ETV Bharat / bharat

Sushant Singh Rajput Death Case: ଡ୍ରଗ୍ସ ଲିଙ୍କ୍ ମାମଲାରେ ପଡୋଶୀ ଗିରଫ

author img

By

Published : Jan 29, 2022, 10:40 AM IST

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ଏନସିବି । ଗିରଫ ଅଭିଯୁକ୍ତ ସୁଶାନ୍ତଙ୍କ ପଡୋଶୀ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ନେଇ ଏବେ ବି ଲାଗି ରହିଛି ଧରପଗଡ । ଏହି ମାମଲାରେ ଜଣେ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରିଛି ଏନସିବି(NCB) । ଗିରଫ ଅଭିଯୁକ୍ତ ସୁଶାନ୍ତଙ୍କ ୩୧ ବର୍ଷୀୟ ପଡୋଶୀ ସାହିଲ ଶାହା ଓରଫ୍ ଫ୍ଲାକୋ(Sahil Shah alias Flacko) ହୋଇଥିବା ପରିଚୟ ମିଳିଛି । ସେ ଗତ କିଛି ମାସ ହେଲା ଫେରାର୍ ଥିଲେ । ଦୁବାଇରୁ ମୁମ୍ବାଇ ଫେରିବା ପରେ ଶୁକ୍ରବାର ତାଙ୍କୁ ଗିରଫ କରିଛି NCB ।

ଅଭିନେତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କ ମାମଲାରେ ଚାଲିଥିବା ତଦନ୍ତରୁ ସାହିଲଙ୍କ ନାମ ସାମ୍ନାକୁ ଆସିଥିଲା । ଏହାପରେ ସାହିଲଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ ହୋଇଥିଲା । ଶେଷରେ ଶୁକ୍ରବାର ସାହିଲଙ୍କୁ ଗିରଫ କରିଛି ଏନସିବି । ଗତବର୍ଷ ଏକ ଗଞ୍ଜେଇ ଜବତ ମାମଲା ସହ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।

ପ୍ରକାଶଥାଉ କି, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିବା ପରେ ୨୦୨୦ ସେପ୍ଟେମ୍ବର ୮ ତାରିଖ ଦିନ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ଡାକିଥିଲା NCB । ଏହାପରେ ରିୟାଙ୍କୁ ଗିରଫ କରାଯାଇଥିଲା । ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାନ୍ଦା, ଦିପେଶ ସାୱନ୍ତ, କ୍ଷୀତିଜ ପ୍ରସାଦ ଏବଂ ଅନ୍ୟ କିଛି ଜଣଙ୍କୁ ମଧ୍ୟ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.