ଚଣ୍ଡିଗଡ଼: ପଞ୍ଜାବର ଅମୃତସରରେ ଥିବା ଶ୍ରୀରାମ ବାଲାଜୀ ଧାମ ମନ୍ଦିରର ପୂଜକଙ୍କୁ ମିଳିଛି ହତ୍ୟା ଧମକ । ତାଙ୍କୁ ଏକ ପାକିସ୍ତାନୀ ନୋଟ (Pakistani Rupee Note)ରେ ହତ୍ୟା କରିବା ପାଇଁ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ମନ୍ଦିର ପ୍ରଶାସନ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିବା ବେଳେ ଏନେଇ ପୋଲିସକୁ ସୂଚନା ଦିଆଯାଇଛି ।
ହତ୍ୟା ଧମକ ନୋଟ୍ରେ ଲେଖାଯାଇଥିବାକୁ ନେଇ ଚର୍ଚ୍ଚା ହେଉଛି । ମନ୍ଦିରର ମୁଖ୍ୟ ସେବାୟତ ଅଶନୀଲଜି ମହାରାଜଙ୍କୁ ଏହି ଧମକ ମିଳିଛି । ଏହି ନୋଟରେ ଲେଖାଯାଇଛି, "ବାବା ଅଶନୀଲ, ତୁମେ ବହୁତ ସ୍ନେହୀ । ତୁମକୁ ହତ୍ୟା ବେଳେ ରକ୍ଷା କରିବା ପାଇଁ ମନ୍ଦିରକୁ କେହି ଆସିବେ ନାହିଁ । ତୁମେ ଏହା ଖୁବଶୀଘ୍ର ଜାଣିଯିବ । ୫ ଲକ୍ଷ ଟଙ୍କା ଯୋଗଡ଼ କରି ରଖିଥାଅ ।"
ଏହା ବି ପଢନ୍ତୁ- ମଧ୍ୟପ୍ରଦେଶ ହାଇକୋର୍ଟରେ ହଙ୍ଗାମା ପରେ ଆତ୍ମହତ୍ୟା କଲେ ଆଇନଜୀବୀ
ନୋଟ୍ରେ ଏଭଳି ହତ୍ୟା ଧମକ ପାଇବା ପରେ ମନ୍ଦିର ପ୍ରଶାସନ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ହିନ୍ଦୁ ପରମ୍ପରା ଅନୁସାରେ ଏବେ ମନ୍ଦିରରେ ନବରାତ୍ରି ପୂଜା ଚାଲିଛି । ତେବେ ଏଭଳି ହତ୍ୟା ଧମକ ଆସିବା ପରେ ମନ୍ଦିରରେ ଭୟର ବାତାବରଣ ଖେଳିଯାଇଛି । ମାତ୍ର ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ମଧ୍ୟ କୌଣସି ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି । ତେବେ କିଏ କାହିଁକି ଏପରି ପୂଜକଙ୍କୁ ହତ୍ୟା ଧମକ ଦେଇଛି ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ । ଏହି ନୋଟ୍ ପାକିସ୍ତାନରୁ ଆସିିଛି କି କେହି ଦୁର୍ବୃତ୍ତ ପାକିସ୍ତାନ ନୋଟରେ ଏପରି ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ ।