ETV Bharat / bharat

ବଢୁଛି ଦୈନିକ ସଂକ୍ରମଣ, ୯ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ ମାଣ୍ଡଭ୍ୟ

author img

By

Published : Jan 25, 2022, 8:53 AM IST

ଦେଶରେ ଉପରମୁହାଁ ସଂକ୍ରମଣ । ୩ ଲକ୍ଷ ପାର କରିଛି ଦୈନିକ ସଂକ୍ରମଣ । କୋରୋନା ସହ ନୂଆ ଭାରିଏଣ୍ଟ ପାଳି କରି ଦେଶରେ ଆତଙ୍କ ଖେଳାଇଛି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘନଘନ ବୈଠକ ବସୁଛି । ଅଧିକ ପଢନ୍ତୁ

୯ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବ ମାଣ୍ଡଭ୍ୟ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ସଂକ୍ରମଣ । ୩ ଲକ୍ଷ ପାର କରିଛି ଦୈନିକ ସଂକ୍ରମଣ । କୋରୋନା ସହ ନୂଆ ଭାରିଏଣ୍ଟ ପାଳି କରି ଦେଶରେ ଆତଙ୍କ ଖେଳାଇଛି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘନ ଘନ ବୈଠକ ବସୁଛି । ବିଭିନ୍ନ ରାଜ୍ୟରେ କୋରୋନା ସ୍ଥିତି ସମୀକ୍ଷା କରୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଜି ୯ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

ଆଭାସି ଜରିଆରେ ଏହି ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବୈଠକରେ ଅଧକ୍ଷତା କରିବେ । ପୂର୍ବହ୍ନ ୧୦ଟା ୩୦ରେ ବସିବ ବୈଠକ । ୯ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏ ନେଇ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

ବୈଠକେ ସାମିଲ ହେବାକୁ ଥିବା ରାଜ୍ୟଗୁଡିକ ହେଲେ ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଲଦାଖ, ଉତ୍ତରପ୍ରଦେଶ ଓ ହରିୟାଣା । ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୋଆ, ଗୁଜୁରାଟ, ରାଜସ୍ଥାନ, ଡାମନ ଡିଉ ଓ ଦାଦ୍ରା ନଗର ହାବେଳିର ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ପ୍ରକାଶ ଥାଉ କି ଦେଶରେ ଗତକାଲି 3,06,064 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ 439 ଜଣଙ୍କ ଜୀବନ ନେଇଥିଲା ମହାମାରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.