ETV Bharat / bharat

ରାହୁଲଙ୍କ ‘ନ୍ୟାୟ ଯାତ୍ରା’ ଆରମ୍ଭକୁ ମଣିପୁର ସରକାରଙ୍କ ନା, କଂଗ୍ରେସ କହିଲା ନିଶ୍ଚିତ ହେବ - Manipur govt

Manipur govt declined permission to Rahul Gandhis Bharat Jodo Nyay Yatra: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭକୁ ଅନୁମତି ଦେଲେନି ମଣିପୁର ସରକାର । କଂଗ୍ରେସ କହିଲା ନିଶ୍ଚିୟ ହେବ । ଅଧିକ ପଢନ୍ତୁ

ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଲେନି ମଣିପୁର ସରକାର

author img

By ETV Bharat Odisha Team

Published : Jan 10, 2024, 4:16 PM IST

ନୂଆଦିଲ୍ଲୀ/ଇମ୍ଫାଲ: 14 ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହେବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ’ ଯାତ୍ରାକୁ ଅନୁମତି ଦେଲେନି ମଣିପୁର ସରକାର । ଏହି ଯାତ୍ରା ଇମ୍ଫାଲ-ପୂର୍ବ ଜିଲ୍ଲାରୁ ଆରମ୍ଭ ହୋଇଥାନ୍ତା । ତେବେ ଆଇନ ଶୃଙ୍ଖଳା ସ୍ଥିତି କାରଣରୁ ଏହି ଯାତ୍ରାକୁ ଅନୁମତି ଦେବାକୁ ମଣିପୁର ସରକାର ମନା କରିଥିବା ସୂଚନା ମିଳିଛି । ମଣିପୁର ପିସିସି ସଭାପତି କୈଶମ ମେଗାଚନ୍ଦ୍ର ଏହି ସୂଚନା ଦେବା ସହ ଏହାକୁ ଅଗଣତାନ୍ତ୍ରିକ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହାକୁ ଜନତାଙ୍କ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି କଂଗ୍ରେସ କହିଛି । ଦିଲ୍ଲୀରେ ମଧ୍ୟ ଦଳର ଅନେକ ଜାତୀୟ ନେତା ଏହାକୁ ବିରୋଧ କରିବା ସେମାନେ ଆଉ ଥରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ପିସିସି ସଭାପତି କୈଶମ ମେଗାଚନ୍ଦ୍ର କହିଛନ୍ତି,‘‘ କଂଗ୍ରେସର ଏକ ଟିମ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ଆଲୋଚନା କରି 14 ତାରିଖରେ ଇମ୍ଫାଲ-ପୂର୍ବରୁ ଆରମ୍ଭ ହେବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଅନୁମତି ମାଗିଥିଲା । ହେଲେ ମୁଖ୍ୟମନ୍ତ୍ରୀ ବିରେନ ସିଂ ଏହାକୁ ଅନୁମତି ଦେଇନାହାନ୍ତି । ତେବେ ଏହି ପ୍ରସଙ୍ଗରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ବୀରେନ କହିଛନ୍ତି, ଏବେ ମଣିପୁରରେ ସୁରକ୍ଷା ସ୍ଥିତି ସମ୍ବେଦନଶୀଳ ରହିଛି । ଏହି କଂଗ୍ରେସର ଏହି ଯାତ୍ରା ଅନୁମତି ପ୍ରସଙ୍ଗକୁ ସକ୍ରିୟତାର ବିଚାର କରାଯାଉଛି । ସୁରକ୍ଷା ସ୍ଥିତି ନେଇ ରିପୋର୍ଟ ସମୀକ୍ଷା କରିବା ପରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରେ । ତେବେ ଏବେ ଏହି କାର୍ଯ୍ୟକ୍ରମକୁ କୌଣସି ଅନୁମତି ପ୍ରଦାନ କରାଯାଇନି । ପ୍ରସଙ୍ଗ ଏବେ ବିଚାରାଧୀନ ରହିଛି ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଲ ମଣିପୁର ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । ବେଣୁଗୋପାଲ କହିଛନ୍ତି,‘‘ ନିର୍ଦ୍ଧାରିତ ସମୟ ଓ ମାର୍ଗରେ ‘ଭାରତ ଯୋଡୋ ନ୍ୟାୟ’ ଯାତ୍ରା ଆୟୋଜିତ ହେବା ନିଶ୍ଚିତ । ଏହା କଂଗ୍ରେସର ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା । କଂଗ୍ରେସ ସରକାର ଓ ପ୍ରଶାସନ ସହ ମଧ୍ଯ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଆମେ ବିଚାର ବିମର୍ଶ କରୁଛୁ । ମଣିପୁର ଇମ୍ଫାଲରୁ ହିଁ ଭାରତ ଯୋଡୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହେବ ।’’

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ କରିବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଦଳ ଲୋଗୋ ଓ ସ୍ଲୋଗାନ ଉନ୍ମୋଚନ କରିସାରିଛି । ବର୍ଷ 2022-23 ରେ ଦକ୍ଷିଣରୁ ଉତ୍ତର-ଭାରତ ପର୍ଯ୍ୟନ୍ତ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ର ଏହା ହେଉଛି ଦ୍ବିତୀୟ ସଂସ୍କରଣ । ଚଳିତ ଥର ସ୍ଲୋଗାନ ରଖାଯାଇଛି, ‘ନ୍ୟାୟ କା ହକ ମିଲନେ ତକ’ ବା ନ୍ୟାୟର ଅଧିକାର ମିଳିବା ପର୍ଯ୍ୟନ୍ତ ଲଢେଇ ।

ଏହା ମଧ୍ୟ ପଢନ୍ତୁ :- ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ଲୋଗୋ ଓ ସ୍ଲୋଗାନ ଉନ୍ମୋଚିତ କଲା କଂଗ୍ରେସ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଣିପୁର ରାଜଧାନୀ ଇମ୍ଫାଲରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଦେଶର ପୂର୍ବରୁ ଏହି ପଦଯାତ୍ରା ବାହାରି ପଶ୍ଚିମରେ ଶେଷ ହେବ । ପୂର୍ବ ଥର ପରି ରାହୁଲ ଗାନ୍ଧୀ ହିଁ ଏହି ଯାତ୍ରାର ନେତୃତ୍ବ ନେବାକୁ ଥିବା ବେଳେ ଅନ୍ୟ କେନ୍ଦ୍ରୀୟ ଓ ପ୍ରାଦେଶିକ ନେତାମାନେ ଏଥିରେ ଅଂଶଗ୍ରହଣ କରିବେ । ଏହି ଯାତ୍ରାରେ ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ମୋଟ 6,713 କି.ମି ଯାତ୍ରା କରି ମୋଟ 110 ଜିଲ୍ଲାର 100 ଲୋକସଭା କ୍ଷେତ୍ର ଓ 337 ବିଧାନସଭା ଆସନ ପରିକ୍ରମା କରିବାକୁ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.