ଇମ୍ଫାଲ: ଉଭୟ କେନ୍ଦ୍ର-ରାଜ୍ୟର ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ମଣିପୁରେ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସୁନାହିଁ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାରମ୍ବାର ହିଂସା କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଗତକାଲି ଦୁଇ ଛାତ୍ରଙ୍କ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ପୁଣି ମଣିପୁରକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି ।
ଏହାରି ମଧ୍ୟରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ଥିତିକୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ଲାଗୁ କରାଯିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ପାହାଡି ଏରିଆରେ ଅଧିକ ହିଂସାତ୍ମକ ଗିତିବିଧି ଦେଖାଯାଉଥିବାରୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ଏଠାରେ AFSPA ଲାଗୁ ପାଇଁ ବିରେନ ସିଂ ସରକାର ଆଜି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତାମାସ (ଅକ୍ଟୋବର) ପହିଲାରୁ ଏହା ଲାଗୁ ହୋଇ ଆସନ୍ତା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
-
For 147 days, people of Manipur are suffering, but PM Modi does not have time to visit the state.
— Mallikarjun Kharge (@kharge) September 27, 2023 " class="align-text-top noRightClick twitterSection" data="
The horrific images of students being targeted in this violence has once again shocked the entire nation.
It is now apparent that violence against women and children was weaponised…
">For 147 days, people of Manipur are suffering, but PM Modi does not have time to visit the state.
— Mallikarjun Kharge (@kharge) September 27, 2023
The horrific images of students being targeted in this violence has once again shocked the entire nation.
It is now apparent that violence against women and children was weaponised…For 147 days, people of Manipur are suffering, but PM Modi does not have time to visit the state.
— Mallikarjun Kharge (@kharge) September 27, 2023
The horrific images of students being targeted in this violence has once again shocked the entire nation.
It is now apparent that violence against women and children was weaponised…
ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ପାହାଡି କ୍ଷେତ୍ରରେ ଏହି ସ୍ବତନ୍ତ୍ର ସାମରିକ ଆଇନ ଲାଗୁ କରାଯାଇଥିବା ବେଳେ ଉପତ୍ୟକା (ଭ୍ୟାଲି)ର 19ଟି ଥାନା କ୍ଷେତ୍ରକୁ ଏଥିରୁ ବାଦ ଦିଆଯାଇଛି । ଦୀର୍ଘ ଦିନ ଧରି ହିଂସା ନିୟନ୍ତ୍ରଣକୁ ନଆସିବା ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରେନଙ୍କୁ କେନ୍ଦ୍ର ସରକାର ବରଖାସ୍ତ କରନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ବିଜେପି ସରକାର ଉପରେ ଟ୍ବିଟ କରି ବର୍ଷିଛନ୍ତି ।
ଦୀର୍ଘ 147 ଦିନ ହେଲାଣି ମଣିପୁରବାସୀ ହିଂସାରେ ଜୀବନ କାଟୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଥରଟେ ମଣିପୁର ଗସ୍ତ କରିବା ପାଇଁ ସମୟ ହେଲାନାହିଁ । ଏବେ ଛାତ୍ରଙ୍କୁ ହତ୍ୟା ଘଟଣା ପୁଣି ଥରେ ଦେଶକୁ ସ୍ତବ୍ଧ କରିଦେଇଛି । ଏହି ହିଂସାରେ ମହିଳା ଓ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରାଯାଉଛି । ମଣିପୁର ଏବେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇସାରିଛି । ଏହା କେବଳ ଭାରତୀୟ ଜନତା ପାର୍ଟି ସରକାରର ବିଫଳତା ପାଇଁ ହୋଇଛି ବୋଲି ଖଡଗେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ୨ ଛାତ୍ରଙ୍କ ହତ୍ୟା ପରେ ମଣିପୁରରେ ତେଜିଲା ହିଂସା; ପୁଣି ଇଣ୍ଟରନେଟ ସେବା ବନ୍ଦ
ଜୁଲାଇ ୬ ତାରିଖରୁ ନିଖୋଜ ଥିବା ମୈତେଇ ସମ୍ପ୍ରଦାୟର ଜଣେ ନାବାଳିକା ଓ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ଫଟୋ ଭାଇରାଲ ହୋଇଛି । ମୃତ ଛାତ୍ର ୨୦ ବର୍ଷୀୟ ଫିଜାମ ହେମଜିତ ଓ ୧୭ ବର୍ଷୀୟ ହିଜାମ ଲିନଥୋଇନଗାମ୍ବୀ ବୋଲି ଚିହ୍ନଟ ହୋଇଥିଲେ । ଏହାକୁ ନେଇ ଗତକାଲି (ମଙ୍ଗଳବାର) ଇମ୍ଫାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଶତାଧିକ ଛାତ୍ର ଛାତ୍ରୀ ପ୍ରତିବାଦ କରିଥିଲେ । ଏବେ ସରକାର ପୁଣି ଥରେ ରାଜ୍ୟର ପାହାଡି କ୍ଷେତ୍ରରେ AFSPA ଲାଗୁ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ