ETV Bharat / bharat

ମଣିପୁର ଏବେ JDU ମୁକ୍ତ, ଖୁବଶୀଘ୍ର ବିହାରରେ ଭାଙ୍ଗିବ ମେଣ୍ଟ: ସୁଶୀଲ ମୋଦି

author img

By

Published : Sep 3, 2022, 4:22 PM IST

ମଣିପୁରରେ ୫ ବିଧାୟକ JDU ଛାଡି ବିଜେପିରେ ସାମିଲ ହେବା ପରେ ଖୁବଶୀଘ୍ର ବିହାରରେ ମେଣ୍ଟ ଭାଙ୍ଗିବା ନେଇ କହିଲେ ସୁଶୀଲ ମୋଦି (Sushil Modi) । ଜେଡିୟୁ କହିଲା ବିଜେପି ଖର୍ଚ୍ଚ କରୁଛି ପ୍ରବଳ ଅର୍ଥ । ତଥାପି ୨୦୨୩ ରେ ଜାତୀୟ ଦଳ ଭାବେ ଛିଡା ହେବ ଜେଡିୟୁ । ଅଧିକ ପଢନ୍ତୁ

ମଣିପୁର ଏବେ JDU ମୁକ୍ତ, ଖୁବଶୀଘ୍ର ବିହାରରେ ଭାଙ୍ଗିବ ମେଣ୍ଟ : ସୁଶୀଲ ମୋଦି

ପାଟନା: ମଣିପୁରରେ ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବା ପରେ ବିହାର ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହେଲାଣି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ବିଜେପି ନେତା ସୁଶୀଲ ମୋଦି (Sushil Modi) କହିଛନ୍ତି ମଣିପୁର ଏବେ JDU ମୁକ୍ତ ଓ ଖୁବଶୀଘ୍ର ବିହାରରେ ମଧ୍ୟ RJD-JDU ମେଣ୍ଟକୁ ଭାଙ୍ଗିବାରେ ବିଜେପି ସଫଳ ହେବାକୁ ଯାଉଛି । ଗତକାଲି ମଣିପୁରରେ JDU ର ୫ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।

  • When we parted ways from NDA, all our six Manipur MLAs came & met us & assured us they were with JDU. We need to think about what's going on. They're breaking away the MLAs from the parties, is it
    constitutional?... Opposition will unify for 2024 elections: Bihar CM Nitish Kumar pic.twitter.com/igjWmfombR

    — ANI (@ANI) September 3, 2022 " class="align-text-top noRightClick twitterSection" data=" ">

ସୁଶୀଲ କହିଛନ୍ତି, ‘‘ମଣିପୁରରେ JDUର ୫ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଅରୁଣାଚଳ ପ୍ରଦେଶ ପରେ ମଣିପୁର ବର୍ତ୍ତମାନ JDU ମୁକ୍ତ ହୋଇସାରିଛି । ବିହାରରେ ମଧ୍ୟ ଖୁବଶୀଘ୍ର ଆମେ JDU-RJD ମେଣ୍ଟ ଭାଙ୍ଗିବାରେ ସଫଳ ହେବୁ ଓ ବିହାରକୁ ମଧ୍ୟ JDU ମୁକ୍ତ କରିବୁ ।’’ ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ଚର୍ଚ୍ଚାକୁ ପରୋକ୍ଷ କଟାକ୍ଷ କରି ସୁଶୀଲ କହିଛନ୍ତି, କେହି କେବେ ହୋଡିଂ, ବ୍ୟାନର ଲଗାଇଦେଲେ ପ୍ରଧାନମନ୍ତ୍ରୀ ହୋଇଯିବନି । ନୀତିଶ ମହାମେଣ୍ଟ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବା ପରେ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦକୁ ନେଇ କିଛି ବରିଷ୍ଠ ଜେଡିୟୁ ବିଧାୟକ ଅସନ୍ତୁଷ୍ଟ ଥିବା କଥା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରି ସମୟରେ ମଣିପୁରରେ ଦଳ ଯାହା ସାମ୍ନା କଲା ତାର ପ୍ରଭାବ ବିହାରରେ ମଧ୍ୟ ଅନୁଭୂତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦଳ ବିଜେପି ନେତୃତ୍ବାଧୀନ ଏନଡିଏର ଓହରିବାକୁ ନିଷ୍ପତ୍ତି ନେବା ବେଳେ ମଣିପୁରର ବିଧାୟକମାନେ ମଧ୍ୟ ଆଲୋଚନା କରିଥିଲେ । ସେମାନେ ଜେଡିୟୁ ସହ ରହିବେ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ଏବେ ସେମାନେ ଦଳ ଛାଡି ବିଜେପିରେ ସାମିଲ ହେବା କ’ଣ ସାମ୍ବିଧାନିକ ପ୍ରକ୍ରିୟା କି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି । ପୂର୍ବରୁ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ କଥା କହିସାରିଥିବା ନୀତିଶ ପୁଣି ଥରେ ବିରୋଧୀଙ୍କୁ ମିଳିତ ହେବା ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି ।

ଅନ୍ୟପଟେ ମଣିପୁରରେ ବିଧାୟକଙ୍କ ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାରେ ବିଜେପିର ଅର୍ଥବଳର ଗନ୍ଧ ବାରିଛି ଜେଡିୟୁ । ଦଳର ପ୍ରଦେଶ ସଭାପତି ରାଜୀବ ରଞ୍ଜନ ଲଲନ ସିଂ କହିଛନ୍ତି, ବିଜେପି ଘୋଡା ବେପାର କରୁଛି । ପ୍ରବଳ ଅର୍ଥ ଖର୍ଚ୍ଚ କରାଯାଇ ବିଧାୟକଙ୍କୁ କିଣାଯାଇଛି । ଲଲନ ସିଂ କହିଛନ୍ତି, ‘‘ଯାହା କିଛି ବି ମଣିପୁରରେ ହେଲା, ତାହା କେବଳ ଅର୍ଥବଳ ଦ୍ବାରା ସମ୍ଭବ ହୋଇପାରିଛି । ସେମାନେ କିଛି ବି କରନ୍ତୁ କିନ୍ତୁ ଜେଡିୟୁ ୨୦୨୩ ରେ ଜାତୀୟ ଦଳରେ ପିରଣତ ହେବାକୁ ଯାଉଛି । JDUକୁ କେହି ଭାଙ୍ଗି ପାରିବେ ନାହିଁ, ଦଳ ଆଗକୁ ଶକ୍ତିଶାଳୀ ହେବାକୁ ଯାଉଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.