ବେଙ୍ଗାଲୁରୁ: ମାଙ୍ଗାଲୋର ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ବିଦେଶୀ ଲିଙ୍କ । ମାଙ୍ଗାଲୋର ଅଟୋରିକ୍ସା ବିସ୍ପୋରଣ ଘଟଣାରେ ବିଦେଶୀ ଆତଙ୍କୀ ଲିଙ୍କ କର୍ଣ୍ଣାଟକ ମାଙ୍ଗାଲୋରରେ ହୋଇଥିବା ଅଟୋରିକ୍ସା ବିସ୍ପୋରଣରେ ବିଦେଶୀ ଆତଙ୍କୀ ସଂଗଠନର ଲିଙ୍କ ରହିଛି (autorickshaw blast Mangaluru)। ଘଟଣାର ମୁଖ୍ୟ ଅଭିଯୁକ୍ତ ବିଦେଶୀ ଆତଙ୍କବାଦୀ ସଂଗଠନ ଦ୍ବାରା ଅନୁପ୍ରାଣିତ ହୋଇ ଏପରି ବିସ୍ଫୋରଣ ଘଟାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । କର୍ଣ୍ଣାଟକ ଏଡିଜିପି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଅଭିଯୁକ୍ତକୁ UAPA ଆକ୍ଟ ଅଧୀନରେ ଗିରଫ କରାଯାଇଛି । ଏକାଧିକ ସ୍ଥାନରେ ଚଢାଉ କରି ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ଅଟୋରେ ଏହି ବିସ୍ଫୋରଣ ଘଟିଥିଲା । ଏକ ପ୍ରେସର କୁକରରେ ଏହି ବୋମା ରଖା କରାଯାଇଥିଲା । ଏହି ବିସ୍ଫୋରଣରେ ଚାଳକ ସମେତ ଦୁଇ ଜଣ ଗୁରୁତର ହୋଇଥିଲେ । ଉଭୟଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ଅଟୋର ଡ୍ରାଇଭରଙ୍କ ନାମ ପୁରୁଷୋତ୍ତମ ପୂଜାରୀ ହୋଇଥିବା ବେଳେ ଯାତ୍ରୀର ନାମ ମହମ୍ମଦ ସାରିକ ବୋଲି ଜଣାପଡିଥିବା କର୍ଣ୍ଣାଟକ ଅତିରିକ୍ତ ଡିଜିପି ଆଲୋକ କୁମାର ସୂଚନା ଦେଇଛନ୍ତି । ସେହିପରି ଏହି ଆତଙ୍କବାଦୀ ଆକ୍ରମଣ ସ୍ପଷ୍ଟ ହେବା ପରେ ଏହି ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇପାରେ ।
ସୂଚନା ଅନୁଯାୟୀ, ନଭେମ୍ବର 19 ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ମାଙ୍ଗାଲୁରୁର କାନକାନାଡି ଥାନା ଅଞ୍ଚଳରେ ଏକ ଅଟୋରିକ୍ସାରେ ବିସ୍ଫୋରଣ ହୋଇଥିଲା (Mangaluru autorickshaw blast) । ବିସ୍ଫୋରଣରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏହି ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ମହମ୍ମଦ ସାରିକ ଯାତ୍ରୀ ଭାବେ ଅଟୋରେ ଯାତ୍ରା କରୁଥିଲେ । ଏହି ବିସ୍ଫୋରଣରେ ଗୁରୁତର ଆହାତ ହୋଇଥିବା ମହମ୍ମଦ ସାରିକ ଶରୀରର ୪୦ରୁ ଅଧିକ ଭାଗ ପୋଡି ଯାଇଥିବା ବେଳେ ଚିକିତ୍ସା ନିମନ୍ତେ ମାଙ୍ଗାଲୋରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛଇ । ତେବେ ଏହି ଘଟଣାରେ ତଦନ୍ତ ଚାଲିଥିବା ବେଳେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ (Karnataka DGP Praveen Sood) ପୂର୍ବରୁ ମଧ୍ୟ ଏହା ଦୁର୍ଘଟଣାଜନିତ ବିସ୍ଫୋରଣ ନୁହେଁ ବରଂ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି ସୂଚନା ଦେଇଥିଲେ । ଏହାର ତଦନ୍ତ ଆରମ୍ଭ ହୋଇଥବା ବେଳେ ଅଭିଯୁକ୍ତ ଗିରଫ ହୋଇଥିଲା । ଅଭିଯୁକ୍ତ ବିଦେଶୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଏପରି ବିସ୍ଫୋରଣ ଘଟାଇବାଥିବା ତଦନ୍ତରୁ ଜଣାପଡିବା ପରେ ଏବେ ଆତଙ୍କବାଦୀ ଲିଙ୍କର ଚେର ଖୋଜୁଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ