ETV Bharat / bharat

ମାଣିକ ସାହ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ

author img

By

Published : Mar 6, 2023, 7:59 PM IST

ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ମାଣିକ ସାହା । 8 ରେ ନେବେ ମୁଖ୍ୟମନ୍ତ୍ରୀ ଶପଥ । ଅଧିକ ପଢନ୍ତୁ

ମାଣିକ ସାହ ହେବା ତ୍ରିପୁରା ମୁଖ୍ୟମନ୍ତ୍ରୀ
ମାଣିକ ସାହ ହେବା ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରାରେ ମାଣିକ ସାହା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ସ୍ପଷ୍ଟ ହୋଇଛି । ଆଜି(ସୋସବାର) ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ମାଣିକ ସାହଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଆସନ୍ତା 8 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହା ତାଙ୍କର ଦ୍ବିତୀୟ ପାଳି ଆରମ୍ଭ କରିବେ ।

ତ୍ରିପୁରାରେ ମୋଟ 60 ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ଓ ସହଯୋଗୀ IPFT 33 ଆସନରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯାଉଛନ୍ତି । ବୁଧବାର ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସାମାନ୍ୟ ଦ୍ବନ୍ଦ୍ୱ ଥିବା ପରି ମନେ ହେଉଥିଲା । କିଛି ବିଧାୟକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲା । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ପରେ ସେହି ଚର୍ଚ୍ଚାର ପରିସମାପ୍ତି ଘଟିଛି । ସାହାଙ୍କୁ ଦ୍ବିତୀୟ ଥର ପାଇଁ ଦଳ ମୁଖ୍ୟମନ୍ତ୍ରୀ ଆସନ ପ୍ରଦାନ କରିବାକୁ ଯାଉଛି ।

8 ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ମଧ୍ୟ ସାମିଲ ରହିବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ମଝିରେ ଆଉ ଗୋଟିଏ ଦିନ ଥିବା ବେଳେ ଆଜି ଅପରାହ୍ନରେ ନବନିର୍ବାଚିତ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଣିକ ସାହାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି ।

ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାରେ 2018ରେ ମଧ୍ୟ ଭାରତୀୟ ଜନତା ପାର୍ଟି ଓ IPFT ମିଳିତ ଭାବେ ସରକାର ଗଠନ କରିଥିଲେ । ଦୀର୍ଘବର୍ଷର ବାମଦଳ ସରକାରକୁ କ୍ଷମତାଚ୍ୟୁତ କରି ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଏଥିରେ ପରିବର୍ତ୍ତନ କରାଯାଇ ବିଜେପି ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଚଳିତ ନିର୍ବାଚନ (2023)ରେ ଦଳ ପୁଣି ଥରେ କ୍ଷମତାକୁ ଫେରି ସରକାରର ଦ୍ବିତୀୟ ପାଳି ଆରମ୍ଭ କରୁଥିବା ବେଳେ, ମାଣିକ ସାହା ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.