ETV Bharat / bharat

ଅଟୋରେ ଭୟଙ୍କର ବିସ୍ଫୋରଣ, ଆତଙ୍କବାଦୀ କାର୍ଯ୍ୟକଳାପ କହିଲେ DGP

author img

By

Published : Nov 20, 2022, 10:54 AM IST

କର୍ଣ୍ଣାଟକ ମାଙ୍ଗାଲୁରୁରେ ଅଟୋରେ ବିସ୍ଫୋରଣ ଘଟଣା । ଏହା ଆକସ୍ମିକ ନୁହେଁ ବରଂ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ସୂଚନା ଦେଲେ (DGP) । ଅଧିକ ପଢନ୍ତୁ

ଅଟୋରେ ଭୟଙ୍କର ବିସ୍ଫୋରଣ, ଦୁର୍ଘଟଣା ନୁହେଁ କହିଲେ DGP

ବେଙ୍ଗାଲୁରୁ: କର୍ଣ୍ଣାଟକ ମାଙ୍ଗାଲୁରୁରେ ଗତକାଲି ସନ୍ଧ୍ୟାରେ ଗୋଟିଏ ଅଟୋରେ ଭୟଙ୍କର ବିସ୍ଫୋରଣ ହୋଇଥିଲା(Mangaluru autorickshaw blast) । ବିସ୍ଫୋରଣରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସେମାନେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣାରେ ତଦନ୍ତ ଚାଲିଥିବାବେଳେ ଏନେଇ ଆଜି କର୍ଣ୍ଣାଟକ ଡିଜିପି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି । ଅଟୋରେ ବିସ୍ଫୋରଣ ଦୁର୍ଘଟଣା ଜନିତ ନୁହେଁ । ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ(Act of Terror) । ଗୁରୁତର କ୍ଷତି ଘଟାଇବା ଉଦ୍ଦେଶ୍ୟରେ ଏହି ବିସ୍ଫୋରଣ କରିଯାଇଥିବା DGP ପ୍ରବୀଣ ସୁଦ(Karnataka DGP Praveen Sood) ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

DGP କହିଛନ୍ତି, ଅଟୋରେ ବିସ୍ଫୋରଣ ଆକସ୍ମିକ ନୁହେଁ ବରଂ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ସ୍ପଷ୍ଟ ହୋଇଯାଇଛି । ଉଦ୍ଦେଶ୍ୟମୂଳକ ଭାବେ ବିସ୍ଫୋରଣ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସି ଓ କର୍ଣ୍ଣାଟକ ପୋଲିସ(Karnataka State Police) ମିଳିତ ଭାବେ ଏହି ମାମଲାର ଯାଞ୍ଚ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Encounter In Anantnag: ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ପ୍ରକାଶଥାଉ କି, ଶନିବାର ସନ୍ଧ୍ୟା ସାଢେ ୫ଟା ସମୟରେ ମାଙ୍ଗାଲୁରୁର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଛିଡା ହୋଇଥିବା ଏକ ଅଟୋରେ ଏହି ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିବା ଯୋଗୁଁ ସମଗ୍ର ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏହାଦେଖି ଖୁବ୍ ଛାନିଆ ହୋଇଯାଇଥିଲେ । ଏହି ବିସ୍ଫୋରଣରେ ଅଟୋରେ ଥିବା ଜଣେ ଯାତ୍ରୀଙ୍କ ସମେତ ଡ୍ରାଇଭର ଗୁରୁତର ଆହତ ହୋଇଥିଲା । ଏହା ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଥିବା ସନ୍ଦେହ କରାଯାଉଥିଲା । ମାତ୍ର ତଦନ୍ତ ନ ସରିବା ଯାଏଁ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବାକୁ ପୋଲିସ ଲୋକଙ୍କୁ ଅନୁରୋଧ କରିଥିଲା । ଶେଷରେ ଏହି ବିସ୍ଫୋରଣ ଦୁର୍ଘଟଣା ଜନିତ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି । ପୋଲିସ ପକ୍ଷରୁ ବିସ୍ଫୋରଣ ସମୟର ସିସିଟିଭ ଦୃଶ୍ୟ ସେୟାର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.