ETV Bharat / bharat

ଦମ୍ପତିଙ୍କ ଦବଙ୍ଗଗିରି, ଉପ ଜିଲ୍ଲାପାଳଙ୍କ ସାର୍ଟ କଲର ଧରି କଲେ ଆକ୍ରମଣ

ଉପଜିଲ୍ଲାପାଳଙ୍କ ଉପରେ ଦମ୍ପତିଙ୍କ ଆକ୍ରମଣ । ଉତ୍ତରପ୍ରଦେଶର ମନ୍ଦସୌର ଜିଲ୍ଲାରେ ଏଭିଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

mandsaur deputy collector who went to give advice was beaten up with slippers
ଦମ୍ପତିଙ୍କ ଦବଙ୍ଗଗିରି, ଉପ ଜିଲ୍ଲାପାଳଙ୍କ ସାର୍ଟ କଲର ଧରି କଲେ ଆକ୍ରମଣ
author img

By

Published : Jul 22, 2022, 4:08 PM IST

ଲକ୍ଷ୍ନୌ: ଉପ ଜିଲ୍ଲାପାଳଙ୍କ ଉପରେ ଦମ୍ପତିଙ୍କ ଆକ୍ରମଣ । ଉତ୍ତରପ୍ରଦେଶର ମନ୍ଦସୌର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉପ ଜିଲ୍ଲାପାଳଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ ଅରବିନ୍ଦ ମାହୌର ନିର୍ବାଚନ ଡ୍ୟୁଟି ପାଇଁ ପିପଲିୟା ମଣ୍ଡି ଯାଉଥିଲେ । ସେହି ସମୟରେ ଜଣେ ବାଇକ ଆରୋହୀ ବାରମ୍ବାର ତାଙ୍କ କାର ସାମ୍ନାକୁ ଆସିଯାଇଥିଲେ ।

ଦମ୍ପତିଙ୍କ ଦବଙ୍ଗଗିରି, ଉପ ଜିଲ୍ଲାପାଳଙ୍କ ସାର୍ଟ କଲର ଧରି କଲେ ଆକ୍ରମଣ

ସେ ଗାଡ଼ିରୁ ଓହ୍ଲାଇ ବାଇକ ଆରୋହୀଙ୍କୁ ବାରଣ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ତାଙ୍କୁ ଚପଲରେ ମାଡ଼ ମାରିଥିବା ଉପଜିଲ୍ଲାପାଳ ଅଭିଯୋଗ କରିଛନ୍ତି । ରାସ୍ତାକଡ଼ରେ ରେଷ୍ଟୁରାଣ୍ଟ ଖୋଲିଥିବା ଜଣେ ଦମ୍ପତି ଉପ ଜିଲ୍ଲାପାଳଙ୍କୁ ଚପଲରେ ମାଡ଼ ମାରିଥିଲେ ଏଥିସହ ତାଙ୍କ ସାର୍ଟ ଧରି ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାକୁ ନେଇ ମନ୍ଦସୌର ଥାନାରେ ଉପ ଜିଲ୍ଲାପାଳ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.