOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ । ସୁରକ୍ଷାବଳର ମୋବିଲିଟି ପାଇଁ ପ୍ରସ୍ତୁତ ହେଉଥିବା ହେଲିପ୍ୟାଡର ସୁରକ୍ଷା ଦାୟିତ୍ବରେ ଥିଲେ ଏହି ଅଧିକାରୀ । ଅଧିକ ପଢନ୍ତୁ

Manipur: ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

author img

By ETV Bharat Odisha Team

Published : Oct 31, 2023, 8:22 PM IST

ଇମ୍ଫାଲ: ମଣିପୁରରେ ପୁଣି ଗଡିଲା ମୁଣ୍ଡ । ଜଣେ ପୋଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଟେଙ୍ଗନୁଓପାଲ ଜିଲ୍ଲାର ମୋରେହ ଏରିଆରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ଅଧିକାରୀ ସ୍ଥାନୀୟ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଚିଙ୍ଗଥାମ ଆନନ୍ଦ ବୋଲି ଜଣାପଡିଛି । ଏହି ଅଧିକାରୀଜଣକ ନୂତନ ଭାବେ ପ୍ରସ୍ତୁତ ହେଉଥିବା ହେଲିପ୍ୟାଡ ସୁରକ୍ଷାରେ ନିୟୋଜିତ ହୋଇଥିଲା ବେଳେ ଅଜଣା ଆତଙ୍କବାଦୀ ତାଙ୍କୁ ଗୁଳି କରିଥିଲେ । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ମୋରେହର ଏକ ସ୍କୁଲ ଗ୍ରାଉଣ୍ଡରେ ନୂତନ ଭାବେ ନିର୍ମାଣ କରାଯାଉଥିବା ହ୍ୟାଲିପ୍ୟାଡର ସୁରକ୍ଷା ଦାୟିତ୍ବ ତଦାରଖ କରିବା ପାଇଁ ଏହି ଅଧିକାରୀଜଣକ ପହଞ୍ଚିଥିଲେ । କେନ୍ଦ୍ରୀୟ ସୁରକ୍ଷାବଳ ମୋବିଲିଟି ପାଇଁ ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ନୂଆ ହ୍ୟାଲିପ୍ଯାଡ ନିର୍ମାଣ କରାଯାଉଥିଲା । ତେବେ ଆଜି ପୂର୍ବାହ୍ନରେ ତାଙ୍କୁ ଗୁଳିମାଡ କରାଯାଇଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବଢ୍ଚାଇବା ସମ୍ଭବପର ହୋଇନଥିଲା । ଉକ୍ତ ଅଞ୍ଚଳଟି ଆଦିବାସୀ କୁକି ସମ୍ପ୍ରଦାୟ ବହୁଳ ଓ ଏଠାରେ କୁକି ସମ୍ପ୍ରଦାୟର ଆତଙ୍କୀଙ୍କ ଗତିବିଧି ମଧ୍ୟ ସକ୍ରିୟ ରହିଛି । ତେଣୁ କୁକି ସମ୍ପ୍ରଦାୟ ଆତଙ୍କୀ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପ୍ରାଥମିକ ଭାବେ ତଦନ୍ତ କରାଯାଉଛି ।

ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି । ବିରେନ ସିଂ ସରକାର ଏହି ମୃତ ଅଧିକାରୀଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅଧିକାରୀ ଚିଙ୍ଗଥାମ ଆନନ୍ଦ ଇମ୍ଫାଲ ରାଓବାମ ମାରକ ଅଞ୍ଚଳର ବାସିନ୍ଦା ଥିଲେ । ମେ’ 3 ତାରିଖରେ ଜାତିଗତ ସଂରକ୍ଷଣ ବିବାଦରୁ ମଣିପୁରରେ ଆରମ୍ଭହୋଇଥିବା ହିଂସାରେ ଏପର୍ଯ୍ୟନ୍ତ 180 ଲୋକଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- Apple Notification: ବିପକ୍ଷ ନେତାଙ୍କ କରାଯାଇଛି ଫୋନ ହ୍ୟାକ ! ସରକାରଙ୍କୁ କଡା ସମାଲୋଚନା

ଏକାଧିକ ହିଂସାକାଣ୍ଡରେ ଉଭୟ ମୈତେଇ ଓ କୁକି ସମ୍ପ୍ରଦାୟର ବାସିନ୍ଦା ମୃତାହତ ହୋଇଛନ୍ତି । ମହିଳାମାନେ ନିର୍ଯାତନା ଓ ଯୌନ ଉତ୍ପୀଡନର ଶିକାର ହୋଇଥିବା ଏକାଧିକ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଏହା ପରେ ସର୍ବୋଚ୍ଚ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା । ଏହା ପରେ କୌଣସି ବଡ ଧରଣ ହିଂସାକାଣ୍ଡ ଅଗଷ୍ଟ ମାସରୁ ପ୍ରାୟତଃ ଦେଖାଯାଇନଥିବା ବେଳେ କିଛି ସ୍ଥାନରେ ହିଂସା ଓ ହତ୍ୟାକାଣ୍ଡର ଖବର ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.